Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Odisha

ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଓ କୋଟିଆ ସୁରକ୍ଷା ପାଇଁ ଆନ୍ଧ୍ର ସହ ଆଲୋଚନା ଦାବି କଲା ଓଜେସି

ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଓ କୋଟିଆ ସୁରକ୍ଷା ପାଇଁ ଆନ୍ଧ୍ର ସହ ଆଲୋଚନା ଦାବି କଲା ଓଜେସି

ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଓ କୋଟିଆ ସୁରକ୍ଷା ପାଇଁ ଆନ୍ଧ୍ର ସହ ଆଲୋଚନା ଦାବି କଲା ଓଜେସି

ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଓ କୋଟିଆ ସୁରକ୍ଷା ପାଇଁ ଆନ୍ଧ୍ର ସହ ଆଲୋଚନା ଦାବି କଲା ଓଜେସି

  • ବାତ୍ୟା ଓ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ଏବଂ କୋଟିଆ ପ୍ରସଙ୍ଗରେ ନିରବତାକୁ ନେଇ ଓଜେସିର କଡ଼ା ସମାଲୋଚନା

  • ବନ୍ୟାରେ ଭାସିଲା ଚାଷୀଙ୍କ ସ୍ୱପ୍ନ, କୋଟିଆରେ ବିପନ୍ନ ଓଡ଼ିଶାର ସ୍ୱାଭିମାନ 

ଭୁବନେଶ୍ୱର, ୪/୧୧(ଭାରତ ପ୍ରସାରଣ): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ବିପର୍ଯ୍ୟୟ ପରିଚାଳନାରେ ବିଫଳତା ଓ ପ୍ରଶାସନିକ ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ଓଡ଼ିଶା ଜନତା କଂଗ୍ରେସ। ଏଥିସହିତ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶର ପଦକ୍ଷେପ ଏବଂ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ନେଇ ଦଳ ପ୍ରଶ୍ନ ଉଠାଇଛି । ଆଜି ଭୁବନେଶ୍ୱରସ୍ଥିତ ଓଜେସିର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ କହିଥିଲେ ଯେ, ବନ୍ୟାରେ ଚାଷୀଙ୍କ ମାସ ମାସର ପରିଶ୍ରମ ଓ ଆଶା ଧୋଇଯାଇଛି। ପାଚିଲା ଧାନ ଫସଲ ଏବଂ ପନିପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅନେକ ପରିବାର ଜୀବିକା ହରାଇଛନ୍ତି । ବନ୍ୟା ପରିଚାଳନାରେ ପ୍ରସ୍ତୁତିର ଅଭାବ କାରଣରୁ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକୁ ଏହି ଦୁର୍ଦ୍ଦଶା ଭୋଗିବାକୁ ପଡିଛି। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଆକସ୍ମିକ ବନ୍ୟା (ଫ୍ଲାସ୍ ଫ୍ଲଡ୍) ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ଫଳରେ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ NH-326 ଭଳି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୩୦୦ରୁ ଅଧିକ ଗାଁ ବନ୍ୟା ଜଳ ଘେରରେ ରହିବା ସହ ହଜାର ହଜାର ଲୋକ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ପାଇଁ ହଇରାଣ ହୋଇଛନ୍ତି। ବିପର୍ଯ୍ୟୟ ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ରିଲିଫ୍, ପାନୀୟ ଜଳ, ଶୁଖିଲା ଖାଦ୍ୟ ଓ ଚିକିତ୍ସା ସହାୟତା ଯୋଗାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ । କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ତୁରନ୍ତ କ୍ଷତିପୂରଣ ଓ ଆର୍ଥିକ ସହାୟତା ପ୍ରଦାନ ନ କରିବା ବନ୍ୟା ପ୍ରପୀଡ଼ିତଙ୍କ ପ୍ରତି ସରକାରଙ୍କ ଚରମ ସମ୍ବେଦନହୀନତାକୁ ଦର୍ଶାଉଛି । ବିପର୍ଯ୍ୟୟର ପୂର୍ବାନୁମାନ, ଆଗୁଆ ପ୍ରସ୍ତୁତି, ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ ବଣ୍ଟନରେ ପ୍ରଶାସନର ଭୂମିକାକୁ ନେଇ ଓଜେସି ପ୍ରଶ୍ନ ଉଠାଇଛି । ସରକାରଙ୍କ ୪ ଜଣ ମନ୍ତ୍ରୀ ଏବଂ ବର୍ତ୍ତମାନ ୪ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ସଠିକ୍ ଆକଳନ କରିପାରିନାହାନ୍ତି । 

ପ୍ରଶାସନିକ ଅବହେଳା ହେତୁ ଗଜପତି ଜିଲ୍ଲାରେ ଭୂସ୍ଣଳନ ଯୋଗୁଁ ମାଟିତଳେ ନିଖୋଜ ଥିବା ୧୨ରୁ ଅଧିକ ଗ୍ରାମବାସୀଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ମିଳିନାହିଁ । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ଡବଲ ଇଞ୍ଜିନ୍ ସଂପୂର୍ଣ୍ଣ ବିଫଳ । ବନ୍ୟାଞ୍ଚଳ ପରିଦର୍ଶନ ସମୟରେ ପଞ୍ଚାୟତିରାଜ ମନ୍ତ୍ରୀ ଜଣେ ସୁରକ୍ଷା କର୍ମୀଙ୍କ ପିଠିରେ ବସି କାଦୁଅ ପାଣି ପାର ହେବାକୁ ନେଇ ଦଳ କଡ଼ା ସମାଲୋଚନା କରିଛି । ଯେଉଁଠି ସାଧାରଣ ଲୋକେ ବନ୍ୟା ଜଳ ମଧ୍ୟରେ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି, ସେଠାରେ ଜଣେ ମନ୍ତ୍ରୀଙ୍କ ଏଭଳି ଆଚରଣ VIP ସଂସ୍କୃତି ଏବଂ ଜନସାଧାରଣଙ୍କ ସମସ୍ୟା ପ୍ରତି ଚରମ ସମ୍ବେଦନହୀନତାକୁ ଦର୍ଶାଉଛି । ପୂର୍ବରୁ ଯାଜପୁର ଏବଂ ବାଲେଶ୍ୱର ଜିଲ୍ଲା ଭୟଙ୍କର ବନ୍ୟା ବିପତ୍ତିର ସମ୍ମୁଖୀନ ହୋଇଥିବାବେଳେ, ସରକାରଙ୍କର ଦାୟିତ୍ୱହୀନତା ଯାହା ଥିଲା ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ବନ୍ୟା ସମୟରେ ମଧ୍ୟ ଅନୁରୁପ ରହିଛି ।  

ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଓ ଓଡ଼ିଆ ଅସ୍ମିତାର ପ୍ରତୀକ କୋଟିଆକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ଆଜି ପ୍ରଶ୍ନ ଉଠାଇଛି ଓଡ଼ିଶା ଜନତା କଂଗ୍ରେସ । ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର କୋଟିଆ ଅଞ୍ଚଳରେ ନଭେମ୍ବର ୫ ତାରିଖରେ ପଞ୍ଚାୟତ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିବାବେଳେ, ଓଡ଼ିଶା ସରକାରଙ୍କ ପକ୍ଷରୁ ଆବଶ୍ୟକ ଦୃଢ଼ କୂଟନୈତିକ ଓ ପ୍ରଶାସନିକ ପଦକ୍ଷେପ ଦେଖିବାକୁ ମିଳୁନଥିବା ଦଳ କହିଛି । ଏହି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ, ସାମ୍ବିଧାନିକ ବ୍ୟବସ୍ଥା ଏବଂ ରାଜ୍ୟର ଭୌଗୋଳିକ ଅଖଣ୍ଡତାକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ସରକାର ଦିଅନ୍ତୁ ବୋଲି ଓଜେସି ଦାବି କରିଛି । କେବଳ ପୋଲିସ ଫୋର୍ସ ମୁତୟନ କରିଦେଲେ ରାଜ୍ୟର ସୀମା ଓ ଲୋକଙ୍କ ସ୍ୱାର୍ଥ ସୁରକ୍ଷିତ ହୋଇପାରିବ ନାହିଁ। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ନ୍ତୁ ବୋଲି ଶ୍ରୀ ଶତପଥୀ ଦାବି କରିଛନ୍ତି । କୋଟିଆରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ସରକାରୀ ସୁବିଧା ସୁଯୋଗକୁ ସୁଦୃଢ଼ କରିବା ଆବଶ୍ୟକ । ରାଜ୍ୟର ସୀମା ଓ ସ୍ୱାଭିମାନର ସୁରକ୍ଷା ପାଇଁ ସରକାର ଠୋସ୍ ପଦକ୍ଷେପ ନିଅନ୍ତୁ । କୋଟିଆ ଓଡ଼ିଶାର ଥିଲା, ଅଛି ଏବଂ ରହିବ। ଓଡ଼ିଶାର ସୀମା, ଅଧିକାର ଓ ଅସ୍ମିତାର ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସକୁ ଗ୍ରହଣ କରାଯିବ ନାହିଁ ବୋଲି ଓଜେସି ସ୍ପଷ୍ଟ କରିଛି । 

ଓଜେସିର ପ୍ରମୁଖ ଦାବି :

୧- ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଡିବିଟି ମାଧ୍ୟମରେ ୫୦ ହଜାର ଟଙ୍କାର ପ୍ରାଥମିକ ସହାୟତା ରାଶି ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉ । ସଂପୂର୍ଣ୍ଣ କ୍ଷୟକ୍ଷତିର ଆକଳନ ପରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯାଉ । 

୨- ପୂର୍ବ ପ୍ରତିଶ୍ରୁତି ଅନୁସାରେ ଚାଷୀଙ୍କ ପାଇଁ ୩ ହଜାର କୋଟି ଟଙ୍କାର ଏକ କର୍ପସ ଫଣ୍ଡ୍ ଗଠନ କରାଯାଉ ।

୩- ଚଳିତ ବର୍ଷ ବନ୍ୟାରେ ହୋଇଥିବା ଅପୂରଣୀୟ କ୍ଷତିକୁ ନେଇ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ।

୪ - କୋଟିଆ ପ୍ରସଙ୍ଗରେ ସରକାର ସର୍ବଦଳୀୟ ବୈଠକ ଡାକି ସମସ୍ତ ରାଜନୈତିକ ଦଳ ସହିତ ଆଲୋଚନା କରି ଏକ କମିଟି ଗଠନ କରନ୍ତୁ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ବିଚାର ଆଲୋଚନା କରି ଏହାର ସ୍ଥାୟୀ ସମାଧାନ ବାହାର କରନ୍ତୁ । 

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା ଓ ଛାତ୍ରନେତା ଆଦିତ୍ୟ ପ୍ରସାଦ ପରିଡ଼ା ଉପସ୍ଥିତ ଥିଲେ ।

← Previous storyରାଜ୍ୟବ୍ୟାପୀ ଜନଜାତୀୟ ଗୌରବ ଦିବସ କର୍ମଶାଳା ୧୧ରୁ ୨୨ ନଭେମ୍ବରNext story →ସୀମା ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ: ବିଜେଡି