ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ଛାତ୍ର ନେତାରୁ ରାଜ୍ୟ ଓ ଜାତୀୟ ନେତା: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ କେନ୍ଦ୍ରୀୟ ନେତୃତ୍ୱ

ଛାତ୍ର ନେତାରୁ ରାଜ୍ୟ ଓ ଜାତୀୟ ନେତା: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ କେନ୍ଦ୍ରୀୟ ନେତୃତ୍ୱ

ଛାତ୍ର ନେତାରୁ ରାଜ୍ୟ ଓ ଜାତୀୟ ନେତା: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ କେନ୍ଦ୍ରୀୟ ନେତୃତ୍ୱ

ଛାତ୍ର ନେତାରୁ ରାଜ୍ୟ ଓ ଜାତୀୟ ନେତା: ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ କେନ୍ଦ୍ରୀୟ ନେତୃତ୍ୱ


ଭୁବନେଶ୍ୱର, 9/8 (ଭାରତ ପ୍ରସାରଣ ): ରାଜନୀତି କେବଳ କ୍ଷମତା ହାସଲର ମାଧ୍ୟମ ନୁହେଁ, ବରଂ ନେତୃତ୍ୱ, ସଂଗଠନ ଓ ଜନସେବାର ଏକ ଯାତ୍ରା। ଏହି ଯାତ୍ରାର ଆରମ୍ଭ ଅନେକ ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ହୋଇଥାଏ। ଛାତ୍ର ସଂସଦ ନିର୍ବାଚନ, ଆନ୍ଦୋଳନ ଓ ସାଂଗଠନିକ କାର୍ଯ୍ୟ ଅନେକ ଯୁବକଙ୍କୁ ଭବିଷ୍ୟତରେ ଦକ୍ଷ ରାଜନେତା ଭାବେ ଗଢ଼ି ତୋଳିଛି। ଯଦିଓ ବର୍ତ୍ତମାନ ରାଜନୀତି ପ୍ରତି ଯୁବପିଢ଼ିଙ୍କ ଆଗ୍ରହ କମୁଥିବା ନେଇ ଚର୍ଚ୍ଚା ହେଉଛି, ତଥାପି ଓଡ଼ିଶାର ରାଜନୈତିକ ଇତିହାସରେ ଛାତ୍ର ରାଜନୀତିର ଅବଦାନ ଅତୁଳନୀୟ। ରେଭେନ୍ସା କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ଅନେକ ରାଜନୈତିକ ନେତାଙ୍କୁ ଗଢ଼ି ତୋଳିଛି। 

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ରାଜନୈତିକ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟ ରେଭେନ୍ସା କଲେଜର ଛାତ୍ରଜୀବନ ସହ ଜଡ଼ିତ ଥିଲା। ଛାତ୍ର ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଥିଲେ। ପରେ ସେ କେନ୍ଦ୍ର ମନ୍ତ୍ରୀ ହେବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସେହିପରି ଅରୁଣ କୁମାର ସାହୁ ବାଙ୍କୀ କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ସଭାପତି ଭାବେ ଦାୟିତ୍ୱ ତୁଲାଇ ପରେ ପାଞ୍ଚଥର ବିଧାୟକ ହେବା ସହ ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହ ଜଡ଼ିତ ହୋଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ପରେ ସେ କେନ୍ଦ୍ର ସରକାରରେ ପେଟ୍ରୋଲିୟମ୍ ଓ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ।

  • ନନ୍ଦିନୀ ଶତପଥୀ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ 
  • ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଥିଲେ 
  • ପ୍ରସାଦ ହରିଚନ୍ଦନ ରାଜ୍ୟର ଗୃହମନ୍ତ୍ରୀ ହୋଇଥିଲେ
  • ଲୁଲୁ ମହାପାତ୍ର ଅନେକ ଛାତ୍ର ନେତା ତିଆରି କରିଥିଲେ 
  • ସୁରେଶ ପୂଜାରୀ ବର୍ତମାନ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ 
  • ଅରୁଣ ସାହୁ ବର୍ତ୍ତମାନ ବିଧାୟକ 
  • ଚିନ୍ମୟ କୁମାର ସାହୁ ବର୍ତ୍ତମାନ ଯୁବ ବିଜେଡି ସଭାପତି 
  • ଇପ୍ସିତା ସାହୁ ବର୍ତ୍ତମାନ ଛାତ୍ର ବିଜେଡି ସଭାନେତ୍ରୀ
  • ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ଅମର ପ୍ରଧାନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଥିଲେ

ସ୍ୱର୍ଗତ ନବ କିଶୋର ଦାସ ଏନ୍‌ଏସ୍‌ୟୁଆଇ ଓ ଯୁବ କଂଗ୍ରେସ ସହ ଜଡ଼ିତ ରହି ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ତିନିଥର ବିଧାୟକ ହେବା ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହୋଇଥିଲେ। ସୁରେଶ ପୂଜାରୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ର ରାଜନୀତିରୁ ଆଗକୁ ବଢ଼ି ସାଂସଦ ଓ ପରେ ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି।

୧୯୮୦ ଦଶକରେ ଓଡ଼ିଶାର ଛାତ୍ର ଆନ୍ଦୋଳନକୁ ଆଗକୁ ନେବାରେ ଏବଂ ଛାତ୍ର ସଂଗଠନକୁ ମଜଭୁତ କରିବାରେ ବରିଷ୍ଠ କଂଗ୍ରେସ ନେତା ଅମର ପ୍ରଧାନଙ୍କର ଏକ ପ୍ରମୁଖ ଭୂମିକା ରହିଥିଲା। ୧୯୮୦ ମସିହାରେ ଯେତେବେଳେ ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଥିଲା, ସେହି ସମୟରେ ଅମର ପ୍ରଧାନ ଛାତ୍ର କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ସେ ସାଂସଦ ଓ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ହୋଇଥୁଲେ। 

ପ୍ରସାଦ ହରିଚନ୍ଦନ ଏନ୍‌ଏସ୍‌ୟୁଆଇରୁ ନିଜର ସାଂଗଠନିକ ଯାତ୍ରା ଆରମ୍ଭ କରି ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଓ ଗୃହମନ୍ତ୍ରୀ ହୋଇଥିଲେ। ପ୍ରିୟଦର୍ଶୀ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ଦୁଇଥର ଦାୟିତ୍ୱ ତୁଲାଇ ପରେ ବିଧାୟକ ହୋଇଥିଲେ। 

ପ୍ରତାପ ଜେନା ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଛାତ୍ର ବିଜେଡି ସଭାପତି ଓ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ହୋଇପାରିଥିଲେ। ଏବେ ବି ତାଙ୍କର ବିଜେଡି ଦଳରେ ପତିଆରା ରହିଛି। ଜଣେ ପ୍ରଭାବସାଳି ନେତା ଭାବେ ପରିଗଣିତ ହେଉଛନ୍ତି। ବିଜୁ ପଟ୍ଟନାୟକଙ୍କ ସମୟରେ ଛାତ୍ର ସଭାପତି ହୋଇ ଥିବାବେଳେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳୀରେ ରାଜ୍ୟରେ ମନ୍ତ୍ରୀ ଭାବେ ଦାଇତ୍ୱ ତୁଲାଇଛନ୍ତି। 

ବ୍ୟୋମକେଶ ରାୟ ମଧ୍ୟ ଛାତ୍ର ରାଜନୀତିରୁ ଆସି ବିଧାୟକ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ମହାପାତ୍ର, ଯିଏ ‘ଲୁଲୁ ଭାଇ’ ଭାବେ ପରିଚିତ, ଅନେକ ଛାତ୍ର ନେତାଙ୍କୁ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ନେଇଥିଲେ। ବିଜେବି କଲେଜରୁ ଛାତ୍ର ରାଜନୀତି ଆରମ୍ଭ କରି NSUI (ଭାରତୀୟ ଜାତୀୟ ଛାତ୍ର ପରିଷଦ) ଓ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ସଭାପତି ହୋଇଥିଲେ। ସେହିପରି ଚିନ୍ମୟ କୁମାର ସାହୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ଆରମ୍ଭ କରି ଛାତ୍ର କଂଗ୍ରେସ ସଭାପତି ହୋଇଥିବାବେଳେ ବର୍ତ୍ତମାନ ଯୁବ ବିଜେଡି ସଭାପତି ଅଛନ୍ତି।

ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଛାତ୍ର କଂଗ୍ରେସ ସଭାପତି ହୋଇ ପରେ ବିଧାୟକ ହୋଇଥିଲେ। ଯଦିଓ ପରବର୍ତ୍ତୀ ସମୟରେ ସେ ବାରମ୍ବାର ନିର୍ବାଚନୀ ପରାଜୟର ସମ୍ମୁଖୀନ ହୋଇଥିଲେ, ତଥାପି କଂଗ୍ରେସ ଦଳରେ ତାଙ୍କର ପ୍ରଭାବ ରହିଛି। ନୂଆ ପିଢ଼ିର ନେତୃତ୍ୱ ଭାବେ ଇପ୍‌ସିତା ସାହୁ ଛାତ୍ର ସଂସଦ ନିର୍ବାଚନରୁ ଆଗକୁ ବଢ଼ି ବର୍ତ୍ତମାନ ଛାତ୍ର ବିଜେଡିର ରାଜ୍ୟ ସଭାନେତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। 

ଏହି ନେତାମାନଙ୍କ ଯାତ୍ରା ପ୍ରମାଣ କରେ ଯେ, ଛାତ୍ର ରାଜନୀତି କେବଳ ପଦପଦବୀ ହାସଲର ମଞ୍ଚ ନୁହେଁ; ଏହା ନେତୃତ୍ୱ, ସଂଗଠନ, ଯୋଗାଯୋଗ ଓ ଜନସମସ୍ୟାକୁ ବୁଝିବାର ପ୍ରଥମ ପାଠଶାଳା। ତେଣୁ ଛାତ୍ର ରାଜନୀତିକୁ ସ୍ୱଚ୍ଛ, ସକାରାତ୍ମକ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୈନ୍ଦ୍ରିକ କରିବା ଆବଶ୍ୟକ। କାରଣ ଆଜିର ଛାତ୍ର ନେତା ହିଁ ଆସନ୍ତାକାଲିର ବିଧାୟକ, ସାଂସଦ, ମନ୍ତ୍ରୀ କିମ୍ବା ଜାତୀୟ ନେତା ହୋଇପାରନ୍ତି। କ୍ୟାମ୍ପସରୁ ବିଧାନସଭା, ବିଧାନସଭାରୁ ସଂସଦ ପର୍ଯ୍ୟନ୍ତ ଏହି ଯାତ୍ରା ଯୁବଶକ୍ତିର ସମ୍ଭାବନା ଓ ଗଣତନ୍ତ୍ରର ଭବିଷ୍ୟତର ପ୍ରତୀକ।

ଦୀପକ କୁମାର ମହାପାତ୍ର 



← पिछली खबरଗୋଲକ ମହାପାତ୍ରଙ୍କ ଜନ୍ମଦିନକୁ ସେବାର ଉତ୍ସବରେ ପରିଣତ କଲେ ସମର୍ଥକ ଓ ଶୁଭେଚ୍ଛୁମାନେअगली खबर →ପଦ୍ମଶ୍ରୀ ଅଶୋକ ମହାପାତ୍ରଙ୍କ ବିୟୋଗରେ ସ୍ମୃତି ସଭା