Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
DEMOThis is a demo edition. News and images are provided as examples only.
Odisha

ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ୨୦୨୩ ବ୍ୟାଚ୍ ଓଡ଼ିଶା ଅର୍ଥ ସେବା ଅଧିକାରୀ

ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ୨୦୨୩ ବ୍ୟାଚ୍ ଓଡ଼ିଶା ଅର୍ଥ ସେବା ଅଧିକାରୀ

ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ୨୦୨୩ ବ୍ୟାଚ୍ ଓଡ଼ିଶା ଅର୍ଥ ସେବା ଅଧିକାରୀ

ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ୨୦୨୩ ବ୍ୟାଚ୍ ଓଡ଼ିଶା ଅର୍ଥ ସେବା ଅଧିକାରୀ

  • ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ପୂରଣ ଦିଗରେ ସମର୍ପଣ ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଓଡ଼ିଶା ଅର୍ଥ ସେବାର ନବନିଯୁକ୍ତ ଅଧିକାରୀଙ୍କୁ ମାନ୍ୟବର ରାଷ୍ଟ୍ରପତିଙ୍କ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ବର, ୧୨/୧୧(ଭାରତ ପ୍ରସାରଣ): ୨୦୨୩ ବ୍ୟାଚ୍ ଓଡ଼ିଶା ଅର୍ଥ ସେବା ଅଧିକାରୀମାନେ ଆଜି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓଡ଼ିଶା ଅର୍ଥ ସେବା ଅଧିକାରୀମାନଙ୍କୁ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ମହତ୍ତ୍ୱାକାଂକ୍ଷୀ ସଂକଳ୍ପ ସହ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଜଣାଇଛନ୍ତି।

ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଲୋକସେବାରେ ସାଧୁତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ନିଷ୍ଠାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ରାଜ୍ୟର ଆର୍ଥିକ ପ୍ରଗତି ଓ ସୁଶାସନକୁ ଅଧିକ ସୁଦୃଢ଼ କରିବା ଦିଗରେ ଯୁବ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ। ଏହି ସାକ୍ଷାତକାର ନବନିଯୁକ୍ତ ଓଏଫଏସ୍ ଅଧିକାରୀମାନଙ୍କ ପାଇଁ ଏକ ପ୍ରେରଣାଦାୟୀ ଓ ସ୍ମରଣୀୟ ଅନୁଭୂତି ହୋଇଥିଲା।

← Previous storyନଭେମ୍ବର ୧୪ରୁ ଦୁଇଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବ ସ୍କେଲଅପ୍ ଇଣ୍ଡିଆ ସମ୍ମିଟ୍ ୨୦୨୬