ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

ଶାନ୍ତିଧାମ ଫାଉଣ୍ଡେସନ୍‌ର ରଜତ ଜୟନ୍ତୀ ସମାରୋହ

ଶାନ୍ତିଧାମ ଫାଉଣ୍ଡେସନ୍‌ର ରଜତ ଜୟନ୍ତୀ ସମାରୋହ

ଶାନ୍ତିଧାମ ଫାଉଣ୍ଡେସନ୍‌ର ରଜତ ଜୟନ୍ତୀ ସମାରୋହ

ଶାନ୍ତିଧାମ ଫାଉଣ୍ଡେସନ୍‌ର ରଜତ ଜୟନ୍ତୀ ସମାରୋହ

ଭୁବନେଶ୍ବର, ୧୨/୧୧(ଭାରତ ପ୍ରସାରଣ): ଶାନ୍ତିଧାମ ଫାଉଣ୍ଡେସନ୍‌, ଭୁବନେଶ୍ଵର ପକ୍ଷରୁ ଆଜି ଏହାର ରଜତ ଜୟନ୍ତୀ ଅବସରରେ ୨୫ ବର୍ଷର ସେବା, ଆଶା ଓ ସଶକ୍ତିକରଣର ଗୌରବମୟ ଯାତ୍ରାକୁ ପାଳନ କରାଯାଉଛି। ଏହି ଭବ୍ୟ ସମାରୋହ ଭୁବନେଶ୍ବରସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ହୋଇଅଛି।

ଏହି ଉତ୍ସବରେ ମୁଖ୍ୟ ଅତିଥ୍ ଓ ବିଶିଷ୍ଟ ଅତିଥି ଭାବେ ସାଂସଦ ବିଭୁ ପ୍ରସାଦ ତରାଇ, , ଡ. ରବୀନ୍ଦ୍ର ନାରାୟଣ ବେହେରା, ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ,ଡ. ଜଗନ୍ନାଥ ପଟ୍ଟନାୟକ, ଶାନ୍ତିଧାମ ଫାଉଣ୍ଡେସନ୍‌ର ମୁଖ୍ୟ ପୃଷ୍ଠପୋଷକ ରାମଚନ୍ଦ୍ରରୁ ତେଜାୱତ୍, ସଭାପତି ବିଭୂତି ଭୂଷଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିତ୍ବ, ସମାଜସେବୀ, ଶିକ୍ଷାବିତ୍, କର୍ପୋରେଟ୍ ପ୍ରତିନିଧି, ଶୁଭେଚ୍ଛୁ, ସ୍ୱେଚ୍ଛାସେବୀ ଏବଂ ଦିବ୍ୟାଙ୍ଗଙ୍କ କଲ୍ୟାଣ ଓ ସଶକ୍ରୀକରଣ ପାଇଁ କାର୍ଯ୍ୟରତ ବିଭିନ୍ନ ସଂଗଠନର ପ୍ରତିନିଧୁମାନେ ଯୋଗଦେଇଥିଲେ।
୨୦୦୦ ମସିହାରେ ପ୍ରତିଷ୍ଠିତ ଶାନ୍ତିଧାମ ଫାଉଣ୍ଡେସନ୍‌ ଗତ ୨୫ ବର୍ଷ ଧରି ଦିବ୍ୟାଙ୍ଗଜନଙ୍କ କଲ୍ୟାଣ, ସମ୍ମାନ, ସ୍ଵାବଲମ୍ବଳ ଓ ସାମାଜିକ ସମାବେଶୀକରଣ ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି । ବିଶେଷକରି ସମାଜର ଅବହେଳିତ ଓ ଅନଗ୍ରସର ବର୍ଗର ଦିବ୍ୟାଙ୍ଗଜନଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ସଚେତନ‌ତା, ମହିଳା ସଶକ୍ତିକରଣ, ଗୋଷ୍ଠୀ ଉନ୍ନୟନ ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛି।

ଫାଉଣ୍ଡେସନ୍‌ର ଏକ ପ୍ରମୁଖ ପଦକ୍ଷେପ ଝୁମ ଇଣ୍ଟରନ୍ୟାସନାଲ ଟାଲେଣ୍ଟ ହଣ୍ଟ ଦିବ୍ୟାଙ୍ଗ ପ୍ରତିଭାମାନଙ୍କୁ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ଅଭିନୟ, ଯୋଗ ଓ ଅନ୍ୟାନ୍ୟ ସୃଜନଶୀଳ କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏକ ଅନନ୍ୟ ମଞ୍ଚ ପ୍ରଦାନ କରିଆସୁଛି। ଦେଶ ଓ ବିଦେଶର ୧୦୦ରୁ ଅଧିକ ସଂଗଠନ ସହ ଜଡ଼ିତ ଏହି ପ୍ରୟାସ ଦିବ୍ୟାଙ୍ଗ ପ୍ରତିଭାମାନଙ୍କୁ ପରିଚୟ, ଆତ୍ମବିଶ୍ଵାସ ଓ ସମାଜରେ ସମ୍ମାନଜନକ ସ୍ଥାଜ ପ୍ରଦାନ କରିବାରେ ସହାୟକ ହୋଇଛି।
ରଜତ ଜୟନ୍ତୀ ସମାରୋହର ଏକ ପ୍ରମୁଖ ଆକର୍ଷଣ ଭାବେ ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଅବଦାନ ଓ ଉଲ୍ଲେଖନୀୟ ସଫଳତା ପାଇଁ ୧୦ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧ୍ ପ୍ରଦାନ କରାଯାଇଛି । ସେହିପରି ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏଲ ଏନ ନନ୍ଦ, ସ୍ବପନ ସାଧୁଖାନ,ସୁଜିତ କୁମାର ପୁହାଣ,ଭୂପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଚାରିଜଣଙ୍କୁ ସୋସିଆଲ୍ ଏକ୍ସିଲେନ୍ସ ଆୱାର୍ଡ ଏବଂ ଅସାଧାରଣ ପ୍ରତିଭା, ଦୃଢ଼ ମନୋବଳ ଓ ସଫଳତା ପାଇଁ ପ୍ରଶାନ୍ତ ନାୟକ ଓ ଶ୍ରୀନିବାସ ମିଶ୍ରଙ୍କୁ ଝୁମ ଇଣ୍ଟରନ୍ୟାସନାଲ ଆୱାର୍ଡ ପ୍ରଦାନ କରାଯାଇଛି ।
ଏହା ସହିତ ସମାଜସେବା, ଦିବ୍ୟାଙ୍ଗ ସଶକ୍ରୀକରଣ ଓ ଫାଉଣ୍ଡେସନ୍‌ର କାର୍ଯ୍ୟକ୍ରମକୁ ନିରନ୍ତର ସ‌ହ‌ଯୋଗ କରିଆସୁଥିବା ବିଶିଷ୍ଟ ବ୍ୟକ୍ତିତ୍ବ, ସମାଜସେବୀ, ସହ‌ଯୋଗୀ ସଂସ୍ଥା ଓ ସମର୍ଥକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ଦିବ୍ୟାଙ୍ଗ ପ୍ରତିଭାମାନଙ୍କ ସଫଳତା ଓ ଉପଲବ୍ଧିକୁ ସ୍ବୀକୃତି ଦେଇ ସେମାନଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଛି।

ଏହି ଅବସରରେ ଶାନ୍ତିଧାମ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସୌଭାଗ୍ୟ ରାଉତରାୟ ସରକାର, କର୍ପୋରେଟ୍ ସଂସ୍ଥା, ସହ‌ଯୋଗୀ ସଂଗଠନ, ଶୁଭେଚ୍ଛୁ ଓ ସ୍ୱେଚ୍ଛାସେବୀମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ରଜତ ଜୟନ୍ତୀ କେବଳ ୨୫ ବର୍ଷର ସଫଳତାର ଉତ୍ସବ ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କର କ୍ଷମତା ଓ ଅକ୍ଷମତା ନିର୍ବିଶେଷରେ ସମାନ ସୁଯୋଗ, ସମ୍ମାଜ ଓ ମର୍ଯ୍ୟାଦା ପ୍ରଦାନ କରୁଥିବା ଏକ ସମାବେଶୀ ସମାଜ ଗଠନ ପାଇଁ ନୂତନ ସଂକଳ୍ପ ।
ଫାଉଣ୍ଡେସନ୍‌ ପକ୍ଷରୁ ଓଡ଼ିଶାରେ ଏକ ସମନ୍ବିତ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିବାର ମଧ୍ୟ ଲକ୍ଷ୍ୟ ରହିଛି । ଏହି କେନ୍ଦ୍ର ମାଧ୍ୟମରେ ଦିବ୍ୟାଙ୍ଗ‌ଜନଙ୍କୁ ସମଗ୍ରୀକ ପୁନର୍ବାସ, ଶିକ୍ଷା, ପ୍ରଶିକ୍ଷଣ ଓ ଦକ୍ଷତା ବିକାଶର ସୁଯୋଗ ପ୍ରଦାନ କରାଯିବ।
ପ୍ରତିଭାର ଉତ୍ସବ, ସମାବେଶର ପ୍ରେରଣା" ବାର୍ଭାକୁ ଆଧାର କରି ଏହି ଉଚ୍ଚତ ଜୟନ୍ତୀ ସମାରୋହ ଆଗାମୀ ଦିନରେ ସେବା, ସମର୍ପଣ, ମାନବିକତା, ଆଶା ଓ ସଶକ୍ତକରଣର ଯାତ୍ରାକୁ ଆହୁରି ଆଗକୁ ନେବା ପାଇଁ ଶାନ୍ତିଧାମ ଫାଉଣ୍ଡେସନ୍‌ର ପ୍ରତିବଦ୍ଧତାକୁ ପୁନଃଦୃଢ଼ କରୁଛି।

← ପୂର୍ବ ଖବରଦୁଇଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତପର ଖବର →ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୨୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କଲା କଂଗ୍ରେସ