ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ଇସ୍ରାଏଲ୍‍ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ କିଟ୍‍ ଓ କିସ୍‍ରୁ ସୁଖଦ ଅନୁଭୂତି ସହ ବିଦାୟ ନେଲେ

ଇସ୍ରାଏଲ୍‍ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ କିଟ୍‍ ଓ କିସ୍‍ରୁ ସୁଖଦ ଅନୁଭୂତି ସହ ବିଦାୟ ନେଲେ

ଇସ୍ରାଏଲ୍‍ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ କିଟ୍‍ ଓ କିସ୍‍ରୁ ସୁଖଦ ଅନୁଭୂତି ସହ ବିଦାୟ ନେଲେ

ଇସ୍ରାଏଲ୍‍ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ କିଟ୍‍ ଓ କିସ୍‍ରୁ ସୁଖଦ ଅନୁଭୂତି ସହ ବିଦାୟ ନେଲେ

ଭୁବନେଶ୍ୱର,୧୧ ।୧୧(ଭାରତ ପ୍ରସାରଣ): ‘ଇଣ୍ଡିଆ ଟ୍ରେକ୍ ଫର ଗ୍ଲୋବାଲ ଲିଡର୍ସ’ କାର୍ଯ୍ୟକ୍ରମରେ ଭାରତ ଆସିଥିବା ୨୦ ଜଣିଆ ଉଚ୍ଚସ୍ତରୀୟ ଇସ୍ରାଏଲୀୟ ପ୍ରତିନିଧି ଦଳ ନଭେମ୍ବର୧ରୁ କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି ଏଠାରେ ୧୦ଦିନ ଅତିବାହିତ କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀ କିଟ୍ ଓ କିସ୍‍ରୁ ସୁଖଦ ଅନୁଭୂତି ନେଇ ଆଜି ଫେରିଯାଇଛନ୍ତି। କିଟ୍‍ ଓ କିସ୍‍ ରେ ରହଣି ସମୟରେ ସେମାନେ କିସ୍‍ ପିଲାମାନଙ୍କ ସହିତ ଭାବ ବିନିମୟ କରିବା ସହ ସେମାନଙ୍କ ସଂସ୍କୃତି, ପରମ୍ପରା ଓ ଚାଲିଚଳନ ସମ୍ପର୍କରେ ଅବଗତ ହୋଇଥିଲେ। ଏହାଛଡ଼ା ଏହି ପ୍ରତିନିଧିମଣ୍ଡଳୀ ସଦସ୍ୟମାନେ କିଟ୍‍ର ବିଭିନ୍ନ ସ୍କୁଲ୍‍ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଭାବ ବିନିମୟ କରି ଏଠାକାର ଶିକ୍ଷାଦାନ ପ୍ରଣାଳୀ ଓ ଗବେଷଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହି ଅବସରରେ ସେମାନଙ୍କୁ ଆଜି କିଟ୍‍ ଓ କିସ୍‍ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। କିଟ୍‍ ଓ କିସ୍‍ ରେ ସେମାନଙ୍କର ଅନୁଭୂତି ନେଇ ପ୍ରତିନିଧିମଣ୍ଡଳୀର ସଦସ୍ୟମାନେ ଖୁସି ବ୍ୟକ୍ତ କରି କହିଲେ, ଏହା ସେମାନଙ୍କ ପାଇଁ ଏକ ସୁଖଦ ଅନୁଭୂତି। ସେମାନେ କହିଲେ, ଆମର ଏହି ଗସ୍ତ ସବୁଠାରୁ ସ୍ମରଣୀୟ ଅନୁଭୂତି ହୋଇ ରହିବ। ତାଜମହଲ ନୁହେଁ, ବରଂ ଏଠାକାର ପିଲାମାନେ ଓ ଅଧ୍ୟାପକମାନଙ୍କ ସହ ମିଶିବାର ସୁଯୋଗ ହେଉଛି ଆମ ଗସ୍ତର ସବୁଠାରୁ ବଡ଼ ଉପଲବ୍ଧି। କିଟ୍‍ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ମିଶିବା, ଭାବ ବିନିମୟ କରିବା, ପରସ୍ପରଠାରୁ ଶିଖିବା ଏବଂ ନିଜ ନିଜର ଅନୁଭୂତି ବାଣ୍ଟିବାର ସୁଯୋଗ ମିଳିଥିଲା ବୋଲି ସେମାନେ କହିଥିଲେ। ଏହା ହିଁ ଆମର ଏହି ଗସ୍ତର ସବୁଠାରୁ ସ୍ମରଣୀୟ ଅନୁଭୂତି ବୋଲି ପ୍ରତିନିଧିମଣ୍ଡଳୀ ସଦସ୍ୟମାନେ ପ୍ରକାଶ କରିଥିଲେ। କିସ୍‍ ବିଶ୍ୱର ଏକ ଅନନ୍ୟ ମଡ଼େଲ ଏବଂ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଭଳି ଜଣେ ଦୂରଦୃଷ୍ଟି, ସମ୍ପନ୍ନ ବ୍ୟକ୍ତିଙ୍କ ନିଷ୍ଠା, ପରିଶ୍ରମ ଓ ତ୍ୟାଗର ପ୍ରତିଫଳନ ବୋଲି ସେମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଯୋଗଦେଇ ଇସ୍ରାଏଲ୍‍ ପ୍ରତିନିଧିମଣ୍ଡଳୀର ଏହି ଗସ୍ତ କିଟ୍‍ ଓ କିସ୍‍କୁ ଶିକ୍ଷା, ଗବେଷଣା, ସାଂସ୍କୃତିକ ଭାବ ବିନିମୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ସମ୍ଭାବନା ଆଣିଦେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ, ଉପକୁଳପତି ତଥା କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ ଇଣ୍ଟରନ୍ୟାସ୍‍ନାଲ ରିଲେସନସ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
← पिछली खबरଆସନ୍ତା ନଭେମ୍ବର ୧୮ ତାରିଖରେ କେନ୍ଦୁଝର ସହରରେ ଆଦିବାସୀ ଅତ୍ୟାଚାର ବିରୁଦ୍ଧରେ ଏକତ୍ରିତ ହେବେअगली खबर →ଶ୍ରୀକ୍ଷେତ୍ରରେ ରାଜ୍ୟସ୍ତରୀୟ ହବିଷ୍ୟାଳୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ