ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ବନ୍ୟା ବିପନ୍ନ ଗଞ୍ଜାମ ଓ ଗଜପତିର ଉତ୍ପାଦକଙ୍କୁ ସହାୟତା ପାଇଁ ଓରମାସ୍‌ର ‘ସଞ୍ଜୀବନୀ ସେତୁ’

ବନ୍ୟା ବିପନ୍ନ ଗଞ୍ଜାମ ଓ ଗଜପତିର ଉତ୍ପାଦକଙ୍କୁ ସହାୟତା ପାଇଁ ଓରମାସ୍‌ର ‘ସଞ୍ଜୀବନୀ ସେତୁ’

ବନ୍ୟା ବିପନ୍ନ ଗଞ୍ଜାମ ଓ ଗଜପତିର ଉତ୍ପାଦକଙ୍କୁ ସହାୟତା ପାଇଁ ଓରମାସ୍‌ର ‘ସଞ୍ଜୀବନୀ ସେତୁ’

ବନ୍ୟା ବିପନ୍ନ ଗଞ୍ଜାମ ଓ ଗଜପତିର ଉତ୍ପାଦକଙ୍କୁ ସହାୟତା ପାଇଁ ଓରମାସ୍‌ର ‘ସଞ୍ଜୀବନୀ ସେତୁ’

ଭୁବନେଶ୍ୱର, ୫/୧୧(ଭାରତ ପ୍ରସାରଣ): ବନ୍ୟା ପ୍ରଭାବିତ ଅଞ୍ଚଳର ଗ୍ରାମୀଣ ଉତ୍ପାଦକମାନଙ୍କୁ ବଜାର ସହ ଯୋଡ଼ିବା ଏବଂ ସେମାନଙ୍କ ଜୀବିକା ପୁନରୁଦ୍ଧାରରେ ସହାୟତା କରିବା ଲକ୍ଷ୍ୟରେ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓରମାସ୍‌) ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପର ନାମ ରଖାଯାଇଛି ‘ସଞ୍ଜୀବନୀ ସେତୁ – ସେତୁ ଅଫ୍ ହୋପ୍’।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ୍‌ ପକ୍ଷରୁ ଭୁବନେଶ୍ୱରର ଉତ୍କଳ ଗ୍ୟାଲେରିଆର ଗ୍ରାଉଣ୍ଡ ଫ୍ଲୋର୍‌ରେ ଏହି ସ୍ୱତନ୍ତ୍ର ଦୀପାବଳି ବିକ୍ରୟ କେନ୍ଦ୍ର ଖୋଲାଯାଇଛି। ଏଠାରେ ଓଡ଼ିଶାର ୧୬ଟି ଜିଲ୍ଲାରୁ ଆସିଥିବା ୫୦ରୁ ଅଧିକ ପ୍ରକାରର ଉତ୍ପାଦ ସ୍ଥାନ ପାଇଛି। ଏଥିରେ ପାରମ୍ପରିକ ମାଟି ଦୀପ, ସାଜସଜ୍ଜା ସାମଗ୍ରୀ, ସୁଗନ୍ଧିତ ମହମବତୀ, ଖାଦ୍ୟ ସାମଗ୍ରୀ, ଘରସଜ୍ଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ହସ୍ତନିର୍ମିତ ସାମଗ୍ରୀ ରହିଛି। ଏହି ସବୁ ଉତ୍ପାଦ ବିଭିନ୍ନ ଜିଲ୍ଲାର ଗୋଷ୍ଠୀଭିତ୍ତିକ ସଂଗଠନ (ସିବିଓ) ଦ୍ୱାରା ପ୍ରସ୍ତୁତ କରାଯାଇଛି। ବିଶେଷ ଭାବେ ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲାର ସିବିଓଗୁଡ଼ିକ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବିକ୍ରୟ ଓ ପ୍ରଚାର ଉପରେ ଏହି ପଦକ୍ଷେପରେ ଗୁରୁତ୍ୱ ଦିଆଯାଇଛି। ଏକ ସ୍ୱତନ୍ତ୍ର ବିକ୍ରୟ ମଞ୍ଚ ମାଧ୍ୟମରେ ସେମାନଙ୍କ ଉତ୍ପାଦକୁ ସହରାଞ୍ଚଳର ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ସହ ନୂଆ ବଜାର ସୁଯୋଗ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ।
ଦୀପାବଳି ଉପଲକ୍ଷେ ଉତ୍କଳ ଗ୍ୟାଲେରିଆରେ ସ୍ୱତନ୍ତ୍ର ବିକ୍ରୟ କେନ୍ଦ୍ର, ୧୬ଟି ଜିଲ୍ଲାର ୫୦ରୁ ଅଧିକ ପ୍ରକାରର ଉତ୍ପାଦ ଉପଲବ୍ଧ; ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତିର ସିବିଓଗୁଡ଼ିକୁ ବଜାର ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱ
ଏହି ପଦକ୍ଷେପ ସମ୍ପର୍କରେ ଓରମାସ୍‌ର ସିଇଓ ଡଃ ମୋନିକା ପ୍ରିୟଦର୍ଶିନୀ କହିଛନ୍ତି, “ସଞ୍ଜୀବନୀ ସେତୁ ମାଧ୍ୟମରେ ଆମେ ବିଶେଷକରି ବନ୍ୟା ପ୍ରଭାବିତ ଗ୍ରାମୀଣ ଉତ୍ପାଦକମାନଙ୍କୁ ଅଧିକ ବଜାର ଓ ନୂଆ ଗ୍ରାହକଙ୍କ ସହ ଯୋଡ଼ିବାକୁ ଚାହୁଁଛୁ। ଏହାଦ୍ୱାରା ସେମାନଙ୍କ ଜୀବିକା ପୁନରୁଦ୍ଧାରରେ ସହାୟତା ମିଳିବା ସହ ଏହି ଦୀପାବଳି ଗ୍ରାହକଙ୍କ ଘରେ ଖୁସି ଆଣିବା ସହିତ ଏହି ସାମଗ୍ରୀ ପ୍ରସ୍ତୁତ କରିଥିବା ପରିବାରଗୁଡ଼ିକ ପାଇଁ ମଧ୍ୟ ନୂଆ ଆଶା ଓ ସୁଯୋଗ ଆଣିବ ବୋଲି ଆମେ ଆଶା କରୁଛୁ। ଏହି ବିକ୍ରୟ କେନ୍ଦ୍ର ଆସନ୍ତା ୮ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ। ନାଗରିକମାନେ ଏଠାକୁ ଆସି ଦୀପାବଳି ସାମଗ୍ରୀ କିଣିବା ସହ ଗ୍ରାମୀଣ କାରିଗର ଓ ଗୋଷ୍ଠୀଭିତ୍ତିକ ଉଦ୍ୟୋଗଗୁଡ଼ିକୁ ସହଯୋଗ କରିବାକୁ ଓରମାସ୍‌ ପକ୍ଷରୁ ଅନୁରୋଧ କରାଯାଇଛି।
← पिछली खबरରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ସୂର୍ଯ୍ୟବଂଶୀ ସୂରଜ