ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାରଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ଆଇନ ମନ୍ତ୍ରୀଙ୍କ ପରିବାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ଭୋଗ ଦଖଲରେ ଅଛନ୍ତି କି ନାହିଁ ଏହାର ସତ୍ୟପାଠ କାହିଁକି ଦେଉନାହାନ୍ତି- କଂଗ୍ରେସ

ଆଇନ ମନ୍ତ୍ରୀଙ୍କ ପରିବାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ଭୋଗ ଦଖଲରେ ଅଛନ୍ତି କି ନାହିଁ ଏହାର ସତ୍ୟପାଠ କାହିଁକି ଦେଉନାହାନ୍ତି- କଂଗ୍ରେସ

ଆଇନ ମନ୍ତ୍ରୀଙ୍କ ପରିବାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ଭୋଗ ଦଖଲରେ ଅଛନ୍ତି କି ନାହିଁ ଏହାର ସତ୍ୟପାଠ କାହିଁକି ଦେଉନାହାନ୍ତି- କଂଗ୍ରେସ

ଆଇନ ମନ୍ତ୍ରୀଙ୍କ ପରିବାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ଭୋଗ ଦଖଲରେ ଅଛନ୍ତି କି ନାହିଁ ଏହାର ସତ୍ୟପାଠ କାହିଁକି ଦେଉନାହାନ୍ତି- କଂଗ୍ରେସ

ଭୁବନେଶ୍ୱର ତା. ୭.୧୧(ଭାରତ ପ୍ରସାରଣ):  ରାଜ୍ୟ ସରକାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମିକୁ ଯେଉଁମାନେ ଜବରଦଖଲ କରି ରହିଛନ୍ତି ବା ପ୍ରାପ୍ୟ ନଦେଇ ବର୍ଷ ବର୍ଷ କାଳ ଧରି ଉପଭୋଗ କରିଚାଲିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ସାରା ରାଜ୍ୟରେ ଜଗନ୍ନାଥ ମହାପ୍ରଭୁଙ୍କ ଜମିକୁ ଫେରାଇ ଆଣିବାପାଇଁ ବାରମ୍ବାର ଗଣମାଧ୍ୟମରେ କହୁଛନ୍ତି । କିନ୍ତୁ ପ୍ରକୃତରେ ଆଜି ସୁଦ୍ଧା କେତେ ଏକର ଜମି ଏବଂ କେଉଁ କେଉଁ ବ୍ୟକ୍ତିମାନଙ୍କ କବଜାରୁ ଏହାକୁ ଉଦ୍ଧାର କରାଗଲା ତାହାର କୌଣସି ସବିିଶେଷ ତଥ୍ୟ ରାଜ୍ୟ ସରକାର ରଖୁନାହାନ୍ତି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଅଭିଯୋଗ କରିଛନ୍ତି । ଶ୍ରୀ ମହାନ୍ତି ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଏହି ଅଳ୍ପ କେଇଦିନ ତଳେ ରାଜ୍ୟ ରାଜସ୍ୱ ମନ୍ତ୍ରୀ କହିଲେ ଯେ ୫୦୦ କୋଟି ଏବଂ ୬୦୦ କୋଟି ଟଙ୍କାର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମିକୁ ସରକାର ଫେରାଇ ଆଣିଲେ । ପ୍ରକୃତ ସତ୍ୟ କଥା ହେଲା କେବଳ ପଟ୍ଟାରେ ସଂଶୋଧନ କରାଯାଇଛି କିନ୍ତୁ ଜବରଦଖଲ କାରୀଙ୍କ ଠାରୁ ଜମିକୁ ଏ ପର୍ଯ୍ୟନ୍ତ ମୁକୁଳା ଯାଇ ପାରିନାହିଁ ବା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସବୁଠାରୁ ବଡ଼ କଥା ରାଜ୍ୟ କଂଗ୍ରେସ ରାଜ୍ୟର ଆଇନ ମନ୍ତ୍ରୀଙ୍କ ପରିବାର ଦଖଲରେ ଜଗନ୍ନାଥଙ୍କ ଜମି ଅଛିକି ନାହିଁ ତାର ଏକ ସତ୍ୟପାଠ ଦାବି କରିଥିଲା । କିନ୍ତୁ ଆଇନ ମନ୍ତ୍ରୀ ଉତ୍ତରରେ କହିଥିଲେ ତାଙ୍କ ପରିବାରଙ୍କ ପାଖରେ ଜଗନ୍ନାଥଙ୍କ ଜମି ଭୋଗ ଦଖଲରେ ନାହିଁ । ଯାହାକି ସଂପୂର୍ଣ୍ଣ ମିଥ୍ୟା କାରଣ ନିର୍ଭରଯୋଗ୍ୟ ତଥ୍ୟ ଅନୁଯାଇ ଆଇନମନ୍ତ୍ରୀଙ୍କ ପରିବାର ବଂଶାନୁକ୍ରମିକ ଜଗନ୍ନାଥଙ୍କ ଜମି ଭୋଗ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଦୃଢ଼ତାର ସହିତ କହିଛନ୍ତି । ଯଦି ଆବଶ୍ୟକତା ପଡ଼େ ଏହାର ସମସ୍ତ କାଗଜପତ୍ର ପ୍ରଦାନ କରାଯିବ । ଏତେ ସତ୍ୱେ କାହିଁକି ଆଇନମନ୍ତ୍ରୀ ଏହି ଘଟଣାକୁ ନେଇ ସତ୍ୟପାଠ ଦାଖଲ କରୁନାହାନ୍ତି ବୋଲି ସେ କହିଛନ୍ତି । 
 
 ରାଜ୍ୟ କଂଗ୍ରେସର ଅନ୍ୟତମ ମୁଖପାତ୍ର  ଲଲାଟେନ୍ଦୁ ଦାଶ କହିଥିଲେ ଯେ ଜଟଣୀ ତହସିଲ କୁଦିଆରି ଅଞ୍ଚଳରେ ଜଗନ୍ନାଥଙ୍କ ଜମି ଉପରେ ବହୁ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ହୋଇଛି କିନ୍ତୁ ଏକ ଟଙ୍କା ରାଜସ୍ୱ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମିଳୁନାହିଁ । ଗୁଣ୍ଡିଚା ମନ୍ଦିର ପଛରେ ଜଗନ୍ନାଥଙ୍କ ଜମି ଉପରେ ପେଟ୍ରୋଲ ପମ୍ପ ହୋଇଛି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଗୋବର୍ଦ୍ଧନ ପୀଠର ଚର୍ତୁପାଶ୍ୱରେ ଜଗନ୍ନାଥଙ୍କ ଜମିରେ ହୋଟେଲ ହୋଇଛି କିନ୍ତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ । ସ୍ୱର୍ଗ ଦ୍ୱାରରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ମୂଲ୍ୟବାନ ୩୦ ଏକର ଜମିକୁ ହୋଟେଲ କରାଯାଇଛି । କିନ୍ତୁ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଆଇନ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ୨୪ ଟି ଜିଲ୍ଳାରେ ଜଗନ୍ନାଥଙ୍କର ୬୦ ହଜାର ୪୦୦ ଏକରରୁ ଅଧିକ ଜମି ଅଛି । କିନ୍ତୁ ଏପର୍ଯ୍ୟନ୍ତ ୩୮ ହଜାର ଏକର ଜମିରେ ପଟ୍ଟା ମିଳିଛି । ବାକିତକ ଜମିରେ ଏ ପର୍ଯ୍ୟନ୍ତ ପଟ୍ଟା ମିଳିନାହିଁ । ୧୯୮୧ ମସିହାରୁ ୨୦୨୪-୨୫ ମସିହା ମଧ୍ୟରେ ୫୮ କିଲୋ ୩୧୭ ଗ୍ରାମ ସୁନା ୧୫୮ କିଲୋ ୮୩୬ ଗ୍ରାମ ରୂପା ଭକ୍ତମାନେ ଦାନ କରିଛନ୍ତି । ଆଜି ପର୍ଯ୍ୟନ୍ତ ସମୁଦାୟ ୬୬ କିଲୋ ସୁନା ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିବା ବେଲେ ଏ ସମସ୍ତ ସୁନା ଏବଂ ରୂପାକୁ ରତ୍ନ ଭଣ୍ଡାରରେ ରଖିବା ପରିବର୍ତ୍ତେ ଶ୍ରୀ ମନ୍ଦିର ପ୍ରଶାସନ ବ୍ୟାଙ୍କର ଲକରରେ ରଖିଛନ୍ତି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ବ୍ୟାଙ୍କ ଲକରରେ ବର୍ତ୍ତମାନ ସୁଦ୍ଧା ୪ କେଜି ୫୦୦ଗ୍ରାମ ସୁନା ର ହିସାବ ମିଳୁନାହିଁ ବୋଲି ଶ୍ରୀ ଦାଶ କହିଛନ୍ତି । ଯେଉଁମାନେ ଜବରଦଖଲରେ ଅଛନ୍ତି ସେମାନଙ୍କ ବିରୋଧରେ କାହିଁକି ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ । ଶ୍ରୀ ଦାଶ କହିଥିଲେ ଯେ ପୁରୀର ସମସ୍ତ ବିଧାୟକ ମହାପ୍ରଭୁ ଜଗନ୍ନାଥଙ୍କ ଜମି ହଡ଼ପକାରିଙ୍କ ସହିତ ଯୋଗସୂତ୍ରରେ ଅଛନ୍ତି । ପୁରୀ ସାଂସଦ ସମ୍ବିତ ପାତ୍ର ଯେ ଜଣେ ପୁରୁଷ ନା ମହିଳା ନା କ୍ଳିବଲିଙ୍ଗି । ସେ ନିଜକୁ ଡାକ୍ତର ବୋଲି କହୁଥିଲା ବେଳେ ୫/୭ଟି ରୋଗିଙ୍କୁ ଚିକିତ୍ସା କରିଥିବାର ନାମ ମଧ୍ୟ ସେ କହିପାରିବେ ନାହିଁ । ସେ କେବଳ ଜଣେ କୁହାଳିଆ ଓ ଦୁର୍ନିତ ଉପାୟରେ ଧନ ଅର୍ଜ୍ଜନ କରିଥିବା ବ୍ୟକ୍ତି ବୋଲି ଶ୍ରୀ ଦାଶ କହିଛନ୍ତି । ରାଜ୍ୟ କଂଗ୍ରେସର ଅଭିଯୋଗ ଯେ ତୁରନ୍ତ ରାଜ୍ୟ ସରକାର କେଉଁ ଅଞ୍ଚଳରେ କେତେ ଜମି କୁ ଜବରଦଖଲ ମୁକ୍ତ କଲେ ତାହାର ଏକ ସବିଶେଷ ତଥ୍ୟ ତୁରନ୍ତ ପ୍ରଦାନ କରନ୍ତୁ । 


← पिछली खबरରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନअगली खबर →ଗଞ୍ଜାମରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ