ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

ଏବିଭିପିର ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଏବିଭିପିର ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଏବିଭିପିର ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଏବିଭିପିର ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

  • ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡିଆ ରେ ଅନୁଷ୍ଠିତ ହେଲା ଛାତ୍ର ନେତା ସମ୍ମିଳନୀ
  • ଏବିଭିପିର ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ 
  • ୮୦୦୦ ଛାତ୍ରନେତା ମାନଙ୍କୁ ସମ୍ବୋଧିତ କରିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର, 11/11(ଭାରତ ପ୍ରସାରଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପ୍ରଦେଶ ତରଫରୁ ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀ ବରମୁଣ୍ଡା ପଡିଆ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ରାଜ୍ୟର କୋଣ ଅନୁକୋଣରୁ ସମସ୍ତ କ୍ୟାମ୍ପସରୁ ୮୦୦୦ ରୁ ଉର୍ଦ୍ଧ ଛାତ୍ର ନେତା ଯୋଗ ଦେଇଥିଲେ । ଏହି ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ବକ୍ତା ଭାବରେ ଏବିଭିପି ର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼.ବୀରେନ୍ଦ୍ର ସିଂହ ସୋଲଙ୍କି ବିଶେଷ ଭାବେ ଉପସ୍ଥିତ ଥିଲେ।ଏଥିସହିତ ରାଞ୍ଚି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଖିତି ଭୂଷଣ ଦାସ , ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଧାରଣ ସମ୍ପାଦକ ସୁଶ୍ରୀ ରିୟା ଛାଓଡି ,ଓଡ଼ିଶା ପୂର୍ବ ପ୍ରାନ୍ତର ରାଜ୍ୟ ସମ୍ପାଦିକା ସୁଶ୍ରୀ ଦିପ୍ତିମୟୀ ପ୍ରତିହାରୀ ,ଓଡ଼ିଶା ପଶ୍ଚିମ ପ୍ରାନ୍ତର ରାଜ୍ୟ ସମ୍ପାଦକ ସ୍ଵେତାଂଶୁ ଶେଖର ବରାଇ ଓ ଓଡ଼ିଶା ପୂର୍ବ ପ୍ରାନ୍ତର ରାଜ୍ୟ ସଭାପତି ଡ଼.ଦେବେଶ ଶଙ୍କର ହୋତା ବିଶେଷ ଭାବେ ଉପସ୍ଥିତ ଥିଲେ।

ଏହି ଛାତ୍ରନେତା ସମ୍ମିଳନୀରେ ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ଭାରତ ସମେତ ଓଡ଼ିଶାର ଯେନ ଜି ବିଦ୍ୟାର୍ଥି ପରିଷଦ ସହିତ ରହିଛନ୍ତି ଏବଂ ଯାହାର ଫଳ ସ୍ୱରୂପ ଆଜି ଏବିଭିପି ରାଜ୍ୟର ସମସ୍ତ କୋଣ ଅନୁକୋଣରେ ବିପୁଳ ସମର୍ଥନ ପାଇ ବିଜୟୀ ହୋଇଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
ଏବିଭିପି ର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼ ବୀରେନ୍ଦ୍ର ସିଂହ ସୋଲାଙ୍କି କହିଛନ୍ତି ଯେ ଓଡ଼ିଶା ଆଜି ସମଗ୍ର ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।୨୦୮ କଲେଜରେ ସଭାପତି ଏବଂ ୮ଟି ବିଶ୍ୱବିଦ୍ୟାଳୟରେ ସମ୍ପୂର୍ଣ୍ଣ କ୍ଲିନ୍ ସ୍ଵିପ ସହ ଆଜି ଏବିଭିପି ରାଜ୍ୟ ଇତିହାସ ରେ ରେକର୍ଡ କରିଛି।
ରାଞ୍ଚି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର କ୍ଷିତି ଭୂଷଣ ଦାସ କହିଛନ୍ତି,ଯେ ଆଗାମୀ ବର୍ଷ ତମାମ ଏବିଭିପି ପକ୍ଷରୁ ଜାରି ହୋଇଥିବା ସଂକଳ୍ପ ପତ୍ରକୁ ନେଇ ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଯାହା ଏବିଭିପି ପ୍ରାରମ୍ଭ ମଧ୍ୟ କରି ସାରିଛି।
ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦକ ସୁଶ୍ରୀ ଦୀପ୍ତିମୟୀ ପ୍ରତିହାରୀ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତ ପ୍ରତିନିଧି ଏବଂ ମିଡିଆ,ପୁରାତନ କାର୍ଯ୍ୟକର୍ତ୍ତା,ବିଦ୍ୟାର୍ଥୀ ପରିଷଦର ଶୁଭେଚ୍ଛୁ ମାନଙ୍କୁ ଆଭାର ବ୍ୟକ୍ତ କରିଛନ୍ତି।
← ପୂର୍ବ ଖବରଆଇସିଏମ୍‌ଏଆଇ ଭୁବନେଶ୍ୱର ଶାଖାର ନୂତନ ଅଧ୍ୟକ୍ଷ ହେଲେ ସତ୍ୟ ସୁନ୍ଦର ମହାସୁଆରପର ଖବର →ସ୍ୱଚ୍ଛ ସର୍ବେକ୍ଷଣ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଲା