Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Odisha

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜଳଭଣ୍ଡାରଗୁଡ଼ିକରେ ଆଗୁଆ ଜଳ ପରିଚାଳନା ପଦକ୍ଷେପ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜଳଭଣ୍ଡାରଗୁଡ଼ିକରେ ଆଗୁଆ ଜଳ ପରିଚାଳନା ପଦକ୍ଷେପ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜଳଭଣ୍ଡାରଗୁଡ଼ିକରେ ଆଗୁଆ ଜଳ ପରିଚାଳନା ପଦକ୍ଷେପ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜଳଭଣ୍ଡାରଗୁଡ଼ିକରେ ଆଗୁଆ ଜଳ ପରିଚାଳନା ପଦକ୍ଷେପ

  • - ହୀରାକୁଦ ବନ୍ଧର ୫ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ ଆରମ୍ଭ

  • - ବାଘଲାଟି ଓ ଘୋଡ଼ାହାଡ଼ ଜଳଭଣ୍ଡାରରୁ ନିୟନ୍ତ୍ରିତ ଜଳ ନିଷ୍କାସନ

  • - ବଡ଼ନାଳ ଓ ହରଭଙ୍ଗୀ ଜଳଭଣ୍ଡାରର ଜଳସ୍ତର ୬୦ ପ୍ରତିଶତକୁ ହ୍ରାସ କରିବା ଲକ୍ଷ୍ୟ

  • - ସମ୍ଭାବ୍ୟ ବାତ୍ୟାଜନିତ ଅତିରିକ୍ତ ବର୍ଷାଜଳ ଧାରଣ ପାଇଁ ପର୍ଯ୍ୟାପ୍ତ ସ୍ଥାନ ସୃଷ୍ଟି ଉପରେ ଗୁରୁତ୍ୱ

  • - ସମସ୍ତ ନିର୍ଦ୍ଧାରିତ SOP ଅନୁପାଳନ ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର,୧/୧୧(ଭାରତ ପ୍ରସାରଣ): ଆସନ୍ତା ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ବାତ୍ୟା ପ୍ରଭାବରେ ସମ୍ଭାବ୍ୟ ପ୍ରବଳ ବର୍ଷାଜନିତ ଜଳ ପ୍ରବାହର ସୁପରିଚାଳନା ନିମନ୍ତେ ଜଳ ସମ୍ପଦ ବିଭାଗ ପକ୍ଷରୁ ରାଜ୍ୟର ପ୍ରମୁଖ ଜଳଭଣ୍ଡାରଗୁଡ଼ିକରେ ଆଗୁଆ ଜଳ ପରିଚାଳନା ପଦକ୍ଷେପ ଗ୍ରହଣ କରାଯାଇଛି। ଅତିରିକ୍ତ ବର୍ଷାଜଳକୁ ସୁରକ୍ଷିତ ଭାବେ ଧାରଣ କରିବା ପାଇଁ ଜଳଭଣ୍ଡାରଗୁଡ଼ିକରେ ପର୍ଯ୍ୟାପ୍ତ ଖାଲି ସ୍ଥାନ (Flood Cushion) ସୃଷ୍ଟି କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହ ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ହୀରାକୁଦ ବନ୍ଧର ୫ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ ଆରମ୍ଭ କରାଯାଇଛି। ଏହାଦ୍ୱାରା ଆଗାମୀ ବାତ୍ୟା ପ୍ରଭାବରେ ସମ୍ଭାବ୍ୟ ବର୍ଷା ଯୋଗୁଁ ମହାନଦୀର ଉପରମୁଣ୍ଡରେ ବୃଦ୍ଧି ପାଇବାକୁ ଥିବା ଜଳପ୍ରବାହକୁ ସୁପରିଚାଳିତ କରିବା ସହ ଜଳଭଣ୍ଡାରରେ ଅତିରିକ୍ତ ଜଳ ଧାରଣ ପାଇଁ ସ୍ଥାନ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି।

ଏହି କ୍ରମରେ ବାଘଲାଟି ଓ ଘୋଡ଼ାହାଡ଼ ଜଳଭଣ୍ଡାରରୁ ମଧ୍ୟ ସନ୍ଧ୍ୟାରେ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ ଆରମ୍ଭ କରାଯାଇଛି। ବାଘଲାଟି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୮୫ ଘନମିଟର ଏବଂ ଘୋଡ଼ାହାଡ଼ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୧୫ ଘନମିଟର ଜଳ ନିଷ୍କାସନ କରାଯାଉଛି। ଉଭୟ ଜଳଭଣ୍ଡାରର ଜଳସ୍ତରକୁ ପ୍ରାୟ ୬୦ ପ୍ରତିଶତକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଋଷିକୁଲ୍ୟା-ବାହୁଦା ବେସିନଙ୍କ ଉପସ୍ଥିତିରେ ସମସ୍ତ ମାନକ ପରିଚାଳନା ପ୍ରକ୍ରିୟା (SOP) ଅନୁପାଳନ ସହ ଜଳ ନିଷ୍କାସନ କରାଯାଇଛି। ଏ ସମ୍ପର୍କରେ ଶ୍ରୀକାକୁଲମ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଅବଗତ କରାଯାଇଛି।

ସେହିପରି ବଡ଼ନାଳ ଜଳଭଣ୍ଡାରର ବର୍ତ୍ତମାନର ଜଳଧାରଣ ସ୍ତର ୭୮.୪୬ ପ୍ରତିଶତ ରହିଥିବାବେଳେ ପ୍ରତି ସେକେଣ୍ଡରେ ୧୦୨.୧୩ ଘନମିଟର ଜଳ ନିଷ୍କାସିତ ହେଉଛି। ଏହାକୁ ପର୍ଯ୍ୟାୟକ୍ରମେ ୧୭୫ ଘନମିଟରକୁ ବୃଦ୍ଧି କରାଯାଇ ନଭେମ୍ବର ୨ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଜଳ ନିଷ୍କାସନ କରାଯିବାର ଯୋଜନା ରହିଛି। ଏହାଦ୍ୱାରା ଜଳଭଣ୍ଡାରର ଜଳଧାରଣ ସ୍ତରକୁ ପ୍ରାୟ ୬୦ ପ୍ରତିଶତକୁ ହ୍ରାସ କରିବା ଲକ୍ଷ୍ୟ ରହିଛି।

ଅନ୍ୟପକ୍ଷରେ, ହରଭଙ୍ଗୀ ଜଳଭଣ୍ଡାରର ବର୍ତ୍ତମାନର ଜଳଧାରଣ ସ୍ତର ୮୫.୫୫ ପ୍ରତିଶତ ରହିଛି। ଏଠାରେ ପ୍ରତି ସେକେଣ୍ଡରେ ୨୫୭ ଘନମିଟର ଜଳ ନିଷ୍କାସନ ଜାରି ରହିଛି। ନଭେମ୍ବର ୨ ତାରିଖ ସକାଳ ପର୍ଯ୍ୟନ୍ତ ଏହି ନିଷ୍କାସନ ଜାରି ରହିବା ପରେ ଏହାକୁ ୩୬୦ ଘନମିଟରକୁ ବୃଦ୍ଧି କରାଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରଖିବାର ଯୋଜନା ରହିଛି। ଏହାଦ୍ୱାରା ହରଭଙ୍ଗୀ ଜଳଭଣ୍ଡାରର ଜଳଧାରଣ ସ୍ତରକୁ ମଧ୍ୟ ପ୍ରାୟ ୬୦ ପ୍ରତିଶତକୁ ହ୍ରାସ କରାଯିବ।

ସମସ୍ତ ଜଳଭଣ୍ଡାରରେ ଜଳ ନିଷ୍କାସନ ପ୍ରକ୍ରିୟା ସମୟରେ ନିର୍ଦ୍ଧାରିତ SOP ଅନୁପାଳନ ସହ ସମସ୍ତ ଆବଶ୍ୟକୀୟ ସତର୍କତା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜଳ ନିଷ୍କାସନର ପରିମାଣ, ଜଳଭଣ୍ଡାରର ଜଳସ୍ତର ଏବଂ ତଳମୁଣ୍ଡର ଜଳପ୍ରବାହ ଉପରେ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ସହ ଜଳସମ୍ପଦର ସୁପରିଚାଳନା ସୁନିଶ୍ଚିତ କରିବା ଦିଗରେ ବିଭାଗ ସମସ୍ତ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରୁଛି।
← Previous storyଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣାNext story →ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୬ତମ ପ୍ରତିଷ୍ଠା ଦିବସ ପାଳିତ