Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
DEMOThis is a demo edition. News and images are provided as examples only.
Odisha

ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ଵର, ୧୦/୧୧(ଭାରତ ପ୍ରସାରଣ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଧାରା ଶ୍ରୀରାଧା ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ଵାମୀ ବ୍ରହ୍ମାନନ୍ଦ ଆଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଉଦ୍‌ଘାଟନ କରି ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ସ୍ୱର୍ଗତ ଡଃ ମହାପାତ୍ର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଜଣେ ସମର୍ପିତ ମଣିଷ ଥିଲେ I ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବ ପ୍ରଶାସକ ସହଦେବ ଜୟସିଂହ ଓ ପୂର୍ଣାଙ୍ଗ ଉତ୍କଳ ନ୍ୟାସର ଅଧ୍ଯକ୍ଷ ସୀତାବଲ୍ଲଭ ମହାପାତ୍ର କିହଲେ ଯେ, ସ୍ୱର୍ଗତ ମହାପାତ୍ରଙ୍କୁ ସେ ଛାତ୍ର ଅବସ୍ଥାରୁ ଜାଣନ୍ତି । ସେ ଜଣେ ମାନବବାଦୀ ଡାକ୍ତର ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ ଶିଶିର ନାୟକ ଓ ଇଂ ବିଚିତ୍ରାନନ୍ଦ ଜେନା ଡଃ ମହାପାତ୍ରଙ୍କୁ ଜଣେ ଦେବଦୂତ ବୋଲି ବର୍ଣ୍ଣନା କରିଥିଲେ । ଶ୍ରୀମତୀ ସ୍ଵର୍ଶଲତା ମିଶ୍ର ଓ ସୁଜାତା ସିଂହ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଆମେ ପୁରୀବାସୀ ଗର୍ବିତ, ଆମ ଜିଲ୍ଲାରେ ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଡାକ୍ତର ଜନ୍ମ ନେଇଥିଲେ । ପୂର୍ବ ପ୍ରଶାସକ ପୁଷ୍ପରାଜ ପ୍ରଧାନ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ ଓ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ ସ୍ୱର୍ଗତ ମହାପାତ୍ରଙ୍କ ମଣିଷକୁ ଭଲ ପାଇବା ଗୁଣକୁ ପ୍ରଶଂସା କରିଥିଲେ । ଶେଷରେ ନାରାୟଣ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।


← Previous storyସମୁଦାୟ ୪୧, ୮୦, ୮୨୫ ମଧୁବାବୁ ହିତାଧିକାରୀ ପାଇବେ ନିୟମିତ ଭତ୍ତାNext story →ଇସ୍କନରେ ପବିତ୍ର ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ