Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Odisha

ବନ୍ୟା ମୁକାବିଲାରେ ବିଫଳ ସରକାର ଦାଦନର ସୁଅକୁ ରୋକନ୍ତୁ: କଂଗ୍ରେସ

ବନ୍ୟା ମୁକାବିଲାରେ ବିଫଳ ସରକାର ଦାଦନର ସୁଅକୁ ରୋକନ୍ତୁ: କଂଗ୍ରେସ

ବନ୍ୟା ମୁକାବିଲାରେ ବିଫଳ ସରକାର ଦାଦନର ସୁଅକୁ ରୋକନ୍ତୁ: କଂଗ୍ରେସ

ବନ୍ୟା ମୁକାବିଲାରେ ବିଫଳ ସରକାର ଦାଦନର ସୁଅକୁ ରୋକନ୍ତୁ: କଂଗ୍ରେସ

ଭୁବନେଶ୍ୱର, ୩/୧୧(ଭାରତ ପ୍ରସାରଣ):  ‘‘କଠୋର ପରିଶ୍ରମ ପାଇଁ ଗଂଜାମର ଅଧିବାସୀମାନେ ପ୍ରସିଦ୍ଧ। ଆଜି ଗଂଜାମବାସୀଙ୍କ ଶ୍ରମରେ ରେଂଗୁନ, କୋଲକାତା, ରାଉରକେଲା ପରି ନଗରୀମାନ ଛିଡ଼ାହୋଇଛନ୍ତି। ତେବେ ଗଂଜାମବାସୀଙ୍କ ଚରମ ଦୁର୍ଦ୍ଦଶା ପ୍ରତି ରାଜ୍ୟ ସରକାର ଆଖି ବୁଜିଦେଇଥିବାରୁ ଜିଲ୍ଲାବାସୀ ବିଶେଷ କରି ଚାଷୀକୂଳ ସରକାର ଉପରୁ ଭରସା ତୁଟାଇଦେଲେଣି। ଆଗକୁ ପୁଣି ଦାଦନ ଋତୁ ଆସୁଛି। ସରକାର ଲୋକଙ୍କୁ ତୁରନ୍ତ ପ୍ରତ୍ୟକ୍ଷ ରୋଜଗାର ପାଇଁ କର୍ମନିଯୁକ୍ତିର ବ୍ୟବସ୍ଥା ନ କଲେ ଗଂଜାମରୁ ଦାଦନଙ୍କ ସୁଅ ଛୁଟିବା ନିଶ୍ଚିତ’’ ବୋଲି କଂଗ୍ରେସ ଦଳ ଆଶଙ୍କା ପ୍ରକାଶ କରିଛି।
ମଙ୍ଗଳବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ତଥ୍ୟ ଅନୁଧ୍ୟାନକାରୀ କମିଟିର ଅଧ୍ୟକ୍ଷ ଜଗନ୍ନାଥ ପଟ୍ଟନାୟକ କହିଥିଲେ, ଏ ଥରର ବନ୍ୟା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଣେ ସରକାର କାହାରିକୁ ବିଶ୍ବାସକୁ ନେଉନାହାନ୍ତି। ତେଣେ ସରକାରଙ୍କ ନିଷ୍କ୍ରିୟତା ଯୋଗୁଁ ସରକାରଙ୍କ ଉପରେ ମଧ୍ୟ କାହାରି ଭରସା ନାହିଁ। ତା’ନହୋଇଥିଲେ ଚାଷୀ ଆତ୍ମହତ୍ୟା ହୋଇ ନ ଥା’ନ୍ତା। କୌଣସି ତଥ୍ୟରେ ମୁଖ୍ୟମନ୍ତ୍ରୀ-ରାଜସ୍ବ ମନ୍ତ୍ରୀ-ସିଆରସିଙ୍କ ମଧ୍ୟରେ ତାଳମେଳ ରହୁନାହିଁ। ଏତେ ବଡ଼ ବନ୍ୟାରେ ବି ସରକାର ସର୍ବଦଳୀୟ ବୈଠକ ଡାକିନାହାନ୍ତି। ଏବେ ବି ସମୟ ଅଛି, ସରକାର ତୁରନ୍ତ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସବୁ ଦଳକୁ ନେଇ ଚାଲନ୍ତୁ। ଗତ ସରକାର ପରି ଏ ସରକାର ମଧ୍ୟ କେବଳ ଅମଲାତନ୍ତ୍ରୀ ଉପରେ ନିର୍ଭର କରୁଛନ୍ତି। ତା’ହୋଇ ନ ଥିଲେ ସିଆରସି ଓ ଅନ୍ୟ ଅଧିକାରୀମାନଙ୍କୁ ଗଂଜାମ ପଠାଇ ନିଜେ ରାଜସ୍ବମନ୍ତ୍ରୀ ଭୁବନେଶ୍ବରରେ ବସିଯାଇ ନ ଥା’ନ୍ତେ ବୋଲି ସେ କହିଥିଲେ। ସରକାର ତୁରନ୍ତ କ୍ଷୟକ୍ଷତିର ସଠିକ ଆକଳନ କରି ଚାଷୀ ଓ ପ୍ରଭାବିତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ବାଲିଚର ଜମିଗୁଡ଼ିକ ପାଇଁ ମଧ୍ୟ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଲୋଡ଼ା ବୋଲି ସେ କହିଥିଲେ। ସରକାର ହେଜନ୍ତୁ, ନହେଲେ ‘ଡିଜାଷ୍ଟର ମ୍ୟାନେଜମେଣ୍ଟ’ଟା ‘ମେଣ୍ଟେନ ଡିଜାଷ୍ଟର’ ହେବାକୁ ସମୟ ଲାଗିବନି।

  • ‘ସରକାର କାହାକୁ ବିଶ୍ବାସକୁ ନେଉନାହାନ୍ତି; ସରକାରଙ୍କ ଉପରେ ମଧ୍ୟ କାହାର ଭରସା ନାହିଁ’

  • ବିଜେଡି ପରି ବିଜେପି ସରକାର ମଧ୍ୟ ଅମଲାତନ୍ତ୍ରୀମାନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ
  • ‘ଡିଜାଷ୍ଟର ମ୍ୟାନେଜମେଣ୍ଟ’ ଟା ‘ମ୍ୟାନେଜମେଣ୍ଟ ଡିଜାଷ୍ଟର’ ନ ହେଉ

  • କେନ୍ଦ୍ରରୁ ଜଣେ ବି ମନ୍ତ୍ରୀ ଆସିଲେନି କି ‘ଆହା’ ପଦେ କହିଲେନି

  • ଚାଷଖର୍ଚ୍ଚ ଅନୁସାରେ ନୁହେଁ, ଅମଳ ହିସାବର ଏମଏସପି ଆଧାରରେ କ୍ଷତିପୂରଣ ଦିଆଯାଉ

ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଥିଲେ, ଖରଖରି ନଦୀ ଓ ଋଷିକୂଲ୍ୟା ନଦୀରେ ବନ୍ୟା ଆସିବାର ୫ ଦିନ ପରେ ବି ପାଣି ଭର୍ତ୍ତି ହୋଇରହିଛି। ଘରେଘରେ ୪-୫ ଫୁଟ ପାଣିର ଦାଗ। ଦୁର୍ଗନ୍ଧରେ ନାକ ଫାଟିଯାଉଛି, ଅଥଚ ବ୍ଲିଚିଂ ପାଉଡର ପକାଇବାକୁ ଲୋକ ନାହାନ୍ତି। ଯାହା କିଛି ରିଲିଫ କାର୍ଯ୍ୟ ହୋଇଛି, ତାହା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ କଂଗ୍ରେସ ଦଳ ଦ୍ବାରା। ୨ ଦିନ କାଳ ଉଜୁଡ଼ା ବିଲକୁ ଅନାଇ ଅନାଇ ଶେଷରେ ଜୀବନ ହାରିଲେ। ଦୁଃଖର କଥା, ଅମଳ ହେବାକୁ ଥିବା ଶସ୍ୟର କ୍ବିଣ୍ଟାଲ ପିଛା ଏମଏସପି ଅନୁସାରେ କ୍ଷତିପୂରଣ ଦେବା ତ ଦୂରର କଥା, ଚାଷ ପାଇଁ ଚାଷୀ କରିଥିବା ଖର୍ଚ୍ଚ ମଧ୍ୟ ଦେବାକୁ ସରକାର ଅମଙ୍ଗ। ଅର୍ଜୁନ ପଣ୍ଡାଙ୍କ ଆତ୍ମହତ୍ୟା କହୁଛି, ଚାଷୀ ବଞ୍ଚିବାର ସାହସ ହରାଇଛି। ଯଦି ସରକାର ତୁରନ୍ତ ପର୍ଯ୍ୟାପ୍ତ ସହାୟତା ନ ଯୋଗାନ୍ତି, ଆଗକୁ ଦାଦନ ସୁଅ ଛୁଟିବା ଅସମ୍ଭବ ନୁହେଁ ବୋଲି ସେ କହିଥିଲେ। ଚିତ୍କାର କରି କହୁଥିଲେ, ‘ଜିରୋ କାଜୁଆଲଟି’ କଲୁ। ବାସ୍ତବରେ କିନ୍ତୁ କାଜୁଆଲଟି ପରେ କାଜୁଆଲଟି। କନ୍ଧମାଳ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଦୁଃଖର କଥା, ଏଭଳି ଅସମୟରେ କେନ୍ଦ୍ରରୁ ମଧ୍ୟ କେହି ଜଣେ ବି ମନ୍ତ୍ରୀ ଆସିଲେ ନାହିଁ। ତଥ୍ୟ ଅନୁଧ୍ୟନକାରୀ କମିଟିର ସଦସ୍ୟା ଉଷାରାଣୀ ବେହରାଙ୍କ ଉପସ୍ଥିତିରେ ହୋଇଥିବା ଏହି ସମ୍ମିଳନୀରେ ସତ୍ୟବ୍ରତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Last updated: 04 Nov 2026, 08:52 AM

← Previous storyବିଶ୍ବ ଓଡ଼ିଆ ପରିବାର ପକ୍ଷରୁ ପ୍ରଖ୍ୟାତ ଚିକିତ୍ସକ ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭାNext story →କଂଗ୍ରେସ ଦଳ ରାଜ୍ୟବାସୀଙ୍କ ସହିତ ଅଛି: ଭକ୍ତ