Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Odisha

ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପକୁ ସ୍ୱାଗତ କଲା ବିଜେଡି

ଆଡଭୋକେଟ୍ ଜେନେରାଲଙ୍କ ରାଜନୈତିକ ବୟାନକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପକୁ ସ୍ୱାଗତ କଲା ବିଜେଡି

ବିଜେଡିର ଅଭିଯୋଗକୁ ଗ୍ରହଣ କରି ୫ ବିଧାୟକଙ୍କୁ ନୋଟିସ୍ କଲେ ମାନ୍ୟବର ହାଇକୋର୍ଟ

ଭୁବନେଶ୍ୱର, ୨୯/୧୦(ଭାରତ ପ୍ରସାରଣ): ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ଓଡ଼ିଶା ବିଧାନସଭାରେ ବିଜେଡିର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ବିଜେଡି ଟିକେଟ୍ରେ ନିର୍ବାଚିତ ୮ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ସମ୍ପର୍କିତ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ହସ୍ତକ୍ଷେପକୁ ସ୍ୱାଗତ କରିଛନ୍ତି ।

ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, କ୍ରସ ଭୋଟିଂ ଅଭିଯୋଗରେ ବିଜେଡି ପୂର୍ବରୁ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତିଙ୍କ ନିକଟରେ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ନିୟମ ଅନୁଯାୟୀ ଆବେଦନ କରିଥିଲା । କିନ୍ତୁ ପ୍ରକି୍ରୟାଗତ ତ୍ରୁଟି ଦର୍ଶାଇ ମାନ୍ୟବର ବାଚସ୍ପତି ଏହାକୁ ଗ୍ରହଣ ନ କରି ଖାମଖିଆଲ ଭାବରେ ରାଜନୈତିକ ଉଦେ୍ଦଶ୍ୟ ରଖି ଖାରଜ କରିଥିଲେ । ଏହାକୁ ନେଇ ବିଜେଡି ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗତ ୧ ମାସ ତଳେ ମାନ୍ୟବର ହାଇକୋର୍ଟ ଏହାକୁ ଗ୍ରହଣ କରି ମାନ୍ୟବର ବାଚସ୍ପତିଙ୍କୁ ନୋଟିସ୍ ଜାରି କରିଥିଲା ବେଳେ ମାନ୍ୟବର ବାଚସ୍ପତି ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ମାନ୍ୟବର ହାଇକୋର୍ଟ ୫ ବିଧାୟକଙ୍କ ସଭ୍ୟ ପଦ କାହିଁକି ରଦ୍ଦ ନ ହେବ, ସେନେଇ ନୋଟିସ୍ ଜାରି କରି ନିଜ ପକ୍ଷ ରଖିବାକୁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଆଡଭୋକେଟ୍ ଜେନେରାଲ ଆଜି ଗଣମାଧ୍ୟମକୁ ଦେଇଥିବା ତାଙ୍କ ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ । ଯେଉଁ ବିଧାୟକ ମାନେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ, ତାଙ୍କ ସଭ୍ୟ ପଦ ରଦ୍ଦ ଉପରେ ମତାମତ ନ ରଖି ବିଜେଡି ବାଚସ୍ପତିଙ୍କ ପାଖରେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ କରିଥିବା ଆବେଦନ ଉପରେ ଆଡଭୋକେଟ୍ ଜେନେରାଲ ମନ୍ତବ୍ୟ ରଖିବା ନିନ୍ଦନୀୟ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଜେଡି ମାନ୍ୟବର ବାଚସ୍ପତିଙ୍କ ପାଖରେ ଯେଉଁ ଆବେଦନ କରିଥିଲା, ତାହାକୁ ଏକପାଖିଆ ଭାବେ ଖାରଜ କରିଥିଲେ ମାନ୍ୟବର ବାଚସ୍ପତି ।
ଶ୍ରୀମତୀ ମଲ୍ଲିକ ଆହୁରି କହିଥିଲେ ଯେ, ନ୍ୟାୟିକ ପ୍ରକ୍ରିୟା ଉପରେ ଆସ୍ଥା ପ୍ରକଟ କରିବା ସହ ଏହି ମାମଲା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ ହେବ ବୋଲି ଦଳ ଆଶା ରଖିଛି । ସାମ୍ୱିଧାନିକ ଓ ଆଇନଗତ ପ୍ରସଙ୍ଗଗୁଡ଼ିକୁ ଉପଯୁକ୍ତ ମର୍ଯ୍ୟାଦା ରକ୍ଷା କରି ଏବଂ ପ୍ରତିଷ୍ଠିତ ଆଇନଗତ ନୀତି ଅନୁଯାୟୀ ଉପସ୍ଥାପନ କରାଯିବ ।

Last updated: 29 Oct 2026, 09:46 PM

← Previous storyଆସନ୍ତାକାଲି ମିଳିବ ପିଏମ୍ କିଷାନ କିସ୍ତିNext story →କୋଟିଆ ଆମର; ଏହା ହିଁ ଧ୍ରୂବ ସତ୍ୟ: ଭକ୍ତ