Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Odisha

ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦେଖିଲା ପିସିସିର ତଥ୍ୟ ଅନୁଧ୍ୟାନକାରୀ ଦଳ

ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦେଖିଲା ପିସିସିର ତଥ୍ୟ ଅନୁଧ୍ୟାନକାରୀ ଦଳ

ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦେଖିଲା ପିସିସିର ତଥ୍ୟ ଅନୁଧ୍ୟାନକାରୀ ଦଳ

ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦେଖିଲା ପିସିସିର ତଥ୍ୟ ଅନୁଧ୍ୟାନକାରୀ ଦଳ



  •  ସରକାରଙ୍କ ଅପାରଗତା ଓ ଅବହେଳାକୁ ଦାୟୀ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ


ଗଞ୍ଜାମ, ୫/୧୧(ଭାରତ ପ୍ରସାରଣ):  ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପିସିସିର ଏକ ଟିମ୍ ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ଦୁଇଦିନିଆ ଗସ୍ତରେ ଯାଇ ଆଜି ଗଞ୍ଜା, ଛତ୍ରପୁର, ପୁରୁଷୋତ୍ତମପୁର, ଆସ୍କା, କବିସୂର୍ଯ୍ୟନଗର ଗସ୍ତ କରି ତଥ୍ୟ ଅନୁଧ୍ୟାନ କରିଥିଲେ । ଭୟଙ୍କର ବନ୍ୟା ପରର ଦୃଶ୍ୟ ଅତ୍ୟନ୍ତ ହୃଦବିଦାରକ ଥିଲା । ଲୋକଙ୍କ ଘର ଭାଙ୍ଗିରୁଜି ଯାଇଛି, ସାଇତି ରଖିଥିବା ଖାଦ୍ୟଶସ୍ୟ ବନ୍ୟା ପାଣିରେ ନଷ୍ଟ ହେଇଯାଇଛି । ପିଲାଙ୍କ ବହିଖାତା ସବୁ ନଷ୍ଟ ହେଇ ଯାଇଛି । କୋଉଠି ବୁଢ଼ୀ ମାଉସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନ ପାଇ ଝାଟି ମାଟି ଘର ସଜାଡିବାରେ ଲାଗିଛି ତ ଆଉ କୋଉଠି ଯୁକ୍ତ ଦୁଇ ପଢୁଥିବା ସରସ୍ୱତୀ ଭିଜା ବହିରୁ ଭବିଷ୍ୟତ ଖୋଜୁଥିଲା । ନବରତ୍ନପୁରରେ ବନ୍ୟା ମାଡରେ ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ଅଧିକାଂଶ ସ୍ଥାନରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ସେମାନଙ୍କ ପାଖକୁ ମହମବତୀଟେ ବି ଯୋଗାଇ ଦିଆଯାଇ ପାରୁନି । ଧାନ ଚାଷ ସମେତ ପନିପରିବା ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି । ଗାଈ, ବଳଦ, ଛେଳି, ମେଣ୍ଢା, ମଇଁଷି, କୁକୁଡ଼ା, ବତକ ଆଦି ଜୀବଜନ୍ତୁ ମଧ୍ଯ ବନ୍ୟା ଦୁର୍ଦ୍ଦଶାରୁ ବର୍ତ୍ତିପାରି ନାହାନ୍ତି ।
ଏତେ ସବୁ ଘଟଣା ଘଟିଗଲା ପରେ ବି ସରକାରଙ୍କ ସ୍ଥାଣୁତା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି । ବନ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ଏ ପର୍ଯ୍ୟନ୍ତ ଠିକ୍ ଭାବରେ ରନ୍ଧା ଖାଦ୍ୟ ପହଞ୍ଚାଇବାରେ ସରକାର ବିଫଳ । ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚି ପାରି ନାହିଁ । ଅଞ୍ଚଳର ଅବସ୍ଥା ଦେଖି ଜଣାପଡୁଛି ସରକାର ବନ୍ୟା ପୀଡ଼ିତାଙ୍କୁ ମ୍ୟାଲେରିଆ, ଡାଇରିଆ ଓ ଚର୍ମ ରୋଗ ଭଳି ଘାତକ ଅବସ୍ଥାକୁ ଠେଲି ଦେଉଛନ୍ତି । ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟ ଜନକ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଅଥବା ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ କେହି ବି ଜଣେ ଲୋକଙ୍କ ଦୁଃଖ ବୁଝିବା ପାଇଁ ସମୟ ନ ଥିଲା ବେଳେ ଲୋକ ଦେଖାଣିଆ ଲୋକତନ୍ତ୍ର ବଞ୍ଚେଇବା ପାଇଁ ନାଟକ ବାଜି କରୁଛନ୍ତି । ଦୁର୍ଭାଗ୍ୟର କଥା ନା ମୁଖ୍ୟମନ୍ତ୍ରୀ କୋଟିଆକୁ ବଞ୍ଚେଇ ପାରିଲେ ନା ଗଂଜାମ ଜିଲ୍ଲାକୁ ବନ୍ୟାରୁ ବଞ୍ଚେଇ ପାରିଲେ । ଯଦି ସରକାର ବନ୍ୟା ସମ୍ପର୍କିତ ଆଗୁଆ ସୂଚନା ଅଞ୍ଚଳବାସୀଙ୍କୁ ଜଣେଇ ପାରିଥାନ୍ତେ ଓ ତଳିଆ ଅଞ୍ଚଳର ଲୋକଙ୍କୁ ଠିକଣା ସମୟରେ ସ୍ଥାନାନ୍ତର କରିଥାନ୍ତେ, ଆଜି ଗଞ୍ଜାମ ଜିଲ୍ଲା ବାସୀଙ୍କୁ ଏଭଳି ଦୁର୍ଦ୍ଦିନରେ ସମ୍ମୁଖୀନ ହେବାକୁ ପଡି ନ ଥାଆନ୍ତା।
ଭିଜା ବହିରୁ ଭବିଷ୍ୟତ ଖୋଜୁଛି ସରସ୍ୱତୀ 
ସରକାର ତୁରନ୍ତ ମୃତ ଚାଷୀଙ୍କ ପରିବାରଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଅନ୍ତୁ, ଉଜୁଡ଼ି ଯାଇଥିବା ଶସ୍ୟର ଏମଏସପି ଆଧାରିତ ୫୦ ପ୍ରତିଶତ କ୍ଷତି ପୂରଣ ଦିଅନ୍ତୁ । ଗୃହ ଭାଙ୍ଗିଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ସହାୟତା ଯୋଗାଇ ଦିଅନ୍ତୁ । ପ୍ରତି ବନ୍ୟା ପ୍ରଭାବିତ ଗାଁ ଏବଂ ପଡାରେ ଅସ୍ଥାୟୀ ପ୍ରସାଶନିକ ସହାୟତା କେନ୍ଦ୍ର ତୁରନ୍ତ ଖୋଲନ୍ତୁ । ଲୋକଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ରନ୍ଧା, ଶୁଖିଲା ଖାଦ୍ୟ, ପାନୀୟ, ଔଷଧାଦିର ଆବଶ୍ୟକୀୟ ଜିନିଷ ତୁରନ୍ତ ଯୋଗାଇ ଦିଅନ୍ତୁ ବୋଲି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସରକାରଙ୍କ ପାଖରେ ଦାବି ରଖିଛନ୍ତି । 

ଏଇ ଟିମରେ ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଗଣମାଧ୍ୟମ ବିଭାଗ ମୁଖ୍ୟ ଅରବିନ୍ଦ ଦାସ, ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ, ସୋନାଲି ସାହୁ, ଦେବକାନ୍ତ ଶର୍ମା, ରାଜ୍ଯ ମୁଖପାତ୍ର ଡ. ମନୀଷା ଦାସ ପଟ୍ଟନାୟକ, ଗଂଜାମ (ପୂର୍ବ) ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ, ପଶ୍ଚିମ ସଭାପତି ଦଣ୍ଡପାଣି ପାତ୍ର, ଅଶୋକ ପଟ୍ଟନାୟକ, ସାକା ସୁଜିତ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ଉକ୍ତ ଟିମ୍ ବନ୍ୟା ପ୍ରପୀଡ଼ିତ ଭଞ୍ଜ ନଗର, ସୋରଡ଼ା, ଧରାକୋଟ, ଜହଡା, ସିଂଘିପୂର୍ ଆଦି ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Last updated: 06 Nov 2026, 01:38 AM

← Previous storyଇସ୍ରାଏଲ୍‍ ପ୍ରତିନିଧିମଣ୍ଡଳୀଙ୍କ କିଟ୍‍ ଓ କିସ୍‍ ପରିଦର୍ଶନNext story →୨୮ ନମ୍ବର ଓ୍ବାର୍ଡର ଚା' ଖଟି ଆସରରେ ଯୋଗଦେଲେ ମହମ୍ମଦ ମୁକିମ୍