ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ବେଦଧ୍ଵନୀ ମହୋତ୍ସବ ଉଦଯାପିତ

ବେଦଧ୍ଵନୀ ମହୋତ୍ସବ ଉଦଯାପିତ

ବେଦଧ୍ଵନୀ ମହୋତ୍ସବ ଉଦଯାପିତ

ବେଦଧ୍ଵନୀ ମହୋତ୍ସବ ଉଦଯାପିତ

ଭୁବନେଶ୍ଵର,୪/୧୧(ଭାରତ ପ୍ରସାରଣ):  ଜ୍ୟୋତି କଳା ପରିଷଦ, ଭୁବନେଶ୍ଵର ଦ୍ଵାରା ଜୟଦେବ ଭବନ ଠାରେ ଅୟୋଜିତ ଦୁଇ ଦିବସୀୟ ‘ବେଦଧ୍ଵନୀ ମହୋତ୍ସବ‘ ଆଜି ଉଦଯାପିତ ହୋଇ ଯାଇଛି । କାର୍ଯ୍ୟକ୍ରମର ଦ୍ଵିତୀୟ ତଥା ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ମହାନଗର ନିଗମର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସ ଯୋଗ ଦେଇଥିଲେ I ଆଜିର ଏ ବେଦଧ୍ଵନୀ ମହୋତ୍ସବ ଯୁବପିଢ଼ି ମାନଙ୍କ ପାଇଁ ସମର୍ପିତ।
ଏହା ତାହାର ଉଦାହରଣ ବୋଲି କହିବା ସହିତ ଅନୁଷ୍ଠାନର ପ୍ରୟାସ ସୁଦୂରପ୍ରସାରୀ ଓ ଦୀର୍ଘଜୀବୀ ହେଉ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଏଥିରେ ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ଓ ପାଇକ ନୃତ୍ୟ ଓ ପୁରୀର ସୁପ୍ରସିଦ୍ଧ ସାହି ଯାତର ବିଶେଷ ପ୍ରଦର୍ଶନ ହୋଇଥିଲା । ଏହି ପ୍ରତିଯୋଗିତାରେ ଅନେକ କୁନି ଓ କଳାକାରମାନେ ଅଂଶଗ୍ରହଣ କରିଥିଲେ। ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସମର୍ଥ ହୋଇଥିବା ପ୍ରାୟ ୬୦ ରୁ ଉର୍ଦ୍ଧ କଳାକାରମାନଙ୍କୁ ମହୋତ୍ସବର ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। 

 ମହୋତ୍ସବର ଉଦ୍ଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ଶ୍ରମ ଆୟୁକ୍ତ ଏବଂ ଶିଳ୍ପ ଏବଂ କାରଖାନା ନିର୍ଦ୍ଦେଶକ  ଇନ୍ଦ୍ରମଣୀ ତ୍ରୀପାଠୀ, ସମ୍ମାନୀୟ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ତଥା ଝାରସୁଗୁଡ଼ାର ପ୍ରାକ୍ତନ ଜିଲାପାଳ ଅବସରପ୍ରାପ୍ତ ଆଇଏଏସ  ସରୋଜ କୁମାର ସାମଲ ଯୋଗଦେଇ କହିଲେ ଯେ ସବୁ ସଙ୍ଗୀତର ମୂଳ ଆଧାର ବେଦ । ତତ୍ ସହିତ ଓଡିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ନିରନ୍ତର ପ୍ରେରିତ ଏହି ଅନୁଷ୍ଠାନ । ଦୀର୍ଘ ୧୨ ବର୍ଷ ଧରି ଉନ୍‌ମେଷମୁଖୀ ପ୍ରତିଭା ସୃଷ୍ଟି କରି ଚାଲିଛି ।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉତ୍କଳୀୟ ସ୍ୱାଭିମାନ ଅନୁଷ୍ଠାନର ସଭାପତି ତଥା ଓଡିଆ ମହାମଞ୍ଚର ନିର୍ଦେଶକ ସମାଜ ସେବୀ  ମନୋଜ କୁମାର ନାୟକ ଓଡିଶୀ ନୃତ୍ୟ ଭାବ, ଭଙ୍ଗୀ ଓ ଭକ୍ତିର ଅପୂର୍ବ ସମନ୍ଵୟ I ଆଜିର ଯୁବପିଢି ଓଡିଶୀ ପ୍ରତି ଆଗ୍ରହ ରଖି କଳାକୁ ଦେଶ ତଥା ଦେଶ ବାହରେ ପ୍ରସାର ଓ ପ୍ରଚାର କରୁଛନ୍ତି. ଆୟୋଜକ ଙ୍କୁ ସାଧୁବାଦ ଜଣାଇବା ସହିତ ଅନୁଷ୍ଠାନର ଉତ୍ତରୋତର ଉନ୍ନତିର କାମନା କରିଥିଲେ l ଶ୍ରୀଯୁକ୍ତ ସୁଦାମ ନନ୍ଦ ଭଟ୍ଟମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ ଲ ଦୁଇ ଦିନ ଧରି ଚାଲିଥିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା। ମହୋତ୍ସବର ଉଭୟ ଦିନରେ ଓଡିଶାର କଳା ଓ ସଂସ୍କୃତି ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବ ଦ୍ୱାରା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେଇ ଯିବାରେ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିବ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ ।

ଶିଶୁ କଳାକାର ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା ଜ୍ୟୋତି କଳା ପରିଷଦର ସମ୍ପାଦିକା ଜ୍ୟୋତିରେଖା ମହାନ୍ତି, ସଭାପତି ସ୍ମୃତିରେଖା ସାମଲ, ଉପଦେଷ୍ଟା ଆନନ୍ଦ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକୁ ଆଗାମୀ ଦିନରେ ସାରା ଓଡିଶାକୁ ପ୍ରସାରିତ କରାଯିବ ବୋଲି କର୍ମ କର୍ତ୍ତାମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
← पिछली खबरଓଡ଼ିଶା ସଚିବାଳୟ ମିଳିତ ସାଂସ୍କୃତିକ ପରିଷଦର ନାଟକ "ଅସତ୍ୟ ସହର" ମଞ୍ଚସ୍ଥ