ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ଅର୍ଣ୍ଣବ ବାତ୍ୟା ଓ ପରିବର୍ତ୍ତି ଅତିବୃଷ୍ଟି ସମସ୍ୟାର ସମାଧାନରେ ରାଜ୍ୟ ସରକାର ବିଫଳ: କଂଗ୍ରେସ

ପାନବରଜିଆମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି

ଅର୍ଣ୍ଣବ ବାତ୍ୟା ଓ ପରିବର୍ତ୍ତି ଅତିବୃଷ୍ଟି ସମସ୍ୟାର ସମାଧାନରେ ରାଜ୍ୟ ସରକାର ବିଫଳ: କଂଗ୍ରେସ

ପାନ ଚାଷ କ୍ଷୟକ୍ଷତି ହୋଇଛି



ଭୁବନେଶ୍ୱର, ୩୦/୧୦ (ଭାରତ ପ୍ରସାରଣ) : ଆଜି କଂଗ୍ରେସ ଭବନ ଠାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଲେ ରାଜ୍ୟରେ ଅକ୍ଟୋବର ୨୭ ତାରିଖରେ ଏକ ବାତ୍ୟା ବିପତି ଆସଙ୍କା ଥିବା କଥା ପୂର୍ବରୁ ପାଣିପାଗ ବିଭାଗ ସୂନା ଦେଇଥିଲେ ଏବଂ ଏଥିରେ କୁହାଯାଇଥିଲା ଯେ ବାତ୍ୟାର ଅବପାତ ଆନ୍ଧ୍ରରେ ଘଟିଲେ ମଧ୍ୟ ଓଡ଼ିଶାର ଦକ୍ଷିଣାଞ୍ଚଳ ଅତି ପ୍ରବଳ ବର୍ଷା ହେବାର ବହୁ ସମ୍ଭାବନା ଅଛି ।

ରାଜ୍ୟ ସରକାର ବହୁ ପୂର୍ବରୁ ଏହା ଜାଣିଥିଲେ ଏବଂ ରାଜ୍ୟରେ ବାତ୍ୟାଜନିତ ସୁନ ମୃତ୍ୟୁ ହେବାର ଘୋଷଣା ବାରମ୍ବାର କହି ଚାଲିଥିଲେ । କିନ୍ତୁ ପରିତାପର ବିଷୟ ଅତିବୃଷ୍ଟି ଜନିତ କ୍ଷୟକ୍ଷତି ଉପରେ ଆନ୍ତରିକତା ସହିତ କୌଣସି ଚିନ୍ତା କରିନଥିଲେ । ଏହି ଅଦୁରଦର୍ଶିତା ପାଇଁ ଓଡ଼ିଶାର ଏକ ବିରାଟ ଅଞ୍ଚଳ ଅନେକ କ୍ଷୟକ୍ଷତିର ସାମ୍ମା କରିବାକୁ ପଡିଲା । ବିଶେଷତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ବୃଷ୍ଟିଜନିତ କ୍ଷୟକ୍ଷତି ଅତିମାତ୍ରାରେ ଘଟିବାର ଦେଖାଦେଲା । ଚାଷ ଉପରେ ଗୁରୁତ୍ୱ ଦେଇଥିବା ଏହି ଅଂଚଳର କେବଳ ଧାନଫସଲ ନଷ୍ଟ ହୋଇନାହିଁ । ଅଧିକନ୍ତୁ ଚାଷିମାନେ କରିଥିବା ପନିପରିବା ଚାଷ ନଷ୍ଟ ହୋଇଯାଇଛି । ଏଥିସହି ପାନ ଚାଷ ମଧ୍ୟ କ୍ଷୟକ୍ଷତି ହୋଇଛି 

 ପାନବରଜିଆମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କଂଗ୍ରେସ ପାଟିର ଏହି ସାମ୍ବାଦିକ ସମ୍ମିଳନୀରେ ଦାବୀ କରାଯାଇଥିଲା ଯେ ସମସ୍ତ ଚାଷୀଙ୍କୁ ସେମାନଙ୍କ ଚାଷ ପାଇଁ ବିଶେଷତ ଧାନଫସଲ ସହ, ପରିବା ଚାଷ ନଷ୍ଟ ଓ ପାନଚାଷ କ୍ଷୟକ୍ଷତିର ତୁରନ୍ତ ଭରଣ କରାଯାଉ । କଂଗ୍ରେସର ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ କହିଥିଲେ ଯେ ଗଞ୍ଜାମ ଜିଲ୍ଲାର ଅନ୍ୟତ୍ର ୫୦୦ମିଲିମିଟରରୁ ଅଧିକ ବର୍ଷା ହୋଇଥିଲେ ମଧ୍ୟ ଭଞ୍ଜନଗରରେ ୧୬୦ ମିଲିମିଟର ବର୍ଷା ହୋଇଥିଲା । ସରକାର ଓ ସରକାରୀକଳର ଅଦୂରଦର୍ଶିତା ପାଇଁ ଲୋହରାଖଣ୍ଡି ନଦୀର ଡହ ଜଳପ୍ରପାତର ଗେଟ୍ ଖୋଲିବା ପାଇଁ ବାତ୍ୟାର ୭ଦନ ପୂର୍ବରୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଏହାକୁ ଅଣଦେଖା କରି ୨୮ ତାରିଖ ଦିନ ଡହ ଜଳପ୍ରପାତର ୪ଟି ଗେଟ ଖୋଲିଦେଲେ । ଜଳ ସମ୍ପଦ ବିଭାଗର ଅଦୂରଦର୍ଶିତା ପାଇଁ ଭଞ୍ଜନଗର ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ରାଜ୍ୟ ସରକାର ତୁରନ୍ତ ଏହାକୁ ତଦନ୍ତ କରି ସଂପୂକ୍ତ କର୍ମଚାରୀଙ୍କ ଉପରେ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ଦାବି କରିଥିଲେ । 

କଂଗ୍ରେସ ଦଳର ଅନ୍ୟତମ ମୁଖପାତ୍ର ଅଭିଶେକ ମହାନନ୍ଦ କହିଥିଲେ ଯେ ଏ ସମସ୍ତ ଅବବ୍ୟବସ୍ତା ପାଇଁ ସରକାର ମୁଖ୍ୟତ ଦାୟି ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବୃଷ୍ଟିଜନିତ କ୍ଷୟକ୍ଷତି ସଂପୂର୍ଣ୍ଣ ଭାବରେ ମନୁଷ୍ୟକୃତ । ଏଥିପାଇଁ ଦାୟି ସମସ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଏକ ଅନୁସନ୍ଧାନ ଦଳ ଗଞ୍ଜାମ ଓ ଗଜପତି ପ୍ରଭୃତି କ୍ଷୟକ୍ଷତି ଜିଲ୍ଲାକୁ ଖୁବ୍ ଶୀଘ୍ର ଗସ୍ତକରି କ୍ଷୟକ୍ଷତିର ଆକଳନ କରି ପ୍ରଦେଶ କଂଗ୍ରେସ କମିଟିକୁ ରିର୍ପୋଟ ପ୍ରଦାନ କରିବେ ।

अंतिम अपडेट: 01 नवंबर 2026, 11:05 पूर्वाह्न

← पिछली खबरସମ୍ବଲପୁର ସିଟି ରେଳ ଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକअगली खबर →ପ୍ରତ୍ୟେକ ଭାରତୀୟ ଦେଶପାଇଁ ପାଞ୍ଚ ମିନିଟ ଚିନ୍ତା କରନ୍ତୁ, ଦେଶ ବଦଳି ଯିବ : ବାବା ବଳିଆ