Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Odisha

ରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ୯ ଜଣିଆ ତାଲିକା ଘୋଷଣା କଲା ଜାତୀୟ ଯୁବ କଂଗ୍ରେସ

ରାଜ୍ୟର ୧୮ରୁ ୩୫ ବର୍ଷର ଯୁବକ ଓ ଯୁବତୀ ମାନେ ଯୁବ କଂଗ୍ରେସର ସଭ୍ୟ ହୋଇ ଭୋଟ ଦେଇପାରିବେ

ରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ୯ ଜଣିଆ ତାଲିକା ଘୋଷଣା କଲା ଜାତୀୟ ଯୁବ କଂଗ୍ରେସ

ଏହି ନିର୍ବାଚନ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ହେବ, ଜାତୀୟ ଯୁବ କଂଗ୍ରେସର ମୋବାଇଲ ଆପରେ ଭୋଟ ଗ୍ରହଣ କରାଯିବ



ଭୁବନେଶ୍ୱର,୨୯/୧୦(ଭାରତ ପ୍ରସାରଣ): ପୂର୍ବ ଘୋଷଣା ଅନୁଯାୟୀ ରାଜ୍ୟରେ ଯୁବ କଂଗ୍ରେସ ନିର୍ବାଚନ ହେବାକୁ ଯାଉଛି। ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ନିର୍ବାଚନରେ ବିଭିନ୍ନ ପଦ ପଦବୀକୁ ନେଇ ନିର୍ବାଚନ ହେବ। ଇଣ୍ଡିଆନ୍ ୟୁଥ୍ କଂଗ୍ରେସ' (IYC) ର ନିର୍ଦ୍ଦେଶାବଳୀ ଅନୁଯାୟୀ, ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ପଦ ପାଇଁ ଏକ ୯ଜଣିଆ ତାଲିକା ଅନୁମୋଦନ କରି ସେମାନଙ୍କ ନାମ ଘୋଷଣା କରିଛି।ଉକ୍ତ ତାଲିକାରେ ପିସିସି ମୁଖପାତ୍ର ତଥା ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ନଳିନୀ କାନ୍ତ ନାୟକ ରହିଥିବା ବେଳେ ବିଧାୟକ ସତ୍ୟଜିତ୍ ଗମାଙ୍ଗୋ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍, ପୁରୀ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଆଲୋକ କୁମାର ଦାସ, ଅଖିଳେଶ ଯାଦବ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ,ସୁପ୍ରଭା କୁମାରୀ ଦାସ, ବାଦଲ ମହାନ୍ତି ଓ ଜ୍ଞାନ ରଞ୍ଜନ ରାଉତ ରହିଛନ୍ତି। 

ଏମାନଙ୍କ ମଧ୍ୟରୁ ଯେଉଁମାନେ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର (ନୋମିନେସନ) ଦାଖଲ କରିବେ ସେମାନଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇ କାହାର ପ୍ରାର୍ଥୀପତ୍ର କାଏମ ରହିବ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ରାଜ୍ୟର ୧୮ରୁ ୩୫ ବର୍ଷର ଯୁବକ ଓ ଯୁବତୀ ମାନେ ଯୁବ କଂଗ୍ରେସର ସଭ୍ୟ ହୋଇ ଭୋଟ ଦେଇପାରିବେ। ଏହା ଏକ ମାସ ଧରି ଚାଲିବ। ଯେଉଁ ପାର୍ଥୀ ସର୍ବାଧିକ ଭୋଟ ପାଇବେ ତାଙ୍କ ନାମକୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ଘୋଷଣା କରାଯିବ। ଏହି ନିର୍ବାଚନ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ହେବ ଏବଂ ଜାତୀୟ ଯୁବ କଂଗ୍ରେସର ମୋବାଇଲ ଆପରେ ଭୋଟ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ବିଧାୟକ ସତ୍ୟଜିତ୍ ଗମାଙ୍ଗୋ ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି 

ଇଣ୍ଡିଆନ୍ ୟୁଥ୍ କଂଗ୍ରେସ' (IYC) ସାଧାରଣ ସମ୍ପାଦକ ତଥା ଓଡ଼ିଶା ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଉକ୍ତ ତାଲିକା ପ୍ରକାଶ କରିଥିବା ବେଳେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଜୀ, ଏଆଇସିସି ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ, ଲୋକସଭାର ବିରୋଧିଦଳ ନେତା ରାହୁଲ ଗାନ୍ଧୀ , ମନୀଷ ଶର୍ମା ଏବଂ ଉଦୟଭାନୁ ଜୀଙ୍କ ସକ୍ଷମ ତଥା ଗତିଶୀଳ ନେତୃତ୍ୱରେ, ଏହି ପ୍ରାର୍ଥୀମାନେ ସଂଗଠନ ତଥା କଂଗ୍ରେସ ଦଳକୁ ଆହୁରି ସୁଦୃଢ଼ ​​କରିବା ପାଇଁ ନିଜର ସମ୍ପୂର୍ଣ୍ଣ ସମୟ ଏବଂ ଶକ୍ତି ନିୟୋଜିତ କରିବେ ବୋଲି ଇଣ୍ଡିଆନ୍ ୟୁଥ୍ କଂଗ୍ରେସ ଦୃଢ଼ ଆଶା ପୋଷଣ କରୁଛି ବୋଲି କହିଛନ୍ତି।

Last updated: 30 Oct 2026, 04:57 PM

← Previous storyକୋଟିଆ ଓ ଶିଯିମାଳି ପ୍ରସଙ୍ଗରେ କଂଗ୍ରେସର ଦ୍ୱିମୁଖୀ ଆଭିମୁଖ୍ୟ କାହିଁକି?Next story →ଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେଡି