Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Odisha

ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ନାଟକ "ଅସତ୍ୟ ସହର" ମଞ୍ଚସ୍ଥ

ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ନାଟକ "ଅସତ୍ୟ ସହର" ମଞ୍ଚସ୍ଥ

ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ନାଟକ "ଅସତ୍ୟ ସହର" ମଞ୍ଚସ୍ଥ

ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ନାଟକ "ଅସତ୍ୟ ସହର" ମଞ୍ଚସ୍ଥ

ଭୁବନେଶ୍ୱର, ୪/୧୧(ଭାରତ ପ୍ରସାରଣ): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ୨ ଦିନିଆ ବାର୍ଷିକ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି l ଉଦଯାପନୀ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଗୀତ, ନାଟକ, ନୃତ୍ୟ କ୍ଷେତ୍ରରେ ଓଡ଼ିଆ ମାନଙ୍କର ମେଧାକୁ ସେ ପ୍ରଶଂସା କରିଥିଲେ l ବ୍ୟସ୍ତ ବହୁଳ କାର୍ଯ୍ୟ ମଧ୍ୟରେ ପରିଷଦ ପକ୍ଷରୁ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ ପ୍ରକାଶ କରିଥିଲେ l 

 ଉପସ୍ଥିତ ଦର୍ଶକ, ସଚିବାଳୟରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କ ପରିବାରଙ୍କୁ ଭିଜନ ଓଡ଼ିଶାର ସ୍ବପ୍ନ ସମ୍ପର୍କରେ ଉଲ୍ଲେଖ କହିଥିଲେ l ଆମର ମଧ୍ୟମ ବର୍ଗ ଆୟରୁ ଉଚ୍ଚ ଆୟ ବର୍ଗ ହେବା ସ୍ବପ୍ନ ସାକାର ହେବା ଉପରେ ସେ ଗୁରୁତ୍ୱ ଦେଇଥିଲେ l ୨୦୪୭ ସୁଦ୍ଧା ୧ କୋଟି ନିଯୁକ୍ତି ସୁଯୋଗ ପାଇଁ ଲକ୍ଷ୍ୟ ରହିଥିବା ସମ୍ପର୍କରେ ସେ ପ୍ରକାଶ କରିଥିଲେ l ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ଆର୍ଥିକ ବିକାଶ ସମ୍ପର୍କରେ ସେ ଗୁରୁତ୍ୱ ଦେଇଥିଲେ l ସେ ଆହୁରି ମଧ୍ୟ କହିଥିଲେ ଯେ, ଆମର ରାଜସ୍ବ ଅଭିବୃଦ୍ଧି ଉଲ୍ଲେଖନୀୟ ରହିଛି ଏବଂ ଆର୍ଥିକ ସ୍ଥିରତା ବଜାୟ ରହିଛି l ବିପୁଳ ଜଳ ସମ୍ପଦ, ଖଣିଜ ସମ୍ପଦ ଭରା ରାଜ୍ୟରେ ବିକଶିତ ଓଡ଼ିଶା ଗଠନରେ ପର୍ଯ୍ୟଟନର ବିକାଶରେ ସେ ଜନ ସାଧାରଣଙ୍କ ସହଯୋଗ କାମନା କରିଥିଲେ l 
ଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦଯାପିତ 
କାର୍ଯ୍ୟକ୍ରମରେ ସାଂସ୍କୃତିକ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗ ଦାନ କରିଥିବା ପୁରୁଖା ଏବଂ ଅଭିଜ୍ଞ କର୍ମଚାରୀ ତଥା କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଉତ୍ସବରେ ରାଜ୍ୟ ଗୃହ, ଶିଳ୍ପ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ହେମନ୍ତ ଶର୍ମା କହିଲେ ଯେ, କାଯ୍ୟ ବ୍ୟସ୍ତତା ମଧ୍ୟରେ ପରିଷଦ ପକ୍ଷରୁ ଏପରି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରାଯିବା ଅତ୍ୟନ୍ତ ଆନନ୍ଦର କଥା l ସଂସ୍କୃତିର ପ୍ରଚାର ପ୍ରସାରରେ ପରିଷଦର ଭୂମିକା କୁ ସେ ପ୍ରଶଂସା କରିଥିଲେ l କାର୍ଯ୍ୟ କ୍ଷେତ୍ରରେ ଶୃଙ୍ଖଳାର ସହ କର୍ତ୍ତବ୍ୟ ନିର୍ବାହ ପାଇଁ ସେ ପ୍ରେରଣା ଦେଇଥିଲେ l 

କାର୍ଯ୍ୟକ୍ରମରେ ପରିଷଦର ସଭାପତି  ପୀୟୂଷ ରଞ୍ଜନ ପରିଡା, ସାଧାରଣ ସମ୍ପାଦକ  ମନୋରଞ୍ଜନ ପଟ୍ଟନାୟକ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ପରିଷଦର ଉପ ସଭାପତି  ଅମୀୟ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ପରେ ସ୍ବର୍ଗତ ବିଜୟ ମିଶ୍ର ଙ୍କ ରଚିତ ଏବଂ ଡଃ ପ୍ରଶାନ୍ତ ପ୍ରହରାଜ ଙ୍କ ନିର୍ଦ୍ଦେଶନାରେ ନାଟକ "ଅସତ୍ୟ ସହର"ମଞ୍ଚସ୍ଥ ହୋଇ ଥିଲା l କଳାକାର ମାନଙ୍କ ଅଭିନୟ ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l 
ପ୍ରକାଶ ଥାଉକି, ପରିଷଦର ବାର୍ଷିକ ଉତ୍ସବର ପ୍ରଥମ ଦିବସରେ  ଶଙ୍କର ତ୍ରିପାଠୀ ଙ୍କ ଦ୍ୱାରା ରଚିତ ଏବଂ  ବନ ବିହାରୀ ମହାପାତ୍ର ଙ୍କ ନିର୍ଦ୍ଦେଶିତ ନାଟକ "ଶୁଣିବା ହେଉ ଏ କାହାଣୀ" ମଞ୍ଚସ୍ଥ ହୋଇ ଥିଲା l 


← Previous storyମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବରେ ଥିବା ଜଳସମ୍ପଦ ଓ ଗୃହ ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ: ଭକ୍ତNext story →ବେଦଧ୍ଵନୀ ମହୋତ୍ସବ ଉଦଯାପିତ