Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Odisha

ଭୋଟ ଅଧିକାର ଗଣତାନ୍ତ୍ରିକ ଅଧିକାର

ଶ୍ରମିକ ଅଧିକାର ପାଇଁ ମିଳିତ ସଂଗ୍ରାମ ଆବଶ୍ୟକ

ଭୋଟ ଅଧିକାର ଗଣତାନ୍ତ୍ରିକ ଅଧିକାର

ଶ୍ରମିକ ଅଧିକାର ପାଇଁ ମିଳିତ ସଂଗ୍ରାମ ଆବଶ୍ୟକ

ଭୁବନେଶ୍ୱର,୨୫.୧୦ (ଭାରତ ପ୍ରସାରଣ): ଭାରତ ବର୍ଷର ଶ୍ରମିକ ଓ ମାନବିକ ଅଧୂକାର, ଗଣତାନ୍ତ୍ରିକ ଅଧିକାର ଓ ଭୋଟ ଅଧିକାର ପାଇଁ ରାଜନୈତିକ ଦଳ ଶ୍ରମିକ, କୃଷକ ସଂଗଠନ ଯୁବ, ଛାତ୍ର ସଂଗଠନ ଦଳିତ ବର୍ଗଙ୍କର ମିଳିତ ସଂଗ୍ରାମ ଆବଶ୍ୟକ ବୋଲି ଗତ ତା. ୨୩.୧୦. ୨୦୨୬ ରିଖରେ ହାଇଦ୍ରାବାଦରେ ଲେମନ ଗ୍ରୀ ପ୍ରିମିୟମ ହୋଟେଲରେ ଟ୍ରେଡ ୟୁନିୟନ ସିଭିଲ ସୋସାଇଟର ରାଜନୈତିକ ଦଳ ମଳିତ ଅନୁଷ୍ଠିତ ଅଧ୍ଯକ୍ଷତା କରି ପୂର୍ବତନ ସାଂସଦ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି । ଏହି ସମ୍ମିଳନୀରେ ତେଲେଙ୍ଗାନାରେ ଶ୍ରମ ଶିଳ୍ପ ଓ ଖଣିମନ୍ତ୍ରୀ ଡ. ବିବେକାନନ୍ଦ ଭେଙ୍କେଟେସ୍ଵାମୀ ଜାତୀ ଓ ଦେଶ ଗଠନରେ ଶ୍ରମିକ କର୍ମଚାରୀଙ୍କର ଏକ ଗୁରୁତ୍ବପୂର୍ଣ ଭୂମିକା ଅଛି ଏବଂ ତାଙ୍କର ସଂଖ୍ୟା ଯଥେଷ୍ଟ ବେଶୀ। ଏଣୁ ଶ୍ରମିକ ଓ କର୍ମଚାରୀକୁ ବାଦ ଦେଇ କୌଣସି ଦେଶର ଉନ୍ନତ ସମ୍ଭବ ନୁହେଁ | ଶ୍ରମିକ ସଂଗଠନର ସହଯୋଗ ରାଜନୈତିକ ଦଳକୁ ଅଧୂକ ଶକ୍ତିଶାଳୀକରିବ। ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ତେଲେଙ୍ଗନାର କଂଗ୍ରେସ ସାଂସଦ ଡ. ଚମଲା କିରଣ ରେଙ୍ଗି ଶ୍ରମିକ କର୍ମଚାରୀଙ୍କର ଦାବୀ ସମର୍ଥନ କରିବା ସଂଗେ ସଂଗେ ବିଜେପି ସରକାରଙ୍କ ଦ୍ଵାରା ପ୍ରଣିତ ୪ଟି ଲେବର କୋଡକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ଦାବୀକୁ ଦୃଢ଼ ସମର୍ଥନ କରିଥିଲେ। ଏହି ସମ୍ମିଳନୀର ତା. ୨୪/୧୦/୨୦୨୬ ରିଖରେ ଉଦ୍‌ଯାପନ ଦିବସରେ ତେଲେଙ୍ଗାନାର ମନ୍ତ୍ରୀ ଶ୍ରୀମତୀ ସୀତାକା ଉଦ୍‌ବୋଧନ ଦେଇ ଶ୍ରମିକ, ରାଜନୈତିକ ପ୍ରଶାସନ ମହିଳାମାନଙ୍କୁ ଅଧିକ ଗୁରୁତ୍ବ ଦେବା ଏବଂ ସଂସଦରେ ଏକ ତୃତୀୟାଂଶ ମହିଳାଙ୍କୁ ସ୍ଥାନ ସଂରକ୍ଷଣ କରିବା ଦାବୀକୁ ସମର୍ଥନ କରିଥିଲେ। ଅଖୁଳ ଭାରତ କଂଗ୍ରେସ କମିଟିର ସ୍ଥାୟୀ ନିମନ୍ତ୍ରୀତ ସଭ୍ୟ ଶ୍ରୀ ଗୁରୁଜିତ ସଂ ସରପାଲ ଉଦ୍‌ବୋଧନ ଦେଇ ବିଜେପି ଓ ମୋଦୀ ସରକାରଙ୍କର ତୀବ୍ର ସମାଲୋଚନା କରିଥିଲେ। ତେଲେଙ୍ଗାନା ମହିଳା କମିଶନର ଅଧ୍ଯକ୍ଷା ଶ୍ରୀମତୀ ନରେଲା ସାରଦା, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ଚନ୍ଦ୍ର ପ୍ରକାଶ ସିଂ, ଶ୍ରୀ ଅନୁପ ଶ୍ରୀଭାସ୍ତବ, ଶ୍ରୀଅନୁରାଗ ଶ୍ରୀଭାସ୍ତବ, ଏଚ୍‌ଏମ୍ ଏସ୍, ଏଆଇଟିୟୁସି ପ୍ରତିନିଧୂମାନେ ଯୋଗ ଦେଇଥିଲେ।




← Previous storyଆନ୍ଧ୍ର ପ୍ରଦେଶ ହାତକୁ କୋଟିଆ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାରNext story →ଡଃ ଜ୍ଞାନେନ୍ଦ୍ରଙ୍କୁ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ