ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ସମ୍ବଲପୁର ସିଟି ରେଳ ଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟର କଲେ ସମୀକ୍ଷା

ସମ୍ବଲପୁର ସିଟି ରେଳ ଷ୍ଟେସନ ନିରୀକ୍ଷଣ କଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁବିଧା, ଯାତାୟାତର ସୁବ୍ୟବସ୍ଥା ଏବଂ ଅଧିକ ପରିଚ୍ଛନ୍ନ ଓ ଆରାମଦାୟକ ଷ୍ଟେସନ ପରିବେଶ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ

ଭୁବନେଶ୍ୱର, ୩୦/୧୦(ଭାରତ ପ୍ରସାରଣ): ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ  ପରମେଶ୍ୱର ଫୁଙ୍କୱାଲ ଆଜି ସମ୍ବଲପୁର ସିଟି ରେଳ ଷ୍ଟେସନ ପରିଦର୍ଶନ କରି ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଚାଲୁ ରହିଥିବା ଷ୍ଟେସନର ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

ଏହି ନିରୀକ୍ଷଣ ସମୟରେ ମହାପ୍ରବନ୍ଧକ ଯାତ୍ରୀ ସୁବିଧାର ଉନ୍ନତିକରଣ ଏବଂ ଷ୍ଟେସନର ସାମଗ୍ରିକ ପରିବେଶର ଉନ୍ନତି ଲକ୍ଷ୍ୟରେ ହାତକୁ ନିଆଯାଇଥିବା ବିଭିନ୍ନ ଷ୍ଟେସନ ଉନ୍ନତିକରଣ ଓ ଭିତ୍ତିଭୂମି ବିକାଶ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

ଶ୍ରୀ ଫୁଙ୍କୱାଲ ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁବିଧା, ଯାତାୟାତର ସୁବ୍ୟବସ୍ଥା ଏବଂ ଅଧିକ ପରିଚ୍ଛନ୍ନ ଓ ଆରାମଦାୟକ ଷ୍ଟେସନ ପରିବେଶ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ରେଳ ଷ୍ଟେସନଗୁଡ଼ିକର ବିକାଶ ଦ୍ୱାରା ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ଯୋଗାଇଦେବା ସହ ଯାତ୍ରା ଅନୁଭୂତିକୁ ଅଧିକ ଉନ୍ନତ କରିବାର ଗୁରୁତ୍ୱ ସମ୍ପର୍କରେ ମହାପ୍ରବନ୍ଧକ ଉଲ୍ଲେଖ କରିଥିଲେ। ସେ ଚାଲୁ ରହିଥିବା କାର୍ଯ୍ୟଗୁଡ଼ିକର ନିୟମିତ ତଦାରଖ କରିବା ସହ ଯୋଜନାବଦ୍ଧ ଭାବେ ଉନ୍ନତିକରଣ କାର୍ଯ୍ୟଗୁଡ଼ିକର ସଫଳ ରୂପାୟନ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଏହି ନିରୀକ୍ଷଣ ସମୟରେ ପୂର୍ବ ତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ସମ୍ବଲପୁର ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ମହାପ୍ରବନ୍ଧକଙ୍କ ସହ ଉପସ୍ଥିତ ଥିଲେ।

अंतिम अपडेट: 01 नवंबर 2026, 11:05 पूर्वाह्न

← पिछली खबरଗଞ୍ଜାମ ଓ ଗଜପତିରେ ବନ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ ମାରିଛି ବିଜେପି ସରକାର : ବିଜେଡିअगली खबर →ଅର୍ଣ୍ଣବ ବାତ୍ୟା ଓ ପରିବର୍ତ୍ତି ଅତିବୃଷ୍ଟି ସମସ୍ୟାର ସମାଧାନରେ ରାଜ୍ୟ ସରକାର ବିଫଳ: କଂଗ୍ରେସ