ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

ପୂର୍ବତନ ମୁଖ୍ୟଶାସନ ସଚିବଙ୍କ ଭିଡିଓ ବାର୍ତ୍ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଛନ୍ଦିଲା କଂଗ୍ରେସ !

ପୂର୍ବତନ ମୁଖ୍ୟଶାସନ ସଚିବଙ୍କ ଭିଡିଓ ବାର୍ତ୍ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଛନ୍ଦିଲା କଂଗ୍ରେସ !

ପୂର୍ବତନ ମୁଖ୍ୟଶାସନ ସଚିବଙ୍କ ଭିଡିଓ ବାର୍ତ୍ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଛନ୍ଦିଲା କଂଗ୍ରେସ !

ପୂର୍ବତନ ମୁଖ୍ୟଶାସନ ସଚିବଙ୍କ ଭିଡିଓ ବାର୍ତ୍ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଛନ୍ଦିଲା କଂଗ୍ରେସ !

ଭୁବନେଶ୍ବର, ୯/୧୧(ଭାରତ ପ୍ରସାରଣ): ଗଂଜାମ ବନ୍ୟା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ ଥିଲା ବୋଲି ପିସିସି ସଭାପତି ଭକ୍ତଚରଣ ଦାସଙ୍କ ମତ ସତ ପ୍ରମାଣିତ ହୋଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଯେ କି ଦୀର୍ଘ ୫ ବର୍ଷ କାଳ ଜଳସମ୍ପଦ ସଚିବ ଦାୟିତ୍ବରେ ଥିଲେ, ଏହି ମନୁଷ୍ୟକୃତ ବନ୍ୟା ବିଷୟରେ ରବିବାର ତଥ୍ୟପ୍ରମାଣଯୁକ୍ତ ଭିଡିଓ ଜାରି କରିବା ପରେ ଏ ନେଇ ସରକାରଙ୍କ ପକ୍ଷରୁ ଆଉ ବୋଧହୁଏ ଆଉ କିଛି କହିବାର ନାହିଁ ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରକାଶ କରିଛନ୍ତି। ଗଂଜାମ କୃଷିରେ ସମୃଦ୍ଧ ଓ ଏହାର ଚାଷୀମାନେ ପରିଶ୍ରମୀ। ଏ ଥରର ଏହି ମନୁଷ୍ୟକୃତ ବନ୍ୟା ସେମାନଙ୍କର ମେରୁଦଣ୍ଡ ଭାଙ୍ଗିଦେଇଛି। ତେଣୁ ରାଜ୍ୟ ସରକାର ରାଜ୍ୟବାସୀଙ୍କ ନିକଟରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ପିସିସି ପକ୍ଷରୁ ଶ୍ରୀ ଦାସ ଦାବି କରିଛନ୍ତି। ବାତ୍ୟା ନ ସରୁଣୁ ମୁଖ୍ୟମନ୍ତ୍ରୀ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ସାଧନ ହେଲା ବୋଲି ବାହାସ୍ଫୋଟ ମାରୁଥିଲେ। ଦୁଇ ଚାଷୀଙ୍କ ଆତ୍ମହତ୍ୟା କ’ଣ କାଜୁଆଲିଟି ନୁହେଁ? କନ୍ଧମାଳ ଭୂସ୍ଖଳନ ଯୋଗୁଁ ୧୨ ଜଣ ଜୀବନ୍ତ ସମାଧି ଭୋଗିବା କ’ଣ କାଜୁଆଲିଟି ନୁହେଁ? ଭାଗ୍ୟ ଭଲ, ବନ୍ୟାଜଳ ୨୯ ତାରିଖ ଦିନବେଳା ଆସିଲା, ନହେଲେ କ’ଣ ଯେ ଅବସ୍ଥା ହୋଇଥା’ନ୍ତା ଓ କେତେଜଣଙ୍କ ଜୀବନ ଯାଇଥା’ନ୍ତା, ମୁଖ୍ୟମନ୍ତ୍ରୀ ଭାବିପାରୁଛନ୍ତି ତ? ଜଳସମ୍ପଦ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଏହି ମନୁଷ୍ୟକୃତ ବନ୍ୟାର ଉତ୍ତରଦାୟିତ୍ବ ନିଜ ମୁଣ୍ଡକୁ ନେବେ ତ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।
ସୁରେଶ ମହାପାତ୍ରଙ୍କ ଉକ୍ତ ଭିଡିଓ ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି, ଆଇଏମଡି କେବେ ସତର୍କ କଲା ଓ ସେତେବେଳେ ଋଷିକୂଲ୍ୟା ଓ ଏହାର ଉପନଦୀଗୁଡ଼ିକରେ କେତେ ପାଣି ଥିଲା? ଜଳ ପରିଚାଳନା ଆହୁରି ଭଲ କରାଯାଇପାରିଥା’ନ୍ତା କି? ୨୦୧୩ ଫାଇଲିନ୍ ବେଳେ ଶ୍ରୀ ମହାପାତ୍ର ନିଜେ ବନ୍ୟା ପରିଚାଳନା ଦାୟିତ୍ବରେ ଥିଲେ। ସେ ଥର ଗଂଜାମରେ ୨୨୦-୨୪୦ କିମି ପବନର ଗତି ଥିଲା। ସମଗ୍ର ଗଂଜାମ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। ସେତେବେଳେ ଡ୍ୟାମ୍‌ରେ ଜଳସ୍ତରର ଉଚ୍ଚତା ୫୦%କୁ ଖସାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେଣୁ ଅତି ପ୍ରବଳ ବର୍ଷାରେ ବି ଡ୍ୟାମ୍‌ର ଗେଟ୍ ହଠାତ କରି ଖୋଲିବା ଦରକାର ହୋଇ ନ ଥିଲା। ତେଣୁ ବର୍ଷା ପରେ ବନ୍ୟାକୁ ନିୟନ୍ତ୍ରଣ କରିବା ସହଜ ହୋଇଥିଲା। ଋଷିକୂଲ୍ୟାର ବେସିନ୍ ଛୋଟ୍। ମୋଟ୍ ମାତ୍ର ୧୫୦ କିମିର ନଦୀ। ଗଂଜାମରେ ମାତ୍ର ୧୦୦ କିମି। ସମୁଦ୍ରକୂଳରେ ଗଂଜାମ ଅଛି। ତେଣୁ ବହୁତ କମ୍ ସମୟରେ ଋଷିକୂଲ୍ୟା ପାଣି ସମୁଦ୍ରକୁ ନିଷ୍କାସିତ ହୋଇପାରେ। ହୀରାକୁଦ ଡ୍ୟାମ୍‌ରୁ ପାଣି ଛାଡ଼ିଲେ ୩ ଦିନରେ ସମୁଦ୍ରରେ ମିଶୁଥିବା ବେଳେ ଋଷିକୂଲ୍ୟାର ଯେ କୌଣସି ଡ୍ୟାମ୍‌ରୁ ପାଣି ଛାଡ଼ିଲେ ୧୦-୧୨ ଘଣ୍ଟାରେ ସମୁଦ୍ରରେ ପାଣି ମିଶେ। ବନ୍ୟା ସମୟରେ ଘଣ୍ଟାକୁ ୧୫ କିମି ଗତିରେ ଜଳ ପ୍ରବାହିତ ହୁଏ। 

ଗଂଜାମରେ ଇଣ୍ଟିଗ୍ରେଟେଡ୍ ଓ୍ବାଟର ମ୍ୟାନେଜମେଣ୍ଟ ସିଷ୍ଟମ ବ୍ରିଟିଶ ଅମଳରୁ ରହିଛି। ପୂର୍ବର ରସୁଲକୋଣ୍ଡା ଘାଇ (ଏବର ଭଂଜନଗର ଡ୍ୟାମ୍), ସୋରଡ଼ା ପରି ଡ୍ୟାମ୍ ୧୨୦-୧୩୦ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା। ଋଷିକୂଲ୍ୟାର ଉପନଦୀ ଓ ଶାଖାନଦୀ ଗୁଡ଼ିକରେ ମୋଟ ୬ଟି ବଡ଼ ଡ୍ୟାମ୍ ଅଛି। କ୍ୟାଚ୍‌ମେଣ୍ଟ ଏରିଆ ତୁଳନାରେ ଡ୍ୟାମ୍‌ଗୁଡ଼ିକ ବଡ଼। ଘୋଡ଼ାହାଡ଼ ନଦୀରେ ଘୋଡ଼ାହାଡ଼ ଡ୍ୟାମ୍, ସୋରଡ଼ା ପାଖରେ ପଦ୍ମାନଦୀରେ ସୋରଡ଼ା ଡ୍ୟାମ୍ ରହିଛି। ଭଂଜନଗର ଉପରକୁ ଡହ ଡ୍ୟାମ୍ ଫୁଲବାଣୀ (କନ୍ଧମାଳ) ଜିଲ୍ଲାର ରାଇକିଆ ତଳକୁ ଥିବା ୩ ପଂଚାୟତ ନରମ୍ଭା, ଇନ୍ଦ୍ରଗଡ଼ ଓ କରଡ଼ାରୁ ଡହ ଡ୍ୟାମକୁ ପାଣି ଆସୁଛି। ଭଂଜନଗର ଡ୍ୟାମ୍ ବଡ଼, ଅଥଚ ଏହାର କ୍ୟାଚ୍‌ମେଣ୍ଟ ବହୁତ ଛୋଟ। ଇଣ୍ଟର-ବେସିନ୍ ଟ୍ରାନ୍ସଫର ହୋଇ ଅନ୍ୟ ନଦୀର ଉଦ୍‌ବୃତ୍ତ ଜଳ ଏହି ଡ୍ୟାମ୍‌କୁ ଆସିଥାଏ। ଋଷିକୂଲ୍ୟାର ବାମପଟେ ଆଉ ଦୁଇଟି ଡ୍ୟାମ୍ ଅଛି -ବାଘୁଆ ଓ ଧନେଇ। ଉପରୋକ୍ତ ୬ଟି ଯାକ ଡ୍ୟାମ୍ ମଧ୍ୟମ ଜଳସେଚନ ପ୍ରକଳ୍ପ। ତା’ଛଡ଼ା, ଓଡ଼ିଶାର ସବୁଠୁ ବେଶି ଏମଆଇପି (ହଜାର ସଂଖ୍ୟାରେ) ଗଂଜାମ ଜିଲ୍ଲାରେ ଅଛି। କାସ୍‌କେଡିଂ ବ୍ୟବସ୍ଥାରେ ବ୍ରିଟିଶରମାନେ ଉପରୁ ତଳକୁ ବ୍ୟବସ୍ଥା କରିଛନ୍ତି।

  • ଗଂଜାମ ବନ୍ୟା ମନୁଷ୍ୟକୃତ ଥିଲା; ଜଳସମ୍ପଦ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଏହାର ଉତ୍ତରଦାୟିତ୍ବ ନେବେ ତ?
  • ଆଇଏମଡିର ବାରମ୍ବାର ସତର୍କ ସୂଚନା ସତ୍ତ୍ବେ ନଦୀର ଜଳସ୍ତରକୁ କମାଇବା ପାଇଁ ୨୩ରୁ ୨୮ ତାରିଖ ଡ୍ୟାମ୍‌ଗୁଡ଼ିକର ଗେଟ୍ ଖୋଲାଯାଇ ନ ଥିଲା କାହିଁକି?
  • ୨୮ ତାରିଖ ଯାଏ ଦୈନିକ ପ୍ରବାହିତ ହେଉଥିବା ମାତ୍ର ୭ ହଜାର କ୍ୟୁସେକ୍‌ରୁ ବଢ଼ାଇ ୨୯-୩୦ରେ ହଠାତ୍ ଲକ୍ଷେ ୪୦ ହଜାର କ୍ୟୁସେକ୍ ଜଳପ୍ରବାହ କରାଇବାର ନିଷ୍ପତ୍ତି କିଏ ନେଇଥିଲେ?
  • ଏତେବଡ଼ ମନୁଷ୍ୟକୃତ ବନ୍ୟା ସତ୍ତ୍ବ ଏ ଯାଏ କାର୍ଯ୍ୟାନୁଷ୍ଠାନ ଘର ‘ଶୂନ’ କାହିଁକି?
  • ଆଗକୁ ରବିଋତୁ ଆସୁଛି; ନଦୀବନ୍ଧ, ଆନିକଟ, କେନାଲ ଆଦିର ଯୁଦ୍ଧକାଳୀନ ମରାମତି ପାଇଁ କି ପଦକ୍ଷେପ ନେଇଛନ୍ତି, ସରକାର କେବେ କହିବେ?
  • ପୂର୍ବତନ ଜଳସମ୍ପଦ ସଚିବ ସୁରେଶ ମହାପାତ୍ରଙ୍କ ମତକୁ ସରକାର ଗ୍ରହଣ କରି ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ, ନହେଲେ ତାଙ୍କୁ ଭୁଲ୍ ପ୍ରମାଣିତ କରନ୍ତୁ

୨୩ ତାରିଖରୁ ଆଇଏମ୍‌ଡି ବାରମ୍ବାର ରେଡ୍‌ ଓ୍ବାର୍ଣ୍ଣିଂ ଦେଇଆସିଥିଲା କି, ୨୭- ୨୮ ଓ ୨୯ ତାରିଖରେ ଅତି ପ୍ରବଳ ବର୍ଷା ହେବ। ଘୂର୍ଣ୍ଣିବାତ୍ୟା ହିଟ୍‌ କରିବାର ଡାହାଣ ପାର୍ଶ୍ବରେ ପ୍ରବଳ ବର୍ଷା ହୁଏ। ଫାଇଲିନ୍ ବେଳେ ଗଂଜାମ ଜିଲ୍ଲାରେ ହିଟ୍ କଲା; ଅଥଚ ପ୍ରବଳ ବର୍ଷା ଡାହାଣ ପାର୍ଶ୍ବରେ ଅର୍ଥାତ ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଓ ବାଙ୍କୀରେ ହେଲା। ତେଣୁ ଆନ୍ଧ୍ରରେ ହୋଇଥିବା ଲ୍ୟାଣ୍ଡଫଲ୍ ଯୋଗୁଁ ଏହାର ଡାହାଣ ପାର୍ଶ୍ବରେ ୨୮ ତାରିଖରେ ସୋରଡ଼ାରେ ୫୦୦ରୁ ଅଧିକ ମିମି ବର୍ଷା ହେଲା। ଅନ୍ୟ ଜାଗାରେ ୩୦୦-୪୦୦ ମିମି ବର୍ଷା ହୋଇଥିଲା। ବହୁତ ଆଗରୁ ଆଇଏମଡି ଦ୍ବାରା ପୂର୍ବାନୁମାନ କରାଯାଇଥିଲା। ଜଳସମ୍ପଦ ବିଭାଗର ନିଜସ୍ବ ଓ୍ବେବ୍‌ସାଇଟର ତଥ୍ୟ କହୁଛି:- ୨୩, ୨୪, ୨୫, ୨୬ ଓ ୨୭ ତାରିଖରେ କୌଣସି ଡ୍ୟାମ୍‌ର ଗେଟ୍ ଖୋଲାଯାଇ ନ ଥିଲା, ଯଦିଓ ସବୁ ଡ୍ୟାମ୍‌ରେ ପାଣି ୬୫-୮୦ ପ୍ରତିଶତ ଭର୍ତ୍ତି ହୋଇ ରହିଥିଲା। ୨୦୧୩ର ଫାଇଲିନ୍ ପରି ୫୦ ଭାଗକୁ ଜଳସ୍ତର ଖସାଇଆଣିବା ଉଚିତ ଥିଲା। ଏପରିକି ଯୋଉ ଡ୍ୟାମ୍‌ର ସ୍ଲୁଇସ ଗେଟ୍ ନାହିଁ ତଥା ଏମଆଇପିର କେନାଲଗୁଡ଼ିକୁ ମଧ୍ୟ ଖୋଲିଦିଆଯାଇଥିଲା।

୨୭ ତାରିଖ ବେଳକୁ ଋଷିକୂଲ୍ୟା ପ୍ରାୟ ଶୁଖିଲା ଥିଲା। ମାତ୍ର ୭ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା। ୨୮ର ଅତି ପ୍ରବଳ ବର୍ଷାରେ ୨୯ ତାରିଖ ଦିନ ୧ ଲକ୍ଷ ୩୭ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଲା। ପୁରୁଷାତ୍ତମପୁରରେ ଜଳସ୍ତର ବିପଦ ସଂକେତର ୩ ମିଟର ଉପରକୁ ଅର୍ଥାତ ୧୯ ମିଟର ପାରିହୋଇଗଲା। ୩୦ ତାରିଖରେ ୧ ଲକ୍ଷ ୪୨ ହଜାର କ୍ୟୁସେକ ପ୍ରବାହିତ ହେଲା। ପ୍ରଥମ ୪-୫ ଦିନ ନଦୀ ପୂରା ଶୁଖିଲା ଥିଲା। ବହୁତ ଡେରିରେ ଘୋଡ଼ାହାଡ଼ ଓ ଭଂଜନଗର ଡ୍ୟାମର ଗେଟ୍‌ ଖୋଲାଗଲା। ୨୯ ତାରିଖରେ ୫ଟି ଯାକ ଡ୍ୟାମ୍‌ର ଗେଟ୍ ଏକାସାଙ୍ଗରେ ଖୋଲିଦିଆଗଲା (ସୋରଡ଼ା ଡ୍ୟାମ୍‌ର ଗେଟ୍ ନାହିଁ)। କେବଳ ଏକାସାଙ୍ଗରେ ଗେଟ୍ ଖୋଲାଯିବା ଯୋଗୁଁ ୩୦-୪୦ ହଜାର କ୍ୟୁସେକ ଅଧିକ ପାଣି ଆସିଲା। ଗୋଟିଏ ଦିନରେ ୭ ହଜାରରୁ ୧ ଲକ୍ଷ ୪୨ ହଜାର କ୍ୟୁସେକ ଜଳ! ଏହା ମନୁଷ୍ୟକୃତ ନୁହେଁ ତ ଆଉ କ’ଣ ବୋଲି ଶ୍ରୀ ମହାପାତ୍ରଙ୍କ ଉପସ୍ଥାପିତ ତଥ୍ୟ ଆଧାରରେ ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।

ଭଂଜନଗର ଓ ଆସ୍କା ବନ୍ୟାର କାରଣ ମଧ୍ୟ ଅତି ସ୍ପଷ୍ଟ। ଭଂଜନଗର ଡ୍ୟାମ୍‌ରେ ପ୍ରଥମେ ୩ ଓ ପରେ ୪ଟି ଯାକ ଗେଟ୍ ଖୋଲିଦିଆଯାଇଥିଲା। ଏହା ଏକ ଛୋଟ ନଦୀ। ଅନ୍ୟ ବେସିନରୁ ପାଣି ଅଣାହୁଏ। ଡହ ଡ୍ୟାମ୍‌ର ମଧ୍ୟ ସବୁ ଗେଟ୍ ଖୋଲିଦିଆଗଲା। ତେଣୁ ୭ଟି ଗେଟ୍ ଯୋଗୁଁ ଭଂଜନଗର ବୁଡ଼ିଲା। ଆସ୍କା ସହର ଦୁଇଟି ନଦୀ ମଝିରେ ଅଛି। ବଡ଼ନଦୀ ଓ ଋଷିକୂଲ୍ୟା। ନଦୀବନ୍ଧ ବା ମୁହାଣ ଭାଙ୍ଗିଲା, ତଳେ ଥିବା ଆସ୍କା ସହରକୁ ଡୁବେଇଦେଲା। ବହୁତ ଉଚ୍ଚତାରୁ ଓ ଫୋର୍ସରେ ପାଣି ଆସିଗଲା। ଭୟଭୀତ ହୋଇ ଯନ୍ତ୍ରୀମାନେ ଏକାସାଙ୍ଗେ ସବୁ ଗେଟ୍‌ ଖୋଲିଦେଇଥିବା ସ୍ପଷ୍ଟ। ୩୦ ତାରିଖରେ ସବୁ ଗେଟ୍ ବନ୍ଦ କରାଗଲା।

ଶ୍ରୀ ଦାସ ଅଭିଯୋଗ କରିଛନ୍ତି, ୧୦ ଦିନ ବିତିଯାଇଥିଲେ ମଧ୍ୟ ଏତେବଡ଼ ବିପର୍ଯ୍ୟୟକୁ ଡାକିଆଣିଥିବା ଜଣେ ବି ଯନ୍ତ୍ରୀ ବା ଅଧିକାରୀଙ୍କ ବିରୋଧରେ ଏ ଯାଏ କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ତଳ ସ୍ତରର ଯେଉଁ ଇଂଜଂନିୟରମାନେ ଭାବନ୍ତି ଡ୍ୟାମ କେବଳ ପିଇବା ପାଣି ଓ ଜଳସେଚନ ପାଇଁ ଅଛି, ତଥା ଯେଉଁ କନିଷ୍ଠ ଯନ୍ତ୍ରୀମାନେ ବନ୍ୟା ପରିଚାଳନା କଥା ଭାବନ୍ତି ନାହିଁ, ସେମାନଙ୍କ ହାତରେ ଦାୟିତ୍ବ ଟେକିଦେଇ ସରକାର ନିଘୋଡ଼ ନିଦରେ କିପରି ଶୋଇଗଲେ? 

ପିସିସି ପକ୍ଷରୁ ଶ୍ରୀ ଦାସ ଦାବି କରିଛନ୍ତି:- ପିସିସି ସଭାପତିଙ୍କ ଦାବି ଅନୁସାରେ ଅଢ଼େଇ ହଜାର କୋଟି ନୁହେଁ, ୫ ହଜାର କୋଟିର କେନ୍ଦ୍ରୀୟ ସହାୟତା ପାଇଁ ରାଜ୍ୟ ଦାବି କରୁ। ଚାଷଜମିମାନଙ୍କରେ ବାଲିଚର ହୋଇଛି। ଅନେକ ପୁରୁଣା ଆନିକଟ, ନଦୀବନ୍ଧ ଓ କେନାଲ ଭାଙ୍ଗିଯାଇଛି। ଆଗକୁ ରବି ଋତୁ। ଏହା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏଗୁଡ଼ିକର ମରାମତି ଦରକାର। ଅନ୍ୟପକ୍ଷରେ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ଯଥାଶିଘ୍ର କାର୍ଯ୍ୟକାରୀ କରାଯାଉ। ପୁରୁଣାକାଳିଆ ରିଲିଫ କୋଡ ଅନୁସରଣ କରି ଏପରି ଏକ ମାନବୀୟ ବିପର୍ଯ୍ୟୟକୁ ଭରଣା କରିବା ଅନ୍ୟାୟ। ତେଣୁ ସରକାର ତୁରନ୍ତ ଏମଏସପି ଅନୁସାରେ ଅମଳ ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟକୁ ବିଚାରକୁ ନେଇ ସେହି ଅନୁସାରେ ହିସାବ କରି ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ। ସର୍ବୋପରି ଏହି ମନୁଷ୍ୟକୃତ ବନ୍ୟା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉ।
ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଓ୍ବାର୍‌ ରୁମ୍ ଅଧ୍ୟକ୍ଷ ମନୋରଂଜନ ଦାସ ଉପସ୍ଥିତ ଥିଲେ।

ଶେଷ ଅପଡେଟ୍: 10 ନଭେମ୍ବର 2026, 02:43 ପୂର୍ବାହ୍ନ

← ପୂର୍ବ ଖବରକ୍ରୀଡ଼ାମନ୍ତ୍ରୀ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬ ଆୟୋଜନ ପ୍ରସ୍ତୁତିର ସମୀକ୍ଷା କଲେପର ଖବର →୫ ଦଫା ଦାବିରେ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ