ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ଭାରତ ବର୍ଷର ସମସ୍ତ ଧାର୍ମିକ ବିଚାରରେ ବିଜ୍ଞାନ ସମ୍ମତ ବ୍ୟବସ୍ଥା ରହିଛି । -ସ୍ୱାମୀ ବ୍ରହ୍ମାନନ୍ଦ

ଭାରତ ବର୍ଷର ସମସ୍ତ ଧାର୍ମିକ ବିଚାରରେ ବିଜ୍ଞାନ ସମ୍ମତ ବ୍ୟବସ୍ଥା ରହିଛି । -ସ୍ୱାମୀ ବ୍ରହ୍ମାନନ୍ଦ

ଭାରତ ବର୍ଷର ସମସ୍ତ ଧାର୍ମିକ ବିଚାରରେ ବିଜ୍ଞାନ ସମ୍ମତ ବ୍ୟବସ୍ଥା ରହିଛି । -ସ୍ୱାମୀ ବ୍ରହ୍ମାନନ୍ଦ

ଭାରତ ବର୍ଷର ସମସ୍ତ ଧାର୍ମିକ ବିଚାରରେ ବିଜ୍ଞାନ ସମ୍ମତ ବ୍ୟବସ୍ଥା ରହିଛି । -ସ୍ୱାମୀ ବ୍ରହ୍ମାନନ୍ଦ

ଭୁବନେଶ୍ୱର, ୧୨/୧୧(ଭାରତ ପ୍ରସାରଣ) କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ର ଆଧ୍ୟାତ୍ମିକ ପୀଠ କୁଦାନଗରୀସ୍ଥିତ “ମା” ଦକ୍ଷିଣ କାଳୀଙ୍କ ବାର୍ଷିକ ଉତ୍ସବ ଓ ବିଶ୍ୱ ଶାନ୍ତି ମହାଯଜ୍ଞର ଉଦ୍‌ଯାପନୀ ସଂନ୍ଧ୍ୟାରେ, ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡ଼ିଶାର ବରେଣ୍ୟ ସନ୍ଥ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ ଭାରତବର୍ଷ ଏକ ଆଧ୍ୟାତ୍ମିକ ପ୍ରଜ୍ଞାର ଦେଶ । ଏଠାରେ ସମସ୍ତ ଧାର୍ମିକ ବିଚାରଧାରାରେ ବିଜ୍ଞାନ ସମ୍ମତ ବ୍ୟବସ୍ଥା ରହିଛି । ବାୟୁ ମଣ୍ଡଳର ଶୁଦ୍ଧି କରଣ ପାଇଁ ହଜାର ହଜାର ବର୍ଷରୁ ମୁନିଋଷି ତଥା ଆମ ପୂର୍ବ ପୁରୁଷମାନେ ବିଶ୍ୱର କଲ୍ୟାଣ ପାଇଁ ଯଜ୍ଞ କରୁଥିଲେ । ଯଜ୍ଞରେ ଶତ୍ରୁ ମିତ୍ର ସମସ୍ତଙ୍କର ମଙ୍ଗଳ ହୋଇଥାଏ ବୋଲି ସ୍ୱାମିଜୀ କହିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଆର୍ଯ୍ୟସମାଜ, ଓଡ଼ିଶାର ସଭାପତି ତଥା ସଂସ୍କୃତି ପୁରୁଷ ଡ଼ଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଆମ ଶାସ୍ତ୍ରରେ ବିଶ୍ୱର କଲ୍ୟାଣ ପାଇଁ ପଞ୍ଚ ମହାଯଜ୍ଞର କଥା କୁହାଯାଇଛି । କିନ୍ତୁ ବର୍ତ୍ତମାନର ସ୍ୱାର୍ଥନ୍ୱେଷୀ ସମାଜ, ସେ ବିଷୟରେ ବୁଝିବାକୁ ପ୍ରସ୍ତୁତ ନାହିଁ । ଅଗ୍ନିକୁ ଆମ ବୈଦିକ ବ୍ୟବସ୍ଥାରେ ସବୁଠାରୁ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି ବୋଲି ସେ କହିଥିଲେ ।

ଏହି ଅବସରରେ ଯଜ୍ଞ ଅନୁଷ୍ଠାନର ଅନ୍ୟତମ ପୁରୋଧା ପୂର୍ବତନ ପ୍ରଧାନ ଶିକ୍ଷକ ପଣ୍ଡିତ ଦୁର୍ଯ୍ୟୋଧନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ । ସାହିତ୍ୟ ପତ୍ରିକା “ସାଉଁଟା ଫୁଲ” ଓ ଶିଶୁ ପତ୍ରିକା “ସାଉଁଟା କଢି”କୁ ସ୍ୱାମିଜୀ ଓ ଡ଼ଃ. ଜ୍ଞାନେନ୍ଦ୍ର, ସମ୍ପାଦକ, ଅଧ୍ୟାପକ ପରୀକ୍ଷିତ ନାୟକଙ୍କ ଉପସ୍ଥିତିରେ ଉନ୍ମୋଚନ କରିଥିଲେ । 

ପଣ୍ଡିତ ପାଣିଗ୍ରାହୀଙ୍କ ପୁସ୍ତକ “ଦକ୍ଷିଣକାଳୀ ମହିମା” ଓ ଶ୍ୟାମସୁନ୍ଦର ରାଉତଙ୍କ “ଶଦ୍ଦ ସମ୍ଭାର” ପୁସ୍ତକକୁ ଅତିଥି ଦ୍ୱୟ ଲୋକାର୍ପଣ କରିଥିଲେ ।ବିଶ୍ୱକଲ୍ୟାଣ ଯଜ୍ଞକୁ ପଣ୍ଡିତ ଦୁର୍ଯ୍ୟୋଧନ ପାଣିଗ୍ରାହୀ, ସର୍ବ ପଣ୍ଡିତ ପିତାମ୍ବର ଆଚାର୍ଯ୍ୟ, ପ୍ରଭାକର ଆଚାର୍ଯ୍ୟ, ରବୀନ୍ଦ୍ର କୁମାର ତ୍ରିପାଠୀ, ଗୁରୁ ପ୍ରସାଦ ଦାଶ, ରଘୁନାଥ ଶତପଥି ଓ ସୌମ୍ୟରଞ୍ଜନ ମିଶ୍ର ଅତ୍ୟନ୍ତ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ ଭଜନ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ବୁଦ୍ଧିଜୀବି ସଚ୍ଚିଦାନନ୍ଦ ବ୍ରହ୍ମଚାରୀ, କୃଷ୍ଣଚୈତନ୍ୟ ଦାସ, ଡ଼ଃ. ବିବେକାନନ୍ଦ ସିଂ, ଇଂ. ହରିହର ତ୍ରିପାଠୀ, ଜ୍ଞାନରଞ୍ଜନ ପାତ୍ର, ଜ୍ଞାନବଲ୍ଲଭ ମହାନ୍ତି, ଗୀତାଞ୍ଜଳୀ ସାମଲ, ମୁରଲୀଧର ପାତ୍ର, ଗୁରୁଚରଣ ମିଶ୍ର, ବନବି
← पिछली खबरରେବତୀକାନ୍ତ ଶାସ୍ତ୍ରୀଙ୍କ ୧୯ତମ ଶ୍ରାଦ୍ଧ ଉତ୍ସବ ପାଳିତ ଓ ସ୍ମାରକୀ ସମ୍ମାନ-୨୦୨୬ ପ୍ରଦାନअगली खबर →ଦୁଇଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ