Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
India & world

ଜୌହର ବିଶ୍ୱବିଦ୍ୟାଳୟର ୧୧୭୦ କୋଟିର ସମ୍ପତ୍ତି ଜବତ କଲା ଇଡି

ମନିଲଣ୍ଡରିଂ ମାମଲାରେ ଜବତ ୧୧୭୦ କୋଟି

ଜୌହର ବିଶ୍ୱବିଦ୍ୟାଳୟର ୧୧୭୦ କୋଟିର ସମ୍ପତ୍ତି ଜବତ କଲା ଇଡି

ଆଜମ ଖାନ୍‌ଙ୍କ ଜୌହର ବେଆଇନ ସମ୍ପତ୍ତି ଜବତ

ଭୁବନେଶ୍ୱର,ତା ୨୮/୧୦: (ଭାରତ ପ୍ରସାରଣ): ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ମହମ୍ମଦ ଆଜମ ଖାନ୍‌ଙ୍କ ସହ ଜଡ଼ିତ ମହମ୍ମଦ ଅଲି ଜୌହର ବିଶ୍ୱବିଦ୍ୟାଳୟର ଜମି ଓ କୋଠାକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମନିଲଣ୍ଡରିଂ ମାମଲାର ତଦନ୍ତ ଆଧାରରେ ବୁଧବାର ଇଡିର ଲକ୍ଷ୍ନୌ ଜୋନାଲ କାର୍ଯ୍ୟାଳୟ ଏହି ପଦକ୍ଷେପ ନେଇଛି। ଜବତ ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ୧୧୭୦ କୋଟି ଟଙ୍କା ହୋଇଥିବାବେଳେ ଏହା ମଧ୍ୟରୁ ୪୨୬.୪୬ କୋଟି ଟଙ୍କାର ସମ୍ପତ୍ତିକୁ ବେଆଇନ ଉପାୟରେ ଅର୍ଜିତ ଅର୍ଥ ସହ ଜଡ଼ିତ ବୋଲି ଇଡି ଦର୍ଶାଇଛି। ରାମପୁରର ଜୌହର ନଗରସ୍ଥିତ ଏହି ବିଶ୍ୱବିଦ୍ୟାଳୟ ମୌଲାନା ମହମ୍ମଦ ଅଲି ଜୌହର ଟ୍ରଷ୍ଟ ଅଧୀନରେ ରହିଛି। ଆଜମ ଖାନ୍ ଏହି ଟ୍ରଷ୍ଟର ପ୍ରତିଷ୍ଠାତା ତଥା ନିୟନ୍ତ୍ରକ ହୋଇଥିବାବେଳେ ବିଶ୍ୱବିଦ୍ୟାଳୟର ସମ୍ମାନସୂଚକ କୁଳାଧ୍ୟକ୍ଷ ମଧ୍ୟ ଅଛନ୍ତି।

ଇଡିର ତଦନ୍ତ ରାମପୁରର ଆଜିମନଗର ଥାନାରେ ରୁଜୁ ହୋଇଥିବା ୨୬ଟି ଏଫ୍‌ଆଇଆର୍‌ ଆଧାରରେ ଆରମ୍ଭ ହୋଇଥିଲା। ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ କୃଷକଙ୍କ ଚାଷଜମି ଜବରଦସ୍ତି ଅକ୍ତିଆର କରାଯାଇଥିବା ଏଥିରେ ଅଭିଯୋଗ ହୋଇଥିଲା। ଏହାସହ ସିଂହନଖେଡ଼ା ଗାଁରେ ପ୍ରାୟ ୩୪ ଏକର ଶତ୍ରୁ ସମ୍ପତ୍ତି ବେଆଇନ ଭାବେ ଅକ୍ତିଆର କରାଯାଇଥିବା ଇଡି ଅଭିଯୋଗ କରିଛି। ତେବେ ଏହି ଜମିକୁ ପ୍ରଶାସନ ଜରିଆରେ ଶତ୍ରୁ ସମ୍ପତ୍ତିର ରକ୍ଷକ ପୁନର୍ବାର ନିଜ ଅଧୀନକୁ ନେଇଛନ୍ତି।

ଅନ୍ୟପକ୍ଷରେ, ଟ୍ରଷ୍ଟର ଆୟକର ରିଟର୍ଣ୍ଣରେ ୭୮.୩୨ କୋଟି ଟଙ୍କାର ପୁଞ୍ଜିଗତ ଖର୍ଚ୍ଚ ଦର୍ଶାଯାଇଥିଲା। ତଦନ୍ତରେ ମାତ୍ର ୭୨.୬୩ କୋଟି ଟଙ୍କାର ବୈଧ ଉତ୍ସ ଦିଆଯାଇଥିବାରୁ ଅବଶିଷ୍ଟ ୪୨୬.୪୬ କୋଟି ଟଙ୍କାକୁ ଅପରାଧରୁ ଅର୍ଜିତ ଅର୍ଥ ବୋଲି ଇଡି ଚିହ୍ନଟ କରିଛି।
← Previous storyସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପଦ୍ମପୁରରେ ଉପ-ମୁଖ୍ୟମନ୍ତ୍ରୀNext story →ରେଳପଥ ପକ୍ଷରୁ ସତର୍କତା କର୍ମଶାଳା ଓ ସେମିନାର ଆୟୋଜିତ