ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ଭୁବନେଶ୍ୱରର ୱାର୍ଡ ନମ୍ବର ୨୬ରେ ଓଜେସିର କର୍ମୀ ସମ୍ମିଳନୀ

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ସମସ୍ତ ୱାର୍ଡରେ ପାର୍ଥୀ ଦେବା ନେଇ ପ୍ରସ୍ତୁତ ଓଜେସି

ଭୁବନେଶ୍ୱରର ୱାର୍ଡ ନମ୍ବର ୨୬ରେ ଓଜେସିର କର୍ମୀ ସମ୍ମିଳନୀ

ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ସମସ୍ତ ୱାର୍ଡରେ ପାର୍ଥୀ ଦେବା ନେଇ ପ୍ରସ୍ତୁତ ଓଜେସି


ଭୁବନେଶ୍ୱର, ୨୫.୧୦.୨୦୨୬(ଭାରତ ପ୍ରସାରଣ): ଭୁବନେଶ୍ୱର ମହାନଗର ନିଗମର ୨୬ ନମ୍ବର ୱାର୍ଡରେ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଏକ ବିଶାଳ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ଜିଲ୍ଲା ସଭାପତି ବଦ୍ରିନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ସ୍ଥାନୀୟ ସାଲିଆସାହି ସ୍ଥିତ ସନ୍ତୋଷୀ ନଗରଠାରେ ବିଏମସିର ୨୬ ନମ୍ବର ୱାର୍ଡର କର୍ମକର୍ତ୍ତାମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସାଂଗଠନିକ ବୈଠକରେ ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଭୁବନେଶ୍ୱର ମହାନଗର ନିଗମ ଏବେ ବିଜୁ ଜନତା ଦଳର ଦଖଲରେ ରହିଛି ଏବଂ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ବିଜେପି ଦଳର ଅଟନ୍ତି । କିନ୍ତୁ ଭୁବନେଶ୍ୱରବାସୀଙ୍କ ସମସ୍ୟାର ସମାଧାନ କରିବା ପାଇଁ କେହି ବି ସକ୍ଷମ ହୋଇନାହାନ୍ତି । ବିନା ନୋଟିସରେ ବସ୍ତି ଭଙ୍ଗାଯାଉଛି । ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କର ନିର୍ଦ୍ଦିଷ୍ଟ ନିୟମ ରହିଥିଲେ ମଧ୍ୟ ଥଇଥାନ ଓ ନୋଟିସ୍ ଦିଆଯାଇ ଉଚ୍ଛେଦ କରାଯାଉନାହିଁ । ମୁଣ୍ଡ ଗୁଞ୍ଜିବା ପାଇଁ ଲୋକଙ୍କ ପାଖରେ ଘର ଖଣ୍ଡେ ନାହିଁ । ଘର ଦେବାକୁ ପ୍ରତିଶ୍ରୁତି ଦେଇଥିବା ଉଭୟ ଦଳ ଲୋକଙ୍କୁ ବାସହରା କରିଦେଉଛନ୍ତି । ପିଇବା ପାଣି ସମସ୍ୟା, ପରିମଳ ବ୍ୟବସ୍ଥା, ଡ୍ରେନେଜ୍ ବ୍ୟବସ୍ଥାରେ ଭୁବନେଶ୍ୱର ମହାନଗର ନିଗମ ଓ ନଗର ଉନ୍ନୟନ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ରାସନ ଚାଉଳ ପାଇଁ ଦିନ ଦିନ ଧରି ଧାଡ଼ିରେ ଠିଆ ହୋଇ ମଧ୍ୟ ଲୋକମାନେ ଚାଉଳ ନପାଇ ନିରାଶ ହୋଇ ଫେରୁଛନ୍ତି । ତେବେ ଓଡ଼ିଶା ଜନତା କଂଗ୍ରେସ ଭୁବନେଶ୍ୱରବାସୀଙ୍କ ଏକମାତ୍ର ସ୍ୱର ହୋଇ ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ଲଢେଇ କରୁଛି । ଓଜେସି ଉପସଭାପତି ପ୍ରଦୀପ ପ୍ରଧାନ କହିଥିଲେ ଯେ କିଛି ମାସ ପୂର୍ବରୁ ସମ୍ ହସ୍ପିଟାଲ ନିକଟସ୍ଥ ସାମପୁର ଅଞ୍ଚଳରେ ଘରଭାଙ୍ଗିବା ସମୟରେ ଓଜେସି ଏକମାତ୍ର ଦଳ ଭାବେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଠିଆହୋଇ ସେମାନଙ୍କ ପାଇଁ ନ୍ୟାୟିକ ଲଢ଼େଇ ଲଢ଼ିଥିଲା । ଓଜେସି ନେତାମାନଙ୍କ ଦ୍ୱାରା ମାନବାଧିକାର କମିଶନ ନିକଟରେ ଏକ ପିଟିସନ୍ ଦାୟର ହେବାପରେ ସମସ୍ତ ୩୦୫ଜଣଙ୍କୁ ଅଗ୍ରାଧିକାର ଭିତ୍ତିରେ ଏଲ୍.ଆଇ.ଜି ଘର ଯୋଗାଇ ଦେବାକୁ କମିଶନର ବିଡିଏକୁ ନିର୍ଦ୍ଦେଶ ଦେଲେ । ଆଗାମୀ ଦିନରେ ଯେଉଁ ବସ୍ତିରେ ବେଆଇନ ଭାବେ ଓ ବିନା ନୋଟିସରେ ଘର ଭଙ୍ଗା ଯିବ, ଓଜେସି ସେହି ଅଞ୍ଚଳରେ ଏହାକୁ ଦୃଢ଼ ବିରୋଧ କରିବ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ ।

ଏହି ସାଂଗଠନିକ ବୈଠକରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି କହିଥିଲେ ଯେ ଓଜେସି ପ୍ରତି ୨୬ ନମ୍ବର ୱାର୍ଡ ବାସିନ୍ଦାଙ୍କ ଏହି ବିପୁଳ ସମର୍ଥନ ପାଇଁ ଆମେ କୃତଜ୍ଞ । ବିଏମସି କର୍ତ୍ତୃପକ୍ଷ ଏହି ଅଞ୍ଚଳକୁ ସାବତପୁଅ ସଦୃଶ ବ୍ୟବହାର କରୁଛନ୍ତି । ଏହି ଅଞ୍ଚଳର ସମସ୍ତ ସମସ୍ୟାର ସ୍ୱର ହୋଇ ଓଜେସି ଲଢ଼େଇ କରିବ ବୋଲି ସେ କହିଥିଲେ । ଓଜେସି ପକ୍ଷରୁ ଏହି ବୈଠକକୁ ନାରୀ ନେତ୍ରୀ ସୀତା ସାହୁ, ଲିପି ସ୍ୱାଇଁ, କାମିନୀ ସାହୁ ଓ ରାକେଶ ସାହୁ ପ୍ରମୁଖ ସଂଯୋଜନା କରିଥିଲେ ।ସ୍ଥାନୀୟ ଅଞ୍ଚଳର ପ୍ରଦୀପ ନାୟକ, ପଦ୍ମନାଭ ନାୟକ, ରାଜେଶ ବାବୁ, ଆବିତ ସାହା, ନିଖିଲ ପଣ୍ଡା, ରଶ୍ମିତା ମହାରଣା, ଗାୟତ୍ରୀ ବେହେରା, କୈଳାଶ ପାତ୍ର, ଲାପୁ ବାବୁ, ଅଚ୍ୟୁତ ପ୍ରଧାନ, ସୁଷମା ପାତ୍ର, ଲକ୍ଷ୍ମୀ ପାତ୍ର ପ୍ରମୁଖ ଓଜେସି କର୍ମକର୍ତ୍ତାମାନେ ଏହି ବୈଠକର ଆୟୋଜନ ଓ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଜେସି ଉପସଭାପତି ପ୍ରଦୀପ ପ୍ରଧାନ, ନଯିବୁର ରେହମାନ ଖାନ, ଓଜେସି ମିଡ଼ିଆ ସେଲ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ , ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, କୃଷକ ଜନତା କଂଗ୍ରେସ ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ, ସାଧାରଣ ସମ୍ପାଦକ ସଂଜୟ ରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ସାଂଗଠନିକ ବୈଠକରେ ୨୬ ନମ୍ବର ୱାର୍ଡର ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

अंतिम अपडेट: 25 अक्टूबर 2026, 09:54 अपराह्न

← पिछली खबरଚତୁର୍ଥ ଓଡ଼ିଶା ରାଜ୍ୟ ସ୍ପିଡ୍ ସ୍କେଟିଂ ଚାମ୍ପିୟନସିପର କୃତି ପ୍ରତିଯୋଗୀ ପୁରସ୍କୃତअगली खबर →ଆନ୍ଧ୍ର ପ୍ରଦେଶ ହାତକୁ କୋଟିଆ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର