Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡିବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ
DEMOThis is a demo edition. News and images are provided as examples only.
Odisha

ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ସରକାର ବିଫଳ: କଂଗ୍ରେସ

ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ସରକାର ବିଫଳ: କଂଗ୍ରେସ

ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ସରକାର ବିଫଳ: କଂଗ୍ରେସ

ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ସରକାର ବିଫଳ: କଂଗ୍ରେସ

ଭୁବନେଶ୍ୱର, ୧୩/୧୧(ଭାରତ ପ୍ରସାରଣ: ଖାଉଟି ବଜାରରେ ନିଆଁ ଲାଗିଛି । ସାଧାରଣ ପରିବାର ନିଜର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାପାଇଁ ବହୁ ହନ୍ତସନ୍ତ ହେଉଛି । ପାଇକାରୀ ଖୁଚୁରା ମୁଦ୍ରାସ୍ପିତି ଗତ ଦୁଇବର୍ଷ ଭିତରେ ସର୍ବୋଚ୍ଚ ସ୍ଥିତିରେ ପହଞ୍ଚିଛି । ଏଭଳି ସ୍ଥିତିରେ ପେଟକୁ ଦୁଇଓଳି ଦାନା ଯୋଗାଡ଼ କରିବା ଓଡ଼ିଶାର ୪୦ ଭାଗରୁ ଅଧିକ ପରିବାର ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି । ଶ୍ରୀ କାନୁନଗୋ କହିଛନ୍ତି ଯେ ଓଡ଼ିଶା ଭାରତ ବର୍ଷରେ ପଞ୍ଚମ ରାଜ୍ୟ ଯେଉଁଠାରେ ଖୁଚୁରା ମୁଦ୍ରାସ୍ପିତି ସବୁଠାରୁ ଅଧିକ । ଲୋକଙ୍କ ପାଖରେ ସ୍ଥାୟୀ ରୋଜଗାର ନାହିଁ କିନ୍ତୁ ଦରଦାମ ସବୁ କ୍ଷେତ୍ରରେ ହୁ ହୁ ହୋଇ ବୃଦ୍ଧି ହେଉଥିବା ହେତୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବହୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭାରତ ସରକାର ଗତ ମେ-ଜୁନ ମାସରେ ଖୁଚୁରା ମୁଦ୍ରାସ୍ପିତି ଯେତେବେଳେ ୪ ପ୍ରତିଶତ ଥିଲା ତାହାକୁ ୩ ପ୍ରତିଶତକୁ ଖସାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ବାହାସ୍ପୋଟ ମାରିଥିଲେ । ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ ୪ ପ୍ରତିଶତରୁ ୬ ପ୍ରତିଶତ ଭିତରେ ଖୁଚୁରା ମୁଦ୍ରାସ୍ପିତିକୁ ଆୟତ ଭିତରେ ଥିବାର ସୂଚକାଙ୍କ । ଏବେ ଓଡ଼ିଶା ପ୍ରରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ୭.୫ ପ୍ରତିଶତରୁ ଅଧିକ ଏବଂ ସହରାଞ୍ଚଳରେ ୭ ପ୍ରତିଶତରୁ ଅଧିକ ବୋଲି ଆକଳନ କରାଯାଇଛି । ଯଦି ଗୋଟେ ରାଜ୍ୟର ଗୋଟେ ପରିବାର ଆୟର ୪୦ ରୁ ୭୦ ପ୍ରତିଶତ କେବଳ ଖାଦ୍ୟପାଇଁ ଖର୍ଚ୍ଚ କରାଯାଏ ତାହାହେଲେ ସେମାନଙ୍କୁ ନିମ୍ନ ଆୟକାରୀ ବର୍ଗ ବୋଲି କୁହାଯାଇଥାଏ । ଠିକ ସେହିଭଳି ଯଦି ୪୦ ପ୍ରତିଶତରୁ ୧୦୦ ପ୍ରତିଶତ କେବଳ ଖାଇବାପାଇଁ ଖର୍ଚ୍ଚ କରାଯାଏ ଅତି ନିମ୍ନ ପରିବାର ବୋଲି କୁହାଯାଇଥାଏ । ଏହି ବର୍ଗ ଆଜି ଓଡ଼ିଶାରେ ସବୁଠାରୁ ଅଧିକ ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଓଡ଼ିଶା ଚାଉଳକୁ ଛାଡ଼ିଦେଲ ଆଉ ସବୁ କ୍ଷେତ୍ରରେ ଆଜି ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ତେଣୁ ଦରଦାମ ବୃଦ୍ଧି ଓଡ଼ିଶାର ଜନସାଧାରଣଙ୍କ ମେରୁଦଣ୍ଡ ଭାଙ୍ଗିଦେଉଛି ବୋଲି ସେ କହିଛନ୍ତି । 

  • ମହଙ୍ଗା ମାଡ଼ରେ ଓଡ଼ିଶାବାସୀ ହନ୍ତସନ୍ତ

ପ୍ରଦେଶ କଂଗ୍ରେସର ଅନ୍ୟତମ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ ଖୁଚୁରା ବଜାରରେ ମୁଦ୍ରାସ୍ପିତିରେ ଯେଉଁ ନିଆଁ ଲାଗିଛି ତାହା ଓଡ଼ିଶାର ସମସ୍ତ ଶ୍ରମିକ, ନିମ୍ନ ଆୟକାରୀ ବର୍ଗ ଓ ଅତି ନିମ୍ନ ଆୟକାରୀ ବର୍ଗଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ରାଜ୍ୟରେ ସାଧାରଣ ପରିବାର ଦରଦାମରୁ ଟିକିଏ ନିସ୍ତାର ପାଇପାରୁ ନାହିଁ । ଏହି କେଇଦିନ ଭିତରେ ପିଆଜର ଦାମ ୧୧୬.୨୨ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ରଷୁଣର ଦାମ ୬୦.୭୪ ପ୍ରତିଶତ ବୃଦ୍ଧି ଘଟିଥିଲା ବେଳେ ଅଦାର ମଧ୍ୟ ଦାମ ୬୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ଖାଦ୍ୟ ପାନୀୟ, ପୋଷାକ, ଜୋତା, ବିଦ୍ୟୁତ ଦେଅ, ପାଣି ବିଲ ଏବଂ ପନିପରିବା ପର୍ଯ୍ୟନ୍ତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ବହୁ ପରିମାଣରେ ବଢ଼ିଯାଇଛି ଫଳସ୍ୱରୂପ ପରିବାରକୁ ପ୍ରତିପୋଷଣ କରିବାପାଇଁ ବହୁ ଅଧିକ ସୁଧହାରରେ ଛୋଟ ଛୋଟ ଋଣ କରିବାକୁ ବହୁ ପରିବାର ବାଧ୍ୟ ହେଉଛନ୍ତି । ଖୁୂଚୁରା ମୁଦ୍ରାସ୍ପିତି ଆଜି ବହୁ ପରିବାରକୁ ଋଣ ଯନ୍ତା ଭିତରକୁ ଟାଣି ନେଉଛି । ଏହି ଦୁଇବର୍ଷ ଭିତରେ ଲୋକଙ୍କର ଆୟର ବୃଦ୍ଧି ୧ ପ୍ରତିଶତରୁ କମ ଥିଲା ବେଳେ ଦରଦାମ ବୃଦ୍ଧି ୩ ପ୍ରତିଶତରୁ ୮.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବା ଅତ୍ୟନ୍ତ ଚିନ୍ତାଜନକ । କେନ୍ଦ୍ର ସରକାରଙ୍କର ଆର୍ଥିକ ପରିଚାଳନାଗତ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ରାଜ୍ୟରେ ପାଖାପାଖି ୪୦ ପ୍ରତିଶତ ପରିବାରଙ୍କ ପାଖରେ କୌଣସି ସଂଚୟ ନାହିଁ । ଫଳରେ ଏଭଳି ପରିସ୍ଥିତିକୁ ସେମାନେ ସାମନା କରିବା ସ୍ଥିତିରେ ନାହାନ୍ତି । ରାଜ୍ୟ କଂଗ୍ରେସ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଖାଉଟି ଯୋଗାଣ ମନ୍ତ୍ରୀଙ୍କ ପାଖରେ ଦାବି କରୁଛି ଯେ ତୁରନ୍ତ ଖୁଚୁରା ମୁଦ୍ରାସ୍ପିତି ଉପରେ କିଭଳି ନିୟନ୍ତ୍ରଣ ଅଣାଯାଇପାରିବ ଏବଂ ଲୋକମାନଙ୍କ କିଭଳି ଅଧିକ କର୍ମର ସୁଯୋଗ ସୃଷ୍ଟି ହେବ ସେଥିପାଇଁ ସରକାର ଧ୍ୟାନ ଦିଅନ୍ତୁ । 


Last updated: 13 Nov 2026, 10:16 PM

← Previous storyବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହNext story →କୁଡୁମୀ ସମାଜର ଜାତୀୟ ବାନ୍ଦନା ପରବ-୨୦୨୬ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ