Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
DEMOThis is a demo edition. News and images are provided as examples only.
Odisha

ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ବିୟୋଗରେ ସ୍ମୃତି ସଭା

ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ବିୟୋଗରେ ସ୍ମୃତି ସଭା

ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ବିୟୋଗରେ ସ୍ମୃତି ସଭା

ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ବିୟୋଗରେ ସ୍ମୃତି ସଭା

ଭୁବନେଶ୍ୱର, ୯/୧୧(ଭାରତ ପ୍ରସାରଣ)ସମାଜ ସେବକ ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଭୀମଟାଙ୍ଗିର ପ୍ରଖ୍ୟାତ ଭୀମେଶ୍ଵର ମନ୍ଦିର ପ୍ରାଙ୍ଗଣରେ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମାବେଶରେ ଭୀମଟାଙ୍ଗୀ ବିକାଶ ପରିଷଦ, ବତିଶି ସିଂହାସନ ବରିଷ୍ଠ ନାଗରିକ ମଞ୍ଚ, ଶ୍ରୀ ଭୀମେଶ୍ଵର ମନ୍ଦିର ସମିତି, ଭୀମଟାଙ୍ଗି ଉନ୍ନୟନ ପରିଷଦ ଓ ସେବା ପ୍ରତିନିଧି ଙ୍କ ଆନୁକୁଲ୍ୟରେ ସ୍ଵର୍ଗତ ମହାପାତ୍ରଙ୍କୁ ମନ୍ତ୍ର ଉଚ୍ଚାରଣ ସହ ଦୀପ ଦାନ ଏବଂ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଅଛି।
 ଏକ ଭାବ ଗମ୍ଭୀର ପରିବେଷରେ ବକ୍ତାମାନେ ତାଙ୍କର ସ୍ମୃତି ଚାରଣ କରିଥିଲେ। ସଭାରେ ଉପସ୍ଥିତ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗୁରୁକୁଳ ସଂସ୍କୃତ ବିଦ୍ୟାଳୟର ପୂର୍ବତନ ବରିଷ୍ଠ ଅଧ୍ୟାପକ ଶ୍ରୀ ପ୍ରଭାକର ମିଶ୍ର ତାଙ୍କ ଭାଷଣରେ କହିଥିଲେ ବୀରଗୋବିନ୍ଦପୁର ଗ୍ରାମରେ ସ୍ବର୍ଗତ ମହାପାତ୍ର ତାଙ୍କର ବାଲ୍ୟଜୀବନ ବିତାଇଥିଲେ। ସେ ଜଣେ ମେଧାବୀ ଛାତ୍ର ଥିଲେ। ଭାର୍ଗବୀ ହାଇସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ, ଏସ୍ ସି ଏମ୍ କଲେଜ ପୁରୀ, ବ୍ରହ୍ମପୁର ମେଡିକାଲ କଲେଜ, ଦୀଲ୍ଲୀ ଏମସ୍ ରେ ଏତେ ଏସ ଏମ୍ ସି ଏଚ୍ ପଢ଼ିସାରି ଏମସ୍ ଦିଲ୍ଲୀରେ ୪୨ ବର୍ଷ ଧରି ନ୍ୟୁରୋ ସର୍ଜରୀର ମୁଖ୍ୟ ପଦବୀରେ ଥିଲେ।୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ଲକ୍ଷ୍ନୌ ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସ୍ ର ନିର୍ଦେଶକ ରୂପେ ଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ବର ଏମସ୍ ର ନିର୍ଦେଶକ ଥିଲେ।୨୦୧୭ ମସିହାରେ କନ୍ଧମାଳର ଜଗାକାଳିଆଙ୍କ ଏକାଠି ହୋଇ ରହିଥିବା ମୁଣ୍ଡକୁ ୧୬ ଘଣ୍ଟା ଅସ୍ତ୍ରୋପଚାର କରି ଅଲଗା କରି ସେଥିରେ ସଫଳ ହୋଇଥିଲେ। ବ୍ୟକ୍ତିଗତ ଭାବେ ୧୬ ଗୋଟି ପୁସ୍ତକ ରଚନା କରିଥିଲେ ଏବଂ ୮୭୦ ରିସର୍ଚ୍ଚ ପେପର ସହ ନ୍ୟୁରୋଲୋଜିକାଲ୍ ସର୍ଜନ ସୋସାଇଟି ଅଫ୍ ଇଣ୍ଡିଆ ପ୍ରତିଷ୍ଠା କରିଥିଲେ। ଅନେକ ସମ୍ମାନରେ ଅଧିକାରୀ ହୋଇପାରିଥିଲେ। ଏଥିରେ ଗଣେଶ କୁମାର ପ୍ରଧାନ, ପଦ୍ମନାଭ ଷଡ଼ଙ୍ଗୀ,ମାନସ ରଞ୍ଜନ ପଟ୍ଟନାୟକ, ସୁଧାଂଶୁ ଶେଖର ହରିଚନ୍ଦନ, ଦାମୋଦର ସାମନ୍ତରାୟ, କାଶୀନାଥ ସାହୁ, ରଙ୍କନିଧି ପଟ୍ଟନାୟକ, ମହାଦେବ ଗରାବଡୁ,ବନ ବିହାରୀ ରଥ, ମଦନ ମୋହନ ଦାସ,ବିଶ୍ଵଜିତ ପାଳ, ବଂଶୀଧର ପଣ୍ଡା, ବିଶ୍ଵନାଥ ବେହେରା,କୁମୂଦ କୁମାର ପଣ୍ଡା, ସୁରେଶ ଚନ୍ଦ୍ର ଦାସ, ଅଶୋକ କୁମାର ମହାରଣା, ସୀତା ରାଉତ ପ୍ରମୁଖ ଭାଗ ନେଇଥିଲେ।
← Previous storyଛାତ୍ର ନେତାରୁ ରାଜ୍ୟ ଓ ଜାତୀୟ ନେତା: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ କେନ୍ଦ୍ରୀୟ ନେତୃତ୍ୱNext story →ସାମାଜିକ ସୁରକ୍ଷା ପେନସନ ଯୋଜନାରେ ରାଜ୍ୟର ୫ ଲକ୍ଷ ୫ ହଜାର ୮୦୦ ନୂତନ ଯୋଗ୍ୟ ହିତାଧିକାରୀ ସାମିଲ