ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

୫ ଦଫା ଦାବିରେ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ

୫ ଦଫା ଦାବିରେ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ

୫ ଦଫା ଦାବିରେ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ

୫ ଦଫା ଦାବିରେ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର, ୯/୧୧: (ଭାରତ ପ୍ରସାରଣ): ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି  ବିଭୂତି ଭୂଷଣ ମହାପାତ୍ର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ରାଜ୍ୟର ଯୁବକ ଓ ଛାତ୍ର ମାନଙ୍କୁ ନିଯୁକ୍ତିର ଆଶ୍ୱାସନା ଦେଇ କ୍ଷମତାସୀନ ହୋଇଥିବା ବିଜେପି ଦଳ ଏବେ ନିର୍ବାଚନୀ ପ୍ରତିଶ୍ରୁତିକୁ ସଂପୂର୍ଣ୍ଣ ପାଶୋରି ଯାଇଛି । ରାଜ୍ୟରେ ପଞ୍ଜିକୃତ ୧୨ଲକ୍ଷ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଁ ଚିତ୍କାର କରୁଥିବା ବେଳେ ଓଡ଼ିଶା ସରକାରଙ୍କାର ୯୨ ହଜାର ସରକାରୀ ପଦବୀ ଖାଲିପଡ଼ିଛି । 

ଓଡ଼ିଶାର ଲୋକ ଓଡ଼ିଶାରେ ପ୍ରତିଷ୍ଠିତ ଶିଳ୍ପ ଠାରୁ କୌଣସି ଉପକାର ପାଇପାରୁ ନାହାନ୍ତି । ଶିଳ୍ପ ପାଇଁ ଧୂଳି, ଧୂଆଁ, ଧୂଷର ଏବଂ ବିଷାକ୍ତ ପରିବେଷରେ ସ୍ଥାନୀୟ ଅଧିବାସୀମାନେ ରୋଗାଗ୍ରସ୍ତ ହୋଇପଡ଼ୁଥିବା ବେଳେ ସେମାନଙ୍କ ପାଇଁ ପ୍ରତିବଦଳରେ କୌଣସି ଆଖିଦୃଶିଆ ଉପକାର କରାଯାଉନାହିଁ । ଏପରିକି ସ୍ଥାନୀୟ ଅଧିବାସୀମାନେ ଆନୁପାତିକ ନିଯୁକ୍ତି ପାଇପାରୁ ନାହାନ୍ତି । କିନ୍ତୁ ସେମାନଙ୍କୁ ସେମାନଙ୍କର ୭ ପୁରୁଷରୁ ତଡ଼ି ଦିଆଯାଉଛି । ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡ଼ି ପଡ଼ିଛି । ପ୍ରତ୍ୟେକ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅର୍ଧାଧିକ ଶିକ୍ଷକ ନାହାନ୍ତି । ସରକାରୀ ୨୦ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନୈରାଶ୍ୟଜନକ । ଅନ୍ୟପକ୍ଷରେ କ୍ୟାମ୍ପସରେ ନିଶାର ବ୍ୟବହାର ହେଉଛି । ଅଣଛାତ୍ରମାନେ ପ୍ରବେଶ କରୁଛନ୍ତି । ର‌୍ୟାଗିଂ ବଢ଼ି ବଢ଼ି ଚାଲିଛି । 

 ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଯିବା ଆସିବା ଖର୍ଚ୍ଚ ଯୋଗାଡ଼ କରିବା ଛାତ୍ରଛାତ୍ରୀଙ୍କ ପକ୍ଷରୁ ସମ୍ଭବପର ହୋଇ ନ ପାରିବାରୁ ପାଠ ପଢ଼ିବାପାଇଁ ସେମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମ୍ବିଧାନ ଯେଉଁ ସୁଯୋଗ ପ୍ରଦାନ କରିଛି ତାହାକୁ ରୂପାୟନ କରିବାପାଇଁ ବିଜେପି ସରକାର ପଛଘୁଞ୍ଚା ଦେଉଛନ୍ତି । ସାମାଜିକ ନ୍ୟାୟକୁ ଆଖି ଆଗରେ ରଖି ସେମାନଙ୍କୁ ନିଯୁକ୍ତି ଓ ପାଠପଢ଼ା ପାଇଁ ଯେଉଁ ସଂରକ୍ଷଣ ସୁବିଧା ଦିଆଯାଇଛି ବିଜେପି ସରକାର ଏହାକୁ ଠିକ ଭାବେ ଲାଗୁ କରୁନାହାନ୍ତି । 

ଦାବି ଗୁଡିକ : 

୧. ରାଜ୍ୟରେ ଖାଲି ପଡ଼ିଥିବା ୯୨୦୦୦ ରୁ ଉର୍ଦ୍ଧ୍ୱ ସରକାରୀ ପଦବୀ ତୁରନ୍ତ ପୂରଣ କର । 

୨. ରାଜ୍ୟରେ ଥିବା ପ୍ରତ୍ୟେକ କଳକାରଖାନାରେ ସର୍ବନିମ୍ନ ୭୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ।

୩. ନିଶା ମୁକ୍ତ ଓ ର‌୍ୟାଗିଂ ମୁକ୍ତ ଫ୍ରି କ୍ୟାମ୍ପସ ।

୪. ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ମାଗଣା ବସ ସେବା ।

୫. ଏସସି, ଏସଟି, ଓବିସି ଛାତ୍ରଛାତ୍ରୀଙ୍କୁ ସାମାଜିକ ନ୍ୟାୟ ବ୍ୟବସ୍ଥାରେ ସାମ୍ବିଧାନିକ ଅଧିକାରର ଗ୍ୟାରେଣ୍ଟି । 

ଏଥି ସହ କ୍ୟାମ୍ପସକୁ ସବୁଜ ଓ ନିର୍ମଳ ରଖିବା ଏବଂ କ୍ୟାମ୍ପସରେ ଦୁର୍ନୀତି ବିରୋଧରେ ସଂଗ୍ରାମ କରିବା ଛାତ୍ର କଂଗ୍ରେସର ମୁଖ୍ୟ ଦାୟିତ୍ୱ ବୋଲି ଶ୍ରୀ ମହାପାତ୍ର ଘୋଷଣା କରିଛନ୍ତି । ଶ୍ରୀ ମହାପାତ୍ର ଓଡ଼ିଶାର ୩୫ ଟି ସାଂଗଠନିକ ଜିଲ୍ଲା ବୁଲି ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିବା ସହ ପ୍ରତି କ୍ୟାମ୍ପସରେ ଛାତ୍ର କଂଗ୍ରେସର ଦାୟୀତ୍ୱ ଓ କର୍ତ୍ତବ୍ୟ ନିର୍ବାହ କାର୍ଯ୍ୟକୁ ମଧ୍ୟ କିପରି ଛାତ୍ର କଂଗ୍ରେସର କର୍ମୀମାନେ ସମ୍ପାଦନ କରିବେ ତାହାକୁ ପ୍ରାଥମିକତା ଦେବେ ।

← पिछली खबरପୂର୍ବତନ ମୁଖ୍ୟଶାସନ ସଚିବଙ୍କ ଭିଡିଓ ବାର୍ତ୍ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଛନ୍ଦିଲା କଂଗ୍ରେସ !अगली खबर →ସଫ୍ଟୱେର ଇଞ୍ଜିନିୟରରୁ ରାଜନୈତିକ ନେତା; ଓଡ଼ିଶା ଯୁବ କଂଗ୍ରେସ ସଭାପତି ଦୌଡ଼ରେ ନଳିନୀକାନ୍ତ ନାୟକ