Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
DEMOThis is a demo edition. News and images are provided as examples only.
Odisha

ଇସ୍କନରେ ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

ଇସ୍କନରେ ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

ଇସ୍କନରେ ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

ଇସ୍କନରେ ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

ଭୁବନେଶ୍ୱର, 10/11(ଭାରତ ପ୍ରସାରଣ) : ଭୁବନେଶ୍ୱରସ୍ଥିତ ଇସ୍କନ୍ ଗୋଶାଳା ପକ୍ଷରୁ ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଗିରି ଗୋବର୍ଦ୍ଧନଙ୍କ ସମ୍ମୁଖରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପବିତ୍ର ଅଭିଷେକ କରାଯିବା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଭୋଗ ଓ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା।

ଏହି ପବିତ୍ର ଅବସରରେ ଶ୍ରୀପାଦ କୃଷ୍ଣ ଗତି ଦାସଙ୍କ ଦ୍ୱାରା ଗିରି ଗୋବର୍ଦ୍ଧନ ପୂଜାର ଧାର୍ମିକ, ଆଧ୍ୟାତ୍ମିକ ଓ ପୌରାଣିକ ମହତ୍ତ୍ୱ ଉପରେ ଏକ ବିଶେଷ ପ୍ରବଚନ ଆୟୋଜିତ ହୋଇଥିଲା। ଏଥିସହ ଗୋମାତାଙ୍କ ପୂଜନ ଓ ଆରାଧନା କରାଯାଇଥିଲା। ଏହି ଭବ୍ୟ ଧାର୍ମିକ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଯୋଗଦାନ ଫଳରେ ସମଗ୍ର ପରିବେଶ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଭାବନାରେ ପରିପୂର୍ଣ୍ଣ ହୋଇଉଠିଥିଲା।

ଏହି ଧାର୍ମିକ ଆୟୋଜନରେ ଇସ୍କନ୍‌ର ସହ-ସଭାପତି ଉପେନ୍ଦ୍ର ମିଶ୍ର ଦାସ, ସହ-ସଭାପତି ଶାଶ୍ୱତ ପତି ଦାସ, କାଶୀନାଥ ପଣ୍ଡିତ ଦାସ ଏବଂ ରାଜ୍ୟ ପ୍ରଚାର ଅଧିକାରୀ ରାଧାକାନ୍ତ ଦାସଙ୍କ ସମେତ ଇସ୍କନ୍‌ର ଅନ୍ୟାନ୍ୟ କର୍ମକର୍ତ୍ତା ଓ ବହୁ ଭକ୍ତବୃନ୍ଦ ଉପସ୍ଥିତ ଥିଲେ।

ପୌରାଣିକ କଥାନୁସାରେ, ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ଧାରଣ କରି ବ୍ରଜବାସୀଙ୍କୁ ଇନ୍ଦ୍ରଙ୍କ ପ୍ରକୋପରୁ ରକ୍ଷା କରିଥିଲେ। ଭଗବାନଙ୍କ ଏହି ଦିବ୍ୟ ଲୀଳା ମାନବ ସମାଜକୁ ପ୍ରକୃତି, ପରିବେଶ, ଗୋମାତା ଓ ସମଗ୍ର ଜୀବଜଗତ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ସହାବସ୍ଥାନର ମହାନ ବାର୍ତ୍ତା ପ୍ରଦାନ କରିଥାଏ।

ଏହି ଅବସରରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ଗିରି ଗୋବର୍ଦ୍ଧନ ପୂଜାରେ ଯୋଗଦେଇ ଗୋମାତାଙ୍କ ସେବା ଓ ସୁରକ୍ଷାର ମହତ୍ତ୍ୱ ଉପରେ ନିଜର ମତ ରଖିଥିଲେ। ଏହି ମହତ୍ କାର୍ଯ୍ୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ସହଯୋଗର ହାତ ବଢ଼ାଇବା ସହ ଗୋମାତାଙ୍କ ସେବା ଓ ସୁରକ୍ଷା ପାଇଁ ଆଗେଇ ଆସିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ।


ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ; ଗୋମାତାଙ୍କ ସେବା ଓ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କଲେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର

← Previous storyଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭାNext story →ଶ୍ରୀଅନ୍ନ ଓ ଭୂ-ପ୍ରଜାତି ବିହନ ବ୍ୟବସ୍ଥାର ସୁଦୃଢ଼ୀକରଣ-୨୦୨୬’ ଶୀର୍ଷକ ସମ୍ମିଳନୀକୁ ଉଦ୍‌ଘାଟନ କଲେ ରାଜ୍ୟପାଳ