Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
DEMOThis is a demo edition. News and images are provided as examples only.
Odisha

କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତିକୁ ଓଡ଼ିଶା ବିଜେପିର ସ୍ୱାଗତ

କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତିକୁ ଓଡ଼ିଶା ବିଜେପିର ସ୍ୱାଗତ_

କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତିକୁ ଓଡ଼ିଶା ବିଜେପିର ସ୍ୱାଗତ

କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତିକୁ ଓଡ଼ିଶା ବିଜେପିର ସ୍ୱାଗତ_


  • ଚାଷୀଙ୍କୁ ସୁରକ୍ଷା, ଉଦ୍ୟୋଗୀଙ୍କୁ ସୁଯୋଗ ଓ ଐତିହ୍ୟକୁ ସମ୍ମାନ ଦେଇଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର, ୧୨/୧୧(ଭାରତ ପ୍ରସାରଣ): ଚାଷୀଙ୍କ ଆର୍ôଥକ ସୁରକ୍ଷା, ମହିଳା ଓ ବଂଚିତ ବର୍ଗଙ୍କ ଉଦ୍ୟୋଗ ବିକାଶ, କ୍ଷୁଦ୍ର ବ୍ୟବସାୟର ସମ୍ପ୍ରସାରଣ ଏବଂ ଭାରତୀୟ ସଭ୍ୟତାର ଗୌରବ ପ୍ରତିଷ୍ଠା ପାଇଁ କେନ୍ଦ୍ର କ୍ୟାବିନେଟର ଚାରିଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ଓଡ଼ିଶା ବିଜେପି ସ୍ୱାଗତ କରିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟ ବିଜେପି ପକ୍ଷରୁ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି, ଆନ୍ତର୍ଜାତିକ ବଜାରରେ ସାର ଓ କଂଚାମାଲ ଦରବୃଦ୍ଧିର ବୋଝ ଚାଷୀଙ୍କ ଉପରେ ନ ପକାଇବା ପାଇଁ ରବି ୨୦୨୬-୨୭ ଋତୁରେ ଫସ୍‌ଫେଟ୍ ଓ ପଟାସ୍‌ଯୁକ୍ତ ସାର ପାଇଁ ୬୨,୩୭୦.୦୨ କୋଟି ଟଙ୍କାର ସବ୍‌ସିଡି ବ୍ୟବସ୍ଥା କରାଯାଇଛି। ୟୁରିଆ ସବ୍‌ସିଡିକୁ ମିଶାଇଲେ ଚଳିତ ଆର୍ôଥକ ବର୍ଷ ଏହି ପୋଷକ ଭିତିକ ସବ୍‌ସିଡିର ଆକାର ପ୍ରାୟ ୩ ଲକ୍ଷ କୋଟି ଟଙ୍କା ହେବ। ୨୦୨୬-୨୭ ବଜେଟରେ ଏଥିପାଇଁ ୧.୧୬ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ନଭେମ୍ବର ୧୦ ସୁଦ୍ଧା ଦେଶରେ ସାର ମହଜୁଦ ଗତବର୍ଷର ୧୭୩.୪୬ରୁ ବଢ଼ି ୨୩୫.୨୧ ଲକ୍ଷ ଟନ୍ ହୋଇଛି। ଏଥିରେ ୟୁରିଆ ୧୦୩.୧୨, ଡିଏପି ୨୮.୬୫ ଓ ଏନ୍‌ପିକେ ୬୦.୮୭ ଲକ୍ଷ ଟନ୍ ରହିଛି। ଏହି ବର୍ଦ୍ଧିତ ମହଜୁଦ ସବ୍‌ସିଡିଯୁକ୍ତ ସାର ଯୋଗାଣ ଚାଷୀଙ୍କୁ ଆଶ୍ୱସ୍ତ କରିଛି। 

ଷ୍ଟାଣ୍ଡ୍‌-ଅପ୍ ଇଣ୍ଡିଆ ଯୋଜନାକୁ ୩୧ ମାର୍ଚ୍ଚ ୨୦୩୧ ପର୍ଯ୍ୟନ୍ତ ବଢ଼ାଇବା ଏବଂ ୪,୧୧୧ କୋଟି ଟଙ୍କାର ଋଣ ଗ୍ୟାରେଂଟି ପାଣ୍ଠି ଅନୁମୋଦନ ସାମାଜିକ ନ୍ୟାୟକୁ ଆର୍ଥିକ ସଶକ୍ତୀକରଣ ସହ ଯୋଡ଼ିଛି। ଆଉ ଅତି କମ୍‌ରେ ୨.୫ ଲକ୍ଷ ମହିଳା, ଅନୁସୂଚିତ ଜାତି ଓ ଜନଜାତି ଉଦ୍ୟୋଗୀଙ୍କୁ ସହାୟତା ଦେବା ଏହାର ଲକ୍ଷ୍ୟ ରହିଛି। ୨୦୧୬ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ୨.୭୫ ଦୁର୍ବଳ ଶ୍ରେଣୀର ଉଦ୍ୟୋଗୀ ଉପକୃତ ହୋଇଛନ୍ତି। ଓଡ଼ିଶାର ଜନଜାତି ବହୁଳ ଅଂଚଳ ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ଏହା ଏକ ବିଶେଷ ସୁଯୋଗ ସୃଷ୍ଟି କରିଛି। ସେହିପରି ମୁଦ୍ରା ଯୋଜନା ଅନ୍ତର୍ଗତ କ୍ଷୁଦ୍ର ୟୁନିଟ୍ ଋଣ ଗ୍ୟାରେଂଟି ପାଣ୍ଠିର ଅବଧି ୨୦୩୧ ପର୍ଯ୍ୟନ୍ତ ବୃଦ୍ଧି ସହ ୫,୦୦୦ କୋଟି ଟଙ୍କାର ପାଣ୍ଠି ଅନୁମୋଦିତ ହୋଇଛି। ଏହା ଆସନ୍ତା ପାଂଚ ବର୍ଷରେ ୧୨.୬ ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ପ୍ରଦାନକୁ ସହଜ କରିବ। ଋଣଦାତାଙ୍କ ଗ୍ୟାରେଂଟି ଶୁଳ୍କ ହ୍ରାସ ଏବଂ ଯୋଗ୍ୟ କ୍ଷୁଦ୍ର ଉଦ୍ୟୋଗକୁ ବିନା ବନ୍ଧକରେ ଋଣ ସୁବିଧା ଯୁବକ ଯୁବତୀ, କାରିଗର ଓ ଛୋଟ ବ୍ୟବସାୟୀଙ୍କ ଆତ୍ମନିର୍ଭରତାକୁ ବଳ ଦେବା ସହ ସ୍ଥାନୀୟ ଉତ୍ପାଦନ, ସେବା ଓ କୃଷି ସହଯୋଗୀ ବ୍ୟବସାୟରେ ନୂଆ ଉଦ୍ୟୋଗ ସୃଷ୍ଟି କରିବ। ଏଥିସହ ଗ୍ରାମାଚଂଳରେ ରୋଜଗାରର ସୁଯୋଗ ମଧ୍ୟ ବଢ଼ିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ନୂଆଦିଲ୍ଲୀର ନର୍ଥ ବ୍ଲକ୍ ଓ ସାଉଥ୍ ବ୍ଲକ୍‌ରେ ୩,୨୩୦ କୋଟି ଟଙ୍କା ବ୍ୟୟରେ ‘ଯୁଗେ ଯୁଗୀନ ଭାରତ ସଂଗ୍ରହାଳୟ’ ବିକାଶ ନିଷ୍ପତି ଦେଶର ସାଂସ୍କୃତିକ ଆତ୍ମଗୌରବକୁ ସୁଦୃଢ଼ କରିବ। ଐତିହାସିକ ଭବନଗୁଡ଼ିକର ସ୍ଥାପତ୍ୟ ସଂରକ୍ଷଣ ସହ ଭାରତର କଳା, ଜ୍ଞାନ ଓ ସଭ୍ୟତାର ଯାତ୍ରା ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ ହେବ। ଓଡ଼ିଶାର ସମୃଦ୍ଧ କଳିଙ୍ଗ ଐତିହ୍ୟ, ସାମୁଦ୍ରିକ ପରମ୍ପରା ଓ ଜନଜାତି ସଂସ୍କୃତିର ଯଥୋଚିତ ପ୍ରତିଫଳନ ପାଇଁ ମଧ୍ୟ ଆମେ ଆଶାବାଦୀ।
ଚାଷୀଙ୍କ କ୍ଷେତରୁ ଉଦ୍ୟୋଗୀଙ୍କ କର୍ମକ୍ଷେତ୍ର ଏବଂ ଦେଶର ସାଂସ୍କୃତିକ ପରିଚୟ ପର୍ଯ୍ୟନ୍ତ ଏହି ନିଷ୍ପତିଗୁଡ଼ିକ ମୋଦୀ ସରକାରଙ୍କ ସମାବେଶୀ ବିକାଶ ପ୍ରତିବଦ୍ଧତାର ପ୍ରମାଣ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

← Previous storyଗଞ୍ଜାମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପ୍ରାକୃତିକ ନୁହେଁ ସରକାରୀ କୃତ: ବିଜେଡିNext story →ଭତ୍ତା ହିତାଧିକାରୀ ସମ୍ପର୍କିତ ଶ୍ୱେତପତ୍ର ଜାରି କରନ୍ତୁ ସରକାର