Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Odisha

ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ ଏବଂ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ "ପିଙ୍କ୍ ପ୍ଲେଜ୍" ସ୍ତନ କର୍କଟ ସଚେତନତା ଓ ମାଗଣା ପରୀକ୍ଷା ଶିବିର ସଫଳତାର ସହ ସମ୍ପନ୍ନ

ଭୁବନେଶ୍ୱର, ତା ୨୩.୧୦.୨୬:-

ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ (Rotary District 3262) ଏବଂ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ସ୍ତନ କର୍କଟ ସଚେତନତା ଓ ମାଗଣା ପରୀକ୍ଷା ଶିବିର "ପିଙ୍କ୍ ପ୍ଲେଜ୍" (Pink Pledge) ୟୁନିଟ୍-୯ ସ୍ଥିତ ରୋଟାରୀ ଭବନଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ମିଡୋଜ୍ , ଇନର ୱିଲ୍ କ୍ଲବ୍ ଅଫ୍ ଭୁବନେଶ୍ୱର ମିଡୋଜ୍ , ଇନର ୱିଲ୍ କ୍ଲବ୍ ଅଫ୍ ଭୁବନେଶ୍ୱର ରେଡିଆଣ୍ଟ ଏବଂ ଇନର ୱିଲ୍ କ୍ଲବ୍ ଅଫ୍ ଭୁବନେଶ୍ୱର ଟେମ୍ପଲସିଟି ମିଳିତ ଭାବେ ଆୟୋଜନ କରିଥିଲେ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ଅନିଲ କୁମାର ସାମଲ ଯୋଗଦେଇ ଶିବିରର ଉଦ୍‌ଘାଟନ କରିବା ସହ ସମାଜରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଓ କର୍କଟ ରୋଗର ପ୍ରାରମ୍ଭିକ ନିରୂପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସେହିପରି ମୁଖ୍ୟ ବକ୍ତା ଭାବେ ଡଃ ପ୍ରଶାନ୍ତ ପରିଡ଼ା ଯୋଗଦେଇ ସ୍ତନ କର୍କଟର ଲକ୍ଷଣ, ପ୍ରାରମ୍ଭିକ ପରୀକ୍ଷା ଏବଂ ସଠିକ୍ ପରାମର୍ଶ/ମାର୍ଗଦର୍ଶନ ରୋଗୀଙ୍କ ଜୀବନ ବଞ୍ଚାଇବାରେ କିପରି ସହାୟକ ହୋଇଥାଏ, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ଶିବିରରେ ଶତାଧିକ ମହିଳା ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ମାମୋଗ୍ରାଫି ଏବଂ ପରାମର୍ଶ ସେବାର ଲାଭ ଉଠାଇଥିଲେ।

ଏହି କାର୍ଯ୍ୟକ୍ରମଟି କ୍ଲବ୍ ସଭାପତି ବିକାଶ ଗରବଡ଼ୁ ଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ କ୍ଲବ୍ ସମ୍ପାଦକ ଦୀପକ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। 

ରୋଟାରୀ ଏବଂ ଇନର ୱିଲ୍ କ୍ଲବ୍‌ର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସକ୍ରିୟ ସହଯୋଗ ଯୋଗୁଁ ଏହି କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଥିଲା |

Last updated: 23 Oct 2026, 11:01 PM

← Previous storyସାମ୍ବାଦିକ ନିଧି ରାଜଦାନଙ୍କୁ ବିବାହ କଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ସୋସିଆଲ ମିଡିଆରେ ଦେଲେ ବିବାହ ଖବରNext story →ବାତ୍ୟା ପାଇଁ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ; ବଙ୍ଗୋପସାଗରରେ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଚିନ୍ତା