ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ଅର୍ଣ୍ଣବର ମୁକାବିଲା ପାଇଁ ଶକ୍ତି ବିଭାଗର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ବାତ୍ୟା ସମୟରେ ପ୍ରତ୍ୟକ୍ଷ ରୂପେ ପରିଚାଳନା ପାଇଁ ଆସନ୍ତାକାଲି ଠାରୁ କୋରାପୁଟରେ ନିଜେ ଉପସ୍ଥିତ ରହିବେ ଉପମୁଖ୍ୟମନ୍ତ୍ରୀ

ଅର୍ଣ୍ଣବର ମୁକାବିଲା ପାଇଁ ଶକ୍ତି ବିଭାଗର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ବାତ୍ୟା ମୁକାବିଲା ନେଇ ସମୀକ୍ଷା ବୈଠକ




ଭୁବନେଶ୍ୱର, ୨୬।୧୦(ଭାରତ ପ୍ରସାରଣ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଶକ୍ତି ବିଭାଗର ବିପର୍ଯ୍ୟୟ ପ୍ରଶମନ ଓ କାର୍ଯ୍ୟକ୍ଷମ ପ୍ରସ୍ତୁତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି। ଅକ୍ଟୋବର ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜରୁରୀକାଳୀନ ସମୟକୁ ଗୁରୁତ୍ୱ ଦେଇ, ବିଦ୍ୟୁତ୍ ଗ୍ରିଡ୍‌ର ସୁରକ୍ଷା, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ପାଇଁ ବୈଠକରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ସମୟରେ ପ୍ରତ୍ୟକ୍ଷ ଭାବେ ପରିଚାଳନା ପାଇଁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜେ କୋରାପୁଟଠାରେ ଉପସ୍ଥିତ ରହି ବାତ୍ୟାର ପ୍ରଭାବ ଉପରେ ନଜର ରଖିବେ ଏବଂ ଦକ୍ଷିଣ ଓଡ଼ିଶାରେ ଜରୁରୀକାଳୀନ କାର୍ଯ୍ୟର ନେତୃତ୍ୱ ନେବେ।


ବିଦ୍ୟୁତ୍ ସେବା ଅବ୍ୟାହତ ରଖିବା ଓ ତୁରନ୍ତ ପୁନରୁଦ୍ଧାର ପାଇଁ ଓପିଟିସିଏଲ ପକ୍ଷରୁ ଏକ ବହୁସ୍ତରୀୟ କମାଣ୍ଡ ନେଟୱାର୍କ ସ୍ଥାପନ କରାଯାଇଛି, ଯେଉଁଥିରେ STAMC ଚାନ୍ଦକାଠାରେ ୨୪x୭ ଜରୁରୀକାଳୀନ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ, ନରେନ୍ଦ୍ରପୁରଠାରେ ଜୋନାଲ କଣ୍ଟ୍ରୋଲ ରୁମ୍ ଏବଂ ନରେନ୍ଦ୍ରପୁର, ଛତ୍ରପୁର, ଭଞ୍ଜନଗର, ଜୟନଗର, ମାଲକାନଗିରି, ଥେରୁବାଲି, କେସିଙ୍ଗା, ସମଙ୍ଗରା, ପାରାଦୀପ, ଭଦ୍ରକ ଓ ବାଲେଶ୍ୱର ଭଳି ୧୧ଟି ସଂବେଦନଶୀଳ ସ୍ଥାନରେ ଫିଲ୍ଡ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ସମସ୍ତ କମାଣ୍ଡ ୟୁନିଟ୍‌ରେ ଜରୁରୀକାଳୀନ ଡ୍ୟୁଟି ରୋଷ୍ଟର, ଯୋଗାଯୋଗ ବ୍ୟବସ୍ଥା, ବ୍ୟାକଅପ୍ ଡିଜେଲ ଜେନେରେଟର ଏବଂ ଡିସି ପାୱାର ସିଷ୍ଟମ୍ ପ୍ରସ୍ତୁତ ରଖାଯିବା ସହ ୮୩ ସେଟ୍ (୧୩୨ କେଭି, ୨୨୦ କେଭି ଓ ୪୦୦ କେଭି) ଜରୁରୀକାଳୀନ ଟାୱାର, ୧,୧୧୫ କିଲୋମିଟର ଦୀର୍ଘ କଣ୍ଡକ୍ଟର ଏବଂ ୯,୧୫୭ଟି ହାର୍ଡୱେର୍ ଫିଟିଂ ସେଟ୍ ବିଭିନ୍ନ ଡିପୋରେ ଆଗୁଆ ମହଜୁଦ ରଖାଯାଇଛି।

ପାଣିପାଗ କୋହଳ ହେବା ମାତ୍ରକେ ଶକ୍ତି ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର କରାଯିବ ଏବଂ ଏଥିରେ ହସପିଟାଲ, ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳୀ ଭଳି ଜରୁରୀକାଳୀନ ସେବାକୁ ପ୍ରାଥମିକତା ଦିଆଯିବ। ଗ୍ରାହକମାନଙ୍କୁ ବିଦ୍ୟୁତ୍ ସେବା ସ୍ୱାଭାବିକ ହେବାର ଆକଳନ ସମୟ ସମ୍ପର୍କରେ ସ୍ୱୟଂଚାଳିତ ଏସଏମଏସ (SMS) ମାଧ୍ୟମରେ ଜଣାଯିବ। ଟିପିସିଓଡ଼ିଏଲ ପାଇଁ ବ୍ରହ୍ମପୁର, ଆମ୍ବଗଡ଼ଠାରେ କେନ୍ଦ୍ରୀୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ, ଗ୍ରାହକମାନେ 9124293314 କିମ୍ବା ଟୋଲ୍ ଫ୍ରି ନମ୍ବର 1912 / 18002026 ରେ ସମସ୍ୟା ନେଇ ସମ୍ପର୍କ କରିପାରିବେ। ରାଜ୍ୟର "ଜୀବନରେଖା" ଭାବେ ବିଦ୍ୟୁତ୍ ଯୋଗାଣ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ସମୀକ୍ଷା ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଓପିଟିସିଏଲ, ଟାଟା ପାୱାର ଏବଂ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।


← पिछली खबरଶାଗମାଛ ଦରରେ ଜମି ହାତେଇବେ ଆାଦାନି; ଓଡ଼ିଶାବାସୀ ପାଇବେ କ’ଣ:ଭକ୍ତअगली खबर →ଲୋକ ଭବନରେ ସାଧୁତାର ଶପଥ ପାଠ ଅନୁଷ୍ଠିତ