ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

୨୮ ନମ୍ବର ଓ୍ବାର୍ଡର ଚା' ଖଟି ଆସରରେ ଯୋଗଦେଲେ ମହମ୍ମଦ ମୁକିମ୍

୨୮ ନମ୍ବର ଓ୍ବାର୍ଡର ଚା' ଖଟି ଆସରରେ ଯୋଗଦେଲେ ମହମ୍ମଦ ମୁକିମ୍

୨୮ ନମ୍ବର ଓ୍ବାର୍ଡର ଚା' ଖଟି ଆସରରେ ଯୋଗଦେଲେ ମହମ୍ମଦ ମୁକିମ୍

୨୮ ନମ୍ବର ଓ୍ବାର୍ଡର ଚା' ଖଟି ଆସରରେ ଯୋଗଦେଲେ ମହମ୍ମଦ ମୁକିମ୍

ଭୁବନେଶ୍ବର, ୫/୧୧(ଭାରତ ପ୍ରସାରଣ): ଆଜି ଭୁବନେଶ୍ବର ମହାନଗର ନିଗମ ୨୮ ନମ୍ବର ଓ୍ବାର୍ଡ ସାଇନ୍ସ ପାର୍କ ଛକଠାରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ଚା' ଖଟି ଆୟୋଜନ କରାଯାଇଥିଲା । ୨୮ ନମ୍ବର ଓ୍ବାର୍ଡର ଓଜେସି କର୍ମକର୍ତ୍ତାଙ୍କ ସଂଯୋଜନାରେ ଆୟୋଜିତ ଆଜିର ଏହି ଚା' ଖଟିରେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ଯୋଗ ଦେଇଥିଲେ । ସକାଳ ସମୟରେ ଚା' ଆସରରେ ୨୮ ନମ୍ବର ଓ୍ବାର୍ଡର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନିମନ୍ତେ ରାଜନୈତିକ ଉଦାସୀନତା ସଂପର୍କରେ ଆଲୋଚନା ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ ଓ ମୂରବୀମାନଙ୍କ ଉପସ୍ଥିତିରେ ଭୁବନେଶ୍ବର ତଥା ରାଜ୍ୟର ଅନେକ ରାଜନୈତିକ ପ୍ରସଙ୍ଗ ସଂପର୍କରେ ଆଲୋଚନା ହୋଇଥିଲା । ଆଜି କୋରାପୁଟ ଜିଲ୍ଲା କୋଟିଆ ଅଞ୍ଚଳରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଜୋର୍ ଜବରଦସ୍ତ ନିର୍ବାଚନ କରାଉଥିବା ଏହି ଖଟିରେ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହୋଇଥିଲା । କୋଟିଆ ପ୍ରସଙ୍ଗରେ ଦଳର ସଭାପତି ମହମ୍ମଦ ମୋକିମ୍ କହିଥିଲେ ଯେ, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । କୋଟିଆରେ ଆନ୍ଧ୍ରର ଦାଦାଗିରି ପାଇଁ ପୂର୍ବର ବିଜେଡି ଓ ଏବେର ବିଜେପି ଉଭୟ ଦଳର ସରକାରଙ୍କ ଅପାରଗତା ଦାୟୀ ଅଟେ । ଓଡ଼ିଶା ଓ କେନ୍ଦ୍ରରେ ବିଜେପି ସରକାରରେ ଅଛି । ଆନ୍ଧ୍ରରେ ମଧ୍ୟ ବିଜେପିର ଭାଗିଦାରୀ ସରକାର ଅଛି । ତେଣୁ ଭାରତୀୟ ଜନତା ପାର୍ଟିର ନେତୃତ୍ବମାନେ ଏହାର ଆପୋଷ ସମାଧାନ ନିମନ୍ତେ ମନୋଭାବ ପୋଷଣ କରିବା ଉଚିତ୍ । 
ଓଜେସି ସାଧାରଣ ସମ୍ପାଦକ ସଞ୍ଜୟ ରାୟ, ଛାତ୍ରନେତା ରାକେଶ ବେହେରା ଓ ଧର୍ମେନ୍ଦ୍ର ଦିଗାଲଙ୍କ ନେତୃତ୍ବରେ
ସ୍ଥାନୀୟ ଅଞ୍ଚଳର ମନୋଜ ସାହୁ, ଦୀପକ ବାରିକ, ସମୀର ସାହୁ, ସଞ୍ଜୟ ମିଶ୍ର, ଜି. ଅରୁଣ କୁମାର, ସିନିମିଙ୍ଗା ହିକ୍କକା, ଚିଣ୍ଟୁ ବେହେରା, କାହ୍ନା ନାୟକ ପ୍ରମୁଖ ଏହି ଚା' ଖଟିର ଆୟୋଜନ କରିଥିଲେ । 
ଆଜିର ଏହି ଚା' ଖଟିରେ ଅନ୍ୟମାନଙ୍କ ମଧ୍ୟରେ ଓଜେସି ଭୁବନେଶ୍ବର ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି, ଉପସଭାପତି ପ୍ରଦୀପ ପ୍ରଧାନ, ବରିଷ୍ଠ ନେତା ପ୍ରଶାନ୍ତ ଶତପଥୀ, ମନୋଜ ଜେନା, ଶେଷଦେବ ନନ୍ଦ, ସୁଜିତ୍ ସ୍ବାଇଁ, ଆର୍ଯ୍ୟବୀର ଲେଙ୍କା, ସଂଗ୍ରାମ ମାଝୀ, ସୀତା ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 


← पिछली खबरବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦେଖିଲା ପିସିସିର ତଥ୍ୟ ଅନୁଧ୍ୟାନକାରୀ ଦଳअगली खबर →ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ସୂର୍ଯ୍ୟବଂଶୀ ସୂରଜ