Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡିବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ
DEMOThis is a demo edition. News and images are provided as examples only.
Odisha

ସମାଜସେବୀ ଶଶିମଣି ମହାପାତ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ସମାଜସେବୀ ଶଶିମଣି ମହାପାତ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ସମାଜସେବୀ ଶଶିମଣି ମହାପାତ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ସମାଜସେବୀ ଶଶିମଣି ମହାପାତ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, ୧୪/୧୧: ପୁରୁଣା ଭୁବନେଶ୍ବରର ଜଣେ ଜଣାଶୁଣା ସମାଜସେବୀ ଏବଂ ଧର୍ମ ପରାୟଣ ମହିଳା ଶଶିମଣି ମହାପାତ୍ର ଗତ ସେପ୍ଟେମ୍ୱର ୩୦ ତାରିଖ ଦିନ ପରଲୋକ ଗମନ କରିଛନ୍ତି। ଏହି ଅବସରରେ ତାଙ୍କ ଦ୍ୱାଦଶହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା
ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରଶାସନିକ ଅଧିକାରୀ ଅମିତାଭ ଠାକୁର, ସାଂସଦ ପ୍ରଦୀପ ପାଣିଗ୍ରାହୀ, କର୍ପୋରେଟର୍ ଅମରେଶ ଜେନା, ହୃଦୟ ବଲ୍ଲଭ ସାମନ୍ତରାୟ, ଶିବ ବେହେରା, ବିଜେଡି ନେତା ସଂଗ୍ରାମ କେଶରୀ ପାଇକରାୟ, ଅମୀୟ ଦାଶ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବହୁ ସାମ୍ବାଦିକ, ସମାଜସେବୀ, ପରିବାରବର୍ଗ ଓ ଶୁଭେଚ୍ଛୁମାନେ ଯୋଗଦେଇ ଦିବଂଗତା ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜ୍ଞାପନ କରି ସୃତିଚାରଣ କରିଥିଲେ।
 ସଭାରେ ଉପସ୍ଥିତ ସମସ୍ତେ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। ଏହି ଅବସରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ସୂଚନାଯୋଗ୍ୟ ସ୍ୱର୍ଗତ ଶଶିମଣି ଦେବୀଙ୍କ ପୁତ୍ରଙ୍କ ମଧ୍ୟରୁ ଜ୍ୟେଷ୍ଠ ପୁତ୍ର ଦେବ ଦେବ ଶ୍ରୀ ଲିଙ୍ଗରାଜଙ୍କ ସେବାୟତ ଥିବା ନୃସିଂହ ମହାପାତ୍ର ସମାଜସେବା କ୍ଷେତ୍ରରେ ଥିବାବେଳେ ମଧ୍ୟମ ପୁତ୍ର ଲଷ୍ମୀ ପ୍ରସାଦ ମହାପାତ୍ର ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ସାନପୁଅ ଶମ୍ବୁ ପ୍ରସାଦ ମହାପାତ୍ର ଶ୍ରୀ ଲିଙ୍ଗରାଜଙ୍କ ସେବାୟତ ଅଟନ୍ତି।ଶଶିମଣି ଦେବୀଙ୍କ ସ୍ୱାମୀ ମଧ୍ୟ ଶ୍ରୀ ଲିଙ୍ଗରାଜଙ୍କ ସେବାୟତ ଥିଲେ । କିଛି ବର୍ଷ ପୂର୍ବେ ତାଙ୍କର ଦେହାନ୍ତ ହୋଇଛି।

Last updated: 14 Nov 2026, 02:55 PM

← Previous storyଓଡ଼ିଶା କଂଗ୍ରେସରେ ଗୋଷ୍ଠୀବାଦ ଓ ଏକଛତ୍ରବାଦ: ସଂଗଠନ ସଜାଡ଼ିବା ବଦଳରେ ବିଭେଦକୁ ପ୍ରୋତ୍ସାହନ!