ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡିବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

ଆମେ ଭୁବନେଶ୍ୱରିଆ ଦୁଇଦିନିଆ ଆମରଣ ଅନଶନ ପ୍ରତ୍ୟାହାର

ଆମେ ଭୁବନେଶ୍ୱରିଆ ଦୁଇଦିନିଆ ଆମରଣ ଅନଶନ ପ୍ରତ୍ୟାହାର

ଆମେ ଭୁବନେଶ୍ୱରିଆ ଦୁଇଦିନିଆ ଆମରଣ ଅନଶନ ପ୍ରତ୍ୟାହାର

ଆମେ ଭୁବନେଶ୍ୱରିଆ ଦୁଇଦିନିଆ ଆମରଣ ଅନଶନ ପ୍ରତ୍ୟାହାର

ଭୁବନେଶ୍ୱର,୧୩/୧୧(ଭାରତ ପ୍ରସାରଣ): ଭୁବନେଶ୍ୱର ମେୟର ସୁଲୋଚନା ଦାସ ଆଜି ସତ୍ୟାଗ୍ରହ ସ୍ଥଳକୁ ଆସି ବିଏମସି କୌଣସି ଅସୁବିଧା କରିବ ନାହିଁ କିମ୍ବା କୌଣସି ସିଲିଙ୍ଗ କରାଯିବ ନାହିଁ l ଭୁବନେଶ୍ୱରିଆଙ୍କୁ ସୁରକ୍ଷା ପାଇଁ ମେୟର ପ୍ରତିଶ୍ରୁତି ବଦ୍ଧ l ସେ ଆଗକୁ କିପରି ଭୁବନେଶ୍ୱରିଆ ଙ୍କୁ ଏଥିରୁ ମୁକ୍ତି ମିଳିଵ ସେଥିପାଇଁ ମିଳିତ ଚେଷ୍ଟା କରିବାକୁ ଦୃଢ ପ୍ରତିଶ୍ରୁତି ଦେବା ସହ ଜୁସ ପିଆଇ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ଆମରଣ ଅନଶନ ରୁ ଉଠାଇ ଥିଲେ l ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଫୋନ ମାଧ୍ୟମରେ ଏହାକୁ ସମର୍ଥନ କରି ଆମରଣ ଅନଶନରୁ ଉଠିବାକୁ ଅନୁରୋଧ କରିଥିଲେ l ଏହାକୁ ଗ୍ରହଣ କରି ଆମେ ଭୁବନେଶ୍ୱରିଆ ଆବାହକ ବାସୁଦେବ ଭଟ୍ଟ, ଉପଦେଷ୍ଟା ଅନିଲ ମାହାଳିକ ଆମରଣ ଅନଶନକୁ ଶେଷ କରିଥିଲେ l 

ଆଜି ଦ୍ୱିତୀୟ ଦିନରେ ଆମେ ଭୁବନେଶ୍ୱରିଆଙ୍କ ଆମରଣ ଅନଶନକୁ ସମର୍ଥନକରି ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ମୁନା ଖାନ, ଆମ ଆଦମୀ ପାର୍ଟିର ସଂଯୋଜକ ସନ୍ଦୀପ୍ତ ଦାସ , ଦୁର୍ଗା ସାମନ୍ତରାୟ, ସିପିଆଇଏମ ସମ୍ପାଦକ ପ୍ରଦୀପ୍ତ ନାୟକ, ସାମ୍ବାଦିକ ଲିଙ୍ଗରାଜ ସାହୁ, ଗଙ୍ଗାଧର ପାଣିଗ୍ରାହୀ, ଲଳିତ ମୋହନ ପଟ୍ଟନାୟକ, ମନୋଜ ଜେନା ସତ୍ୟାଗ୍ରହକୁ ସମର୍ଥନ କରିଥିଲେ l ଆମରଣ ଅନଶନ ନେତୃତ୍ୱରେ ଥିବା ଆମେ ଭୁବନେଶ୍ୱରିଆ ନେତା ପ୍ରଶାନ୍ତ ମାର୍ଥା, ବଦ୍ରିନାରାୟଣ ମିଶ୍ର, ପ୍ରଣବ ସ୍ୱାଇଁ, ମନୋରଞ୍ଜନ ବିଶ୍ୱାଳ, ଅଳତାଫ ଅଲି, ମହମଦ ସୌଦ, ବିଶ୍ୱଜିତ ମିତ୍ର, ଅଶୋକ ପାଇକରାୟ, ବିରେନ କର, ସଞ୍ଜୟ ଦାସ, ପ୍ରଦ୍ୟୁମ୍ନ ଦାଶ, ବନୋଜ ପ୍ରଧାନ ପ୍ରମୁଖ ଆମରଣ ଅନଶନ କରିଥିଲେ l ରାମକୃଷ୍ଣ ଦାଶ, ନିରୁପମା ସାହୁ, ସବିତା ସାହୁ, ପିନାକୀନି ସାହୁ, ପ୍ରଦୀପ ସାହୁ, ଦୀପକ ନାୟକ, ଇତିଶ୍ରୀ ମହାନ୍ତି, ଚେତନ ହଂସ, ସଂଜୀବ ମହାନ୍ତି, ରାଜେଶ ସାହୁ, ଗୁରୁପ୍ରସାଦ ପଟ୍ଟନାୟକ, ଦୋଳଗିବିନ୍ଦ ତ୍ରିପାଠୀ, ସୁବ୍ରତ ଆଚାର୍ଯ୍ୟ, ସତ୍ୟବ୍ରତ ପରିଜା, ପ୍ରସନ୍ନ ବିଶୋଇ, ସନତ ଜି, ମଧୁସୂଦନ ପଣ୍ଡା, ହରେକୃଷ୍ଣ ପତି, ଅନନ୍ତ ଆଚାର୍ଯ୍ୟ, ମଦମଦ ଶେଖର, ବିବେକାନନ୍ଦ ବିଶ୍ୱାଳ, ବିକ୍ରମ ବିହାରl, ସ୍ୱରୂପ ଦାସ ପ୍ରମୁଖ ଯୋଗଦେଇ ଆମରଣ ଅନଶନ କୁ ପରିଚାଳନା କରିଥିଲେ l
← ପୂର୍ବ ଖବରକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆଜିଠାରୁ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬ପର ଖବର →ସୁରଭି-୨୦୨୬ ର ଦ୍ୱିତୀୟ ଦିନରେ ‘ମିଟ୍ ଦି ପର୍ସନାଲିଟି’, ମଡେଲ୍ ସଂସଦ ର ଆୟୋଜନ