Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାରଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକ
DEMOThis is a demo edition. News and images are provided as examples only.
Odisha

ଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲା

ଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲା

ଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲା

ଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲା

ଭୁବନେଶ୍ୱର, ୭/୧୧ (ଭାରତ ପ୍ରସାରଣ): ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ଉତ୍କଣ୍ଠା ବଢ଼ିଛି। ପୂର୍ବ ଘୋଷଣା ଅନୁଯାୟୀ ରାଜ୍ୟରେ ଯୁବ କଂଗ୍ରେସ ନିର୍ବାଚନ ହେବାକୁ ଯାଉଥିବା ବେଳେ ନୋମିନେସନ ଦାଖଲର ଶେଷ ତାରିଖ ୬ ନଭେମ୍ବରରୁ ଘୁଞ୍ଚି ୧୫ ନଭେମ୍ବର ହୋଇଛି। ଏହା ଫଳରେ ଆଶାୟୀ ପ୍ରାର୍ଥୀମାନଙ୍କୁ ନିଜ ନୋମିନେସନ ଦାଖଲ ପାଇଁ ଅଧିକ ସମୟ ମିଳିଛି।

ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ନିର୍ବାଚନରେ ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସମ୍ପାଦକ, ଜିଲ୍ଲା ସଭାପତି ଓ ଜିଲ୍ଲା ସାଧାରଣ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହେବ। ଇଣ୍ଡିଆନ୍ ୟୁଥ୍ କଂଗ୍ରେସ (IYC)ର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ନିର୍ବାଚନ ପ୍ରକ୍ରିୟା ପରିଚାଳିତ ହେବ। ତଦନୁଯାୟୀ ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ସଭାପତି ପଦ ପାଇଁ ପ୍ରଥମେ ୯ ଜଣଙ୍କ ନାମ ଅନୁମୋଦନ କରାଯାଇଥିଲା। ତେବେ ପୂର୍ବରୁ ପ୍ରକାଶିତ ତାଲିକା ଅନୁଯାୟୀ ୬ ଜଣ ଆଶାୟୀ ପ୍ରାର୍ଥୀ ନୋମିନେସନ ଦାଖଲ କରିଛନ୍ତି।

ଯୁବ କଂଗ୍ରେସର ଅଫିସିଆଲ୍ ୱେବସାଇଟରେ ପ୍ରକାଶିତ ତାଲିକା ଅନୁସାରେ ବାଦଲ ମହାନ୍ତି, ନଳିନୀକାନ୍ତ ନାୟକ, ବିଧାୟକ ସତ୍ୟଜିତ ଗମାଙ୍ଗୋ, ଜ୍ଞାନ ରଞ୍ଜନ ରାଉତ, ସୁପ୍ରଭା କୁମାରୀ ଦାସ ଓ ୟାସିର ନୱାଜ ସଭାପତି ପଦ ପାଇଁ ନୋମିନେସନ ଦାଖଲ କରିଛନ୍ତି। ଏହି ଦୌଡ଼ରେ ଜଣେ ମହିଳା ପ୍ରାର୍ଥୀ, ଜଣେ ବିଧାୟକ, ଜଣେ ରାଜ୍ୟ କଂଗ୍ରେସ ମୁଖପାତ୍ର ଏବଂ ଜଣେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ରହିଥିବାରୁ ନିର୍ବାଚନ ଆହୁରି ରୋଚକ ହୋଇଛି।
ଯୁବ କଂଗ୍ରେସ ନିୟମ ଅନୁଯାୟୀ ପ୍ରାର୍ଥୀମାନଙ୍କ ନୋମିନେସନର ସ୍କ୍ରୁଟିନି, ସଦସ୍ୟ ଆଇଡି ଯାଞ୍ଚ, ସଂଗଠନରେ ସକ୍ରିୟତା ଓ ବୟସ ସୀମା (୧୮ରୁ ୩୫ ବର୍ଷ) ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ପ୍ରାର୍ଥୀପତ୍ର ଯାଞ୍ଚ ପରେ କାହାର ନୋମିନେସନ କାଏମ ରହିବ, ତାହାକୁ ନେଇ ମଧ୍ୟ ସମସ୍ତଙ୍କ ନଜର ରହିଛି।

ରାଜ୍ୟର ୧୮ରୁ ୩୫ ବର୍ଷ ବୟସର ଯୁବକ ଓ ଯୁବତୀମାନେ ଯୁବ କଂଗ୍ରେସର ସଦସ୍ୟ ହୋଇ ଭୋଟ ଦେଇପାରିବେ। ଏହି ନିର୍ବାଚନ ପ୍ରକ୍ରିୟା ପ୍ରାୟ ଏକ ମାସ ଧରି ଚାଲିବ। ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ଘୋଷଣା କରାଯିବ। ନିର୍ବାଚନ ଅନଲାଇନ୍ ମାଧ୍ୟମରେ ହେବ ଏବଂ ଜାତୀୟ ଯୁବ କଂଗ୍ରେସର ମୋବାଇଲ୍ ଆପ୍ ଜରିଆରେ ଭୋଟ ଗ୍ରହଣ କରାଯିବ।

୨୦୨୪ ନିର୍ବାଚନରେ ବିଧାନସଭା ଓ ଲୋକସଭାରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳ ଯୁବ ସଂଗଠନକୁ ପୁନର୍ବାର ମଜଭୁତ କରିବା ପାଇଁ ଉଦ୍ୟମ କରୁଛି। ବିଶେଷ କରି ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଓ ମହିଳା ଯୁବ ନେତୃତ୍ୱକୁ ସାମ୍ନାକୁ ଆଣିବା ଉପରେ ଏଥର ଗୁରୁତ୍ୱ ଦିଆଯାଇଛି। ୬ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବିଭିନ୍ନ ସାମାଜିକ ବର୍ଗର ପ୍ରତିନିଧିତ୍ୱ ରହିଥିବାରୁ ସାମାଜିକ ସନ୍ତୁଳନର ବାର୍ତ୍ତା ଦେବାକୁ ମଧ୍ୟ ଦଳ ଚେଷ୍ଟା କରୁଛି।

ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଏଆଇସିସି ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ମନୀଷ ଶର୍ମା ଓ ଉଦୟଭାନୁଙ୍କ ନେତୃତ୍ୱରେ ଏହି ପ୍ରାର୍ଥୀମାନେ ସଂଗଠନ ତଥା କଂଗ୍ରେସ ଦଳକୁ ରାଜ୍ୟ ଓ ଜାତୀୟ ସ୍ତରରେ ଆହୁରି ସୁଦୃଢ଼ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ସମୟ ଓ ଶକ୍ତି ନିୟୋଜିତ କରିବେ ବୋଲି ଇଣ୍ଡିଆନ୍ ୟୁଥ୍ କଂଗ୍ରେସ ଆଶା ପୋଷଣ କରୁଛି।

ଆଗାମୀ ସପ୍ତାହରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଓ ଭୋଟିଂ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ନୋମିନେସନ ଦାଖଲର ଶେଷ ତାରିଖ ୬ ନଭେମ୍ବରରୁ ୧୫ ନଭେମ୍ବରକୁ ଘୁଞ୍ଚିଥିବାରୁ ଆଗାମୀ ଦିନରେ ଆହୁରି କିଛି ପ୍ରାର୍ଥୀ ନୋମିନେସନ ଦାଖଲ କରିବାର ସମ୍ଭାବନା ରହିଛି। ଏହା ସହ ଯୁବ କଂଗ୍ରେସ ସଭାପତି ନିର୍ବାଚନର ରାଜନୈତିକ ରୋଚକତା ଆହୁରି ବଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆଲୋକ କୁମାର ଦାସ, ଅଖିଳେଶ ଯାଦବ ଓ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ବର୍ତ୍ତମାନ ପର୍ଯ୍ୟନ୍ତ ନୋମିନେସନ ଦାଖଲ କରିନାହାନ୍ତି।

ଦୀପକ କୁମାର ମହାପାତ୍ର

Last updated: 07 Nov 2026, 11:28 AM

← Previous storyତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର