ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

ଆର୍ଯ୍ୟସମାଜ ପକ୍ଷରୁ ମହର୍ଷି ଦୟାନନ୍ଦଙ୍କ ୧୪୩ତମ ଋଷିନିର୍ବାଣ ଉତ୍ସବ ପାଳିତ

ଆର୍ଯ୍ୟସମାଜ ପକ୍ଷରୁ ମହର୍ଷି ଦୟାନନ୍ଦଙ୍କ ୧୪୩ତମ ଋଷିନିର୍ବାଣ ଉତ୍ସବ ପାଳିତ

ଆର୍ଯ୍ୟସମାଜ ପକ୍ଷରୁ ମହର୍ଷି ଦୟାନନ୍ଦଙ୍କ ୧୪୩ତମ ଋଷିନିର୍ବାଣ ଉତ୍ସବ ପାଳିତ

ଆର୍ଯ୍ୟସମାଜ ପକ୍ଷରୁ ମହର୍ଷି ଦୟାନନ୍ଦଙ୍କ ୧୪୩ତମ ଋଷିନିର୍ବାଣ ଉତ୍ସବ ପାଳିତ

  • ସମାଜରେ ଏବେବି ସାମାଜିକ କୁସଂସ୍କାର ରହିଛି

ଭୁବନେଶ୍ୱର, 10/11(ଭାରତ ପ୍ରସାରଣ ):  ଭାରତବର୍ଷରେ ୧୮୭୫ ମସିହାରେ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ଵତୀଙ୍କ ୧୪୩ତମ ଋଷିନିର୍ବାଣ ଉତ୍ସବ, ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଶ୍ରୀ ଅରବିନ୍ଦ ନଗର ସ୍ଵାମୀ ବ୍ରହ୍ମାନନ୍ଦ ଆଶ୍ରମଠାରେ ଅଧ୍ଯକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ପୂର୍ବତନ ଡିନ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ମହର୍ଷି ଦୟାନନ୍ଦ ଦେଢଶହ ବର୍ଷ ତଳେ ସମାଜରୁ କୁସଂସ୍କାର ହଟେଇବାକୁ ଯେଉଁ ବାର୍ଭା ଦେଇଥିଲେ, ଆଜି ମଧ୍ୟ ତାର ଆବଶ୍ୟକତା ରହିଛି । ଆଜି ବି ସମାଜରେ ନାରୀମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି । କୁସଂସ୍କାର ବିରୋଧୀ ସଂଗ୍ରାମରେ ଯୁବକ ଓ ଛାତ୍ରମାନେ ଅଗ୍ରଣୀ ଭୂମିକା ନେବାକୁ ସେ ଆହ୍ୱାନ ଦେଇଥିଲେ ।
ପୂର୍ଣାଙ୍ଗ ଉତ୍କଳ ନ୍ୟାସର ସଭାପତି ସୀତାବଲ୍ଲଭ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଊନବିଂଶ ଶତାବ୍ଦୀରେ ଭାରତବର୍ଷରେ ଯେଉଁ ଧାର୍ମିକ ଅସ୍ଥିରତା ଦେଖାଦେଇଥୁଲା, ସେହି ସଙ୍କଟମୟ ପରିସ୍ଥିତିରେ ମହର୍ଷି ଦୟାନନ୍ଦ ହିଁ ଦେବଦୂତ ଭଳି ଆବିର୍ଭାବ ହୋଇ ‘“ବେଦ”କୁ ଫେରି ଆସିବାର ଆହ୍ୱାନ, ଭାରତବାସୀଙ୍କୁ ନୂତନ ସଞ୍ଜୀବନୀ ଦେଇଥିଲା । ଅନ୍ୟତମ ଅତିଥୁ ଧାରାଶ୍ରୀ ରାଧା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ର ଭାରତବର୍ଷରେ ଆର୍ଯ୍ୟସମାଜର ଅବଦାନ ଅତୁଳନୀୟ ବୋଲି କହିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ସ୍ବାଗତ ଭାଷଣ ଓ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଶ୍ଚର୍ଯ୍ୟ ଧର୍ମରାଜଙ୍କ ଦ୍ବାରା ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପରେଣୁ ଶତପ‌ଥୀ, ଆରତୀ ଜ୍ଞାନେନ୍ଦ୍ର, ପ୍ରଣତି ରାଉତ, ଅଭିମନ୍ୟୁ ପାଢୀ, ଜନ୍ମେଜୟ ନାୟକ, ନଳିନୀକାନ୍ତ ରାଉତ, ଅନିଲ୍ କୁମାର ମହାନ୍ତି, ଗୋବିନ୍ଦ ରାଓ, ସୁବାଷ ମଲ୍ଲିକ ପ୍ରମୁଖ ମହର୍ଷିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶେଷରେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ରଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।


ଶେଷ ଅପଡେଟ୍: 10 ନଭେମ୍ବର 2026, 09:30 ପୂର୍ବାହ୍ନ

← ପୂର୍ବ ଖବରସଫ୍ଟୱେର ଇଞ୍ଜିନିୟରରୁ ରାଜନୈତିକ ନେତା; ଓଡ଼ିଶା ଯୁବ କଂଗ୍ରେସ ସଭାପତି ଦୌଡ଼ରେ ନଳିନୀକାନ୍ତ ନାୟକ