Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
DEMOThis is a demo edition. News and images are provided as examples only.
Odisha

ଭତ୍ତା ହିତାଧିକାରୀ ସମ୍ପର୍କିତ ଶ୍ୱେତପତ୍ର ଜାରି କରନ୍ତୁ ସରକାର

ଭତ୍ତା ହିତାଧିକାରୀ ସମ୍ପର୍କିତ ଶ୍ୱେତପତ୍ର ଜାରି କରନ୍ତୁ ସରକାର

ଭତ୍ତା ହିତାଧିକାରୀ ସମ୍ପର୍କିତ ଶ୍ୱେତପତ୍ର ଜାରି କରନ୍ତୁ ସରକାର

ଭତ୍ତା ହିତାଧିକାରୀ ସମ୍ପର୍କିତ ଶ୍ୱେତପତ୍ର ଜାରି କରନ୍ତୁ ସରକାର

ଭୁବନେଶ୍ୱର, ୧୨/୧୧(ଭାରତ ପ୍ରସାରଣ): ଆଜି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କଂଗ୍ରେସ ଭବନରେ ପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଡ. ମନିଷାଦାସ ପଟ୍ଟନାୟକଙ୍କ ଉପସ୍ଥିତିରେ ପିସିସି ସାଧାରଣ ସମ୍ପାଦିକା ସୋନାଲି ସାହୁ କହିଥିଲେ, ଗତ ୧୦ ତାରିଖ ଦିନ ରାଜ୍ୟ ସରକାର ରାଜ୍ୟର ୫ଲକ୍ଷ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜାରେ ସାମିଲ କରିବେ ବୋଲି ଘୋଷଣା କରି ରାଜ୍ୟବାସୀଙ୍କୁ ଭକୁଆ ବନେଇବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ରାଜ୍ୟରେ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ମାସିକ ୩ ହଜାର ଟଙ୍କା ଦେବେବୋଲି କହିଥିଲେ । ୩ହଜାର ଟଙ୍କା ତ ଦୂରର କଥା ପୂର୍ବାରୁ ପାଉଥିବା ୧୦୦୦ଟଙ୍କା ବି ଦୀର୍ଘ ୬ମାସଧରି ମଳିନାହିଁ । ଯେଉଁଥିପାଇଁ ହିତାଧିକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏ ହେଉଛି ହେଡ ଲାଇନ ମ୍ୟାନେଜମେଣ୍ଟ ସରକାର
ଗତ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ସେମାନଙ୍କର ୧୦୦ ଟଙ୍କାର ମାସିକ ଭତ୍ତା ପାଇ ନଥିଲେ । ଯେତେବେଳେ ଏହାକୁ ନେ ରାଜ୍ୟବାସୀ ପ୍ରତିକ୍ରିୟା ଦେଖାଇଲେ ସେତେବେଳ ରାଜ୍ୟ ସରକାର ସଫେଇ ଦେଇ ବୈଷୟିକ ଓ ସପ୍ଟୱେର ତ୍ରୁଟି ଦର୍ଶାଇ ହିତାଧିକାରୀଙ୍କୁ ଭୁଆଁ ବୁଲାଇଥିଲେ । ଗତ ଏପ୍ରିଲ ମାସ ସୁଦ୍ଧା ସାମାଜିକର ସୁରକ୍ଷା ଯୋଜନାରେ ସାମିଲ ହେବାପାଇଁ ରାଜ୍ୟର ୬ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୧୬୨୦୫ ଜାତୀୟ ପେନସନ ଯୋଜନାରେ ଭତା ପାଇଁ ଆବେଦନ କରିଥିଲେ ଓ ମଧୁବାବୁ ପେନସନ ଯୋଜନାରେ ୫ ଲକ୍ଷ ୮୮ହଜାର ୪୮୩ ଜଣ ଆବେଦନ କରିଥିଲେ । ସରକାର ୫ଲକ୍ଷ ହିତାଧିକାରୀଙ୍କୁ ଚୟନ କଲେ ବାକି ୧ଲକ୍ଷ ଆବେଦନକାରୀ କୁଆଡ଼େ ଗଲେ? ଅନ୍ୟ ପକ୍ଷରେ, ଓଡ଼ିଶା ସରକାରଙ୍କ ପରିସଂଖ୍ୟାନ ଅନୁସାରେ ଗତ ଏପ୍ରିଲ ମାସ ସୁଦ୍ଧା ରାଜ୍ୟର ୫୮ଲକ୍ଷ ୪୭ହଜାର ୨୯୭ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୨ଲକ୍ଷ ୬୨ ହଜାର ୯୨୨ ଜଣଙ୍କୁ କେନ୍ଦ୍ର ସରକାର ୨୦୦ ଟଙ୍କା ପ୍ରଦାନ କରୁଥଲେ ଓ ପୂର୍ବ ସରକାର ସେଥିରେ ୮୦୦ ଟଙ୍କା ମିଶାଇ ୧୦୦୦ଟଙ୍କା ଦେଉଥିଲେ ।

ମଧୁବାବୁ ପେନସନ ଯୋଜନାରେ ୩୬ଲକ୍ଷ ୭୫ ହଜାର ହିତାଧିକାରୀ ଥିବାବେଳେ କେନ୍ଦ୍ର ସରକାରଙ୍କ ଅଧିନରେ ୧୨ଲକ୍ଷ ୬୨ ହଜାର ୯୨୨ ଜଣ ହିତାଧିକାରୀ ସରକାର କହୁଛନ୍ତି ୫୮ ଲକ୍ଷ ୪୭ ହଜାର ୨୯୭ ଜଣ । ବାକି ହିତାଧିକାରୀ କୁଆଡ଼େ ଗଲେ କ’ଣ ଶୂନ୍ୟରେ ଉଡ଼ିଗଲେକି? 

ସରକାର ଋଣ କରି ଘିଅ ଖାଇ ଚାଲିଛନ୍ତି । କୋଟି କୋଟି ଟଙ୍କାର ପଖାଲ ଖାଇଗଲେ । ଚାରିଆଡ଼େ ପୋଷ୍ଟର ବ୍ୟାନର ଲଗାଇବାରେ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରିଚାଲିଛନ୍ତି । ଏବେ ଓଡ଼ିଶାରେ ଯେଉଁ ଶିଶୁଟି ଜନ୍ମ ହେବ ସେ ୨୭,୬୨୫ ଟଙ୍କାର ଋଣ ମୁଣ୍ଡେଇକି ଜନ୍ମ ନେବ । ସବୁତ ଋଣ କରି କରୁଛ । ସେମିତି ଋଣ କରି ପେନସନ ଦେବାକୁ କିଏ ମନାକରିଥିଲା ।

ଭତ୍ତା ନପାଇ ଗତ ଅଗଷ୍ଟ ମାସ ୧୬ ତାରିଖରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଉପସ୍ଥିତିରେ କୁଳସରିଚୁଆଁ ପଞ୍ଚାୟତର ବରାଳ ଗ୍ରାମର ୬୪ ବର୍ଷିୟ କୈଳାସ ବେହେରା ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକର ଚଡ଼ିଆପଡ଼ା ଗ୍ରାମର ୬୭ ବର୍ଷିୟ ବିଧବା ମହିଳା ୩ ମାସ ଧରି ଭତ୍ତା ନପାଇ ଗତ ଜୁନ ୧୬ ତାରିଖରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ସେହିପରି ଚାଲିବାକୁ ଅକ୍ଷମଥିବା ଗୁମ୍ବାଇ ନିପୁଳା କର ଗୁରୁଣ୍ଡି ଗୁରୁଣ୍ଡି ବିଡିଓଙ୍କୁ ଦୁଃଖ ଜଣାଇବା ହୃଦୟ ବିଦାରକ ।

ସରକାର ପୂର୍ବ ହିତାଧିକାରୀଙ୍କୁ ଭତ୍ତା ଦେଇ ପାରୁନଥିବା ବେଳେ ନୂଆ ୫ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ଘଟଣା ହାସ୍ୟାସ୍ପଦ । ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ପ୍ରକାଶିତ ତଥ୍ୟରେ କୌଣସି ତାଳମେଳ ନାହିଁ । ସୁନ୍ଦରଗଡ଼ରେ ୩୧୬୨ ଭିନ୍ନକ୍ଷମ ଆଜିବି ଭତ୍ତା ନପାଇ ଭୋକ ଉପାସରେ ରହୁଛନ୍ତି । ସମ୍ବଲପୁର ମହାନଗର ନିଗମରେ ଆଜିବି ୨୪୬୪ ବିଧବା ମା ଭତ୍ତାକୁ ଚାହିଁ ବସିଛନ୍ତି । ସେପଟେ ରାଜ୍ୟର ବରିଷ୍ଠ ନାଗରିକ ୩୦୦୦ ଟଙ୍କାକୁ ଅପେକ୍ଷା ଅପେକ୍ଷା କରି ସେଥି ମଧ୍ୟରୁ କେତେକଙ୍କ ମୃତ୍ୟୁ ମଧ୍ୟ ହୋଇଗଲାଣି । ୨୦୨୪ ରେ ସାମାଜିକ ସଶାକ୍ତିକରଣ ବିଭାଗ ତରଫରୁ ବରିଷ୍ଠ ନାଗରିକ ପାଇଁ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ସେଲ ଗଠନ କରିବାକୁ କହିଥିଲେ । କୁଆଡ଼େ ଗଲା ସ୍ୱତନ୍ତ୍ର ସେଲ । ସେ କହିଥିଲେ, ବିଭିନ୍ନ ସଂସ୍ଥାର ଡୋମେନ ଏକ୍ସପୋର୍ଟଙ୍କୁ ନେଇ ଏକ କମିିଟି ଗଠନ କରିବେ ବୋଲି, କୁଆଡ଼େ ଗଲା କମିଟି? ପ୍ରତ୍ୟେକ ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ ଡେ କେୟାର ସେଣ୍ଟର ପ୍ରତିଷ୍ଠା କରିବେ ବୋଲି କହିଥିଲେ କୁଆଡ଼େ ଗଲା? ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭକୁଆ ବନେଇବା ଛାଡ଼ି ହିତାଧିକାରୀ ସମ୍ପର୍କିତ ଶ୍ୱେତପତ୍ର ଜାରି କରନ୍ତୁ ସରକାର ।


← Previous storyକେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତିକୁ ଓଡ଼ିଶା ବିଜେପିର ସ୍ୱାଗତNext story →ପଦ ଗାରିମାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର କ୍ଷୁର୍ଣ୍ଣ କରୁଛନ୍ତି: ବିଜେଡି