ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ରାଜ୍ୟବ୍ୟାପୀ ଜନଜାତୀୟ ଗୌରବ ଦିବସ କର୍ମଶାଳା ୧୧ରୁ ୨୨ ନଭେମ୍ବର

ରାଜ୍ୟବ୍ୟାପୀ ଜନଜାତୀୟ ଗୌରବ ଦିବସ କର୍ମଶାଳା ୧୧ରୁ ୨୨ ନଭେମ୍ବର

ରାଜ୍ୟବ୍ୟାପୀ ଜନଜାତୀୟ ଗୌରବ ଦିବସ କର୍ମଶାଳା ୧୧ରୁ ୨୨ ନଭେମ୍ବର

ରାଜ୍ୟବ୍ୟାପୀ ଜନଜାତୀୟ ଗୌରବ ଦିବସ କର୍ମଶାଳା ୧୧ରୁ ୨୨ ନଭେମ୍ବର

 ଭୁବନେଶ୍ୱର, ୩/୧୧(ଭାରତ ପ୍ରସାରଣ): ବିଜେପି ସରକାର ଆସିବା ପରେ ସମଗ୍ର ଦେଶରେ ବଡ଼ ପରିବର୍ତନ ହୋଇଛି। ବିଶେଷ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକାଶ ଓ ଐତିହ୍ୟ ମନ୍ତ୍ରକୁ ଆଧାର କରି ଜନଜାତିଙ୍କ ଅସ୍ମିତା, ସ୍ୱାଭିମାନ ଓ ସେମାନଙ୍କ ସାମଗ୍ରିକ ବିକାଶକୁ ପ୍ରାଥମିକତା ଦିଆଯାଉଛି। ଜନଜାତିମାନଙ୍କ ପାଇଁ ଅନେକ ବିକାଶକମୂଳକ ଯୋଜନା କରାଯାଇଛି। ୨୦୨୧ ମସିହାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ବିର୍ସା ମୁଣ୍ଡାଙ୍କ ପବିତ୍ର ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ଘୋଷଣା କରିଛନ୍ତି। ଏହା ପରଠାରୁ ଦେଶରେ ଆଦିବାସୀ ସମାଜକୁ ନୂତନ ପରିଚୟ ମିଳିପାରିଛି। ଏନେଇ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜୟନ୍ତୀ ଓ ସହିଦ୍ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ଉପଲକ୍ଷେ ୧୧ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନଜାତୀୟ ଗୌରବ ଦିବସ ଅଭିଯାନ ପାଳନ କରାଯିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରସ୍ତୁତି କର୍ମଶାଳାରେ ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ  ମାନ୍ନାଲାଲ୍ ରାୱତ୍ ଯୋଗଦେଇ ପ୍ରକାଶ କରିଛନ୍ତି। 

ଶ୍ରୀ ରାୱାତ୍ କହିଛନ୍ତି ଯେ, ଜନଜାତୀୟ ଗୌରବ ଦିବସ ଅଭିଯାନ ପାଇଁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଖସଡ଼ା ପ୍ରସ୍ତୁତ କରାଯାଇଛି। ଏହି ଅଭିଯାନ ଅନୁଯାୟୀ ଜନଜାତିମାନଙ୍କ ଇତିହାସ ଓ ବଳିଦାନ ବିଷୟରେ ଚର୍ଚ୍ଚା କରିବା ପାଇଁ ଯୋଜନା କରାଯାଇଛି। ସ୍ୱାଧୀନତା ସଂଗ୍ରାମରେ ଜନଜାତିମାନଙ୍କର ଏକ ବିରାଟ ଅବଦାନ ରହିଛି। ସ୍ୱତଃପ୍ରବୃତ ଭାବେ ଜନଜାତିମାନେ ସ୍ୱାଧୀନତା ସଂଗ୍ରାମରେ କାର୍ଯ୍ୟ କରିଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଭୂମିକା ଚିରସ୍ମରଣୀୟ। ଇଂଗ୍ରେଜମାନଙ୍କ ଷଡ଼ଯନ୍ତ୍ର କାରଣରୁ ସେ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଏହି ଅଭିଯାନ ଅନ୍ତର୍ଗତ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ତାଙ୍କ ବଳିଦାନର ଗାଥା ଘରେ ଘରେ ପହଁଚାଯିବ। ଏଥିସହ ଓଡ଼ିଶାର ଗର୍ବ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକ ଏବଂ ଇତିହାସ ପୃଷ୍ଠାରେ ସ୍ଥାନିତ ହୋଇ ନଥିବା ସମସ୍ତ ଅଜ୍ଞାତ ଆଦିବାସୀ ନାୟକମାନଙ୍କ ବୀରତ୍ୱ ବିଷୟରେ ଜନସଚେତନତା ସୃଷ୍ଟି କରାଯିବ। ଜନଜାତୀୟ ଗୌରବ ଦିବସର ପୂର୍ବ ସନ୍ଧ୍ୟାରେ ଅର୍ଥାତ୍ ନଭେମ୍ବର ୧୪ ତାରିଖରେ ସାରା ରାଜ୍ୟରେ ଥିବା ଜନଜାତୀୟ ନାୟକମାନଙ୍କ ପ୍ରତିମୂର୍ତି ଓ ସ୍ମାରକୀଗୁଡ଼ିକର ପରିଷ୍କାର-ପରିଚ୍ଛନ୍ନତା ଓ ସ୍ୱଚ୍ଛତା ଅଭିଯାନ ସହ ବିଶାଳ ଦୀପୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

  • ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ବଳିଦାନର ଗାଥା ଘରେ ଘରେ ପହଁଚାଯିବ: ମାନ୍ନାଲାଲ୍ ରାୱତ୍‌

  • ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ବିକାଶ ଓ ଐତିହ୍ୟ ମନ୍ତ୍ରକୁ ଆଧାର କରି ଜନଜାତିଙ୍କ ଅସ୍ମିତା, ସ୍ୱାଭିମାନ ଓ ସେମାନଙ୍କ ସାମଗ୍ରିକ ବିକାଶକୁ ପ୍ରାଥମିକତା ଦିଆଯାଉଛି

  • ନଭେମ୍ବର ୧୪ ତାରିଖରେ ସାରା ରାଜ୍ୟରେ ଥିବା ଜନଜାତିର ମହାନ୍‌ବ୍ୟକ୍ତିମାନଙ୍କ ପ୍ରତିମୂର୍ତି ଓ ସ୍ମାରକୀଗୁଡ଼ିକର ପରିଷ୍କାର-ପରିଚ୍ଛନ୍ନତା ଓ ସ୍ୱଚ୍ଛତା ଅଭିଯାନ ସହ ବିଶାଳ ଦୀପୋତ୍ସବ କାର୍ଯ୍ୟକ୍ରମ 

  • ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକ ଏବଂ ଇତିହାସ ପୃଷ୍ଠାରେ ସ୍ଥାନିତ ହୋଇ ନଥିବା ସମସ୍ତ ଅଜ୍ଞାତ ଆଦିବାସୀ ନାୟକମାନଙ୍କ ବୀରତ୍ୱ ବିଷୟରେ ଜନସଚେତନତା ସୃଷ୍ଟି କରାଯିବ

  • ରାଷ୍ଟ୍ର ନିର୍ମାଣରେ ଆଦିବାସୀଙ୍କ ଭୂମିକା ଉପରେ ଯୁବପିଢ଼ିଙ୍କ ସହ ୟୁଥ୍ ଡାଏଲଗ୍ କରାଯିବ

ରାଷ୍ଟ୍ର ନିର୍ମାଣରେ ଆଦିବାସୀଙ୍କ ଭୂମିକା ଉପରେ ଯୁବପିଢ଼ିଙ୍କ ସହ ୟୁଥ୍ ଡାଏଲଗ୍ କରାଯିବ। ପ୍ରତ୍ୟେକ ପରିବାର ନିକଟରେ ଭଗବାନ ବିର୍ସା ମୁଣ୍ଡାଙ୍କ ସ୍ୱାଭିମାନ ଓ ଦେଶପ୍ରେମର ବାର୍ତା ପହଁଚାଇବାକୁ କାର୍ଯ୍ୟକର୍ତମାନେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବେ। ରାଜ୍ୟର ପ୍ରମୁଖ ଛକ ଓ ସ୍ଥାନଗୁଡ଼ିକୁ ଜନଜାତୀୟ ନାୟକମାନଙ୍କ ନାମରେ ନାମିତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଆଦିବାସୀ କଲ୍ୟାଣକାରୀ ଆଭିମୁଖ୍ୟକୁ ସମସ୍ତ ବର୍ଗରେ ପହଁଚାଇବା ପାଇଁ ସରକାରଙ୍କ ସହ ଦଳୀୟ କାର୍ଯ୍ୟକର୍ତାମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ। ଆଦିବାସୀ ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶାର ପ୍ରତିଟି ପଂଚାୟତ ଓ ଗାଁରେ ଜନଜାତି ସମ୍ପ୍ରଦାୟର ଗୌରବମୟ ଗାଥା ପହାଁଚାଇବା ପାଇଁ ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ରାୱତ୍ କହିଛନ୍ତି। 
ଏହି କର୍ମଶାଳାରେ ରାଜ୍ୟ ସଭାପତି ତଥା ସାଂସଦ  ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ  ଜୁଏଲ୍ ଓରାମ, ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ,  ରବି ନାରାୟଣ ନାଏକ, ପୂର୍ବତନ ମନ୍ତ୍ରୀ  ବିଶେଶ୍ୱର ଟୁଡୁ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ)  ମାନସ କୁମାର ମହାନ୍ତି, ବିଜେପି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ କୁସୁମ ଟେଟେ, ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ  କାଳିରାମ ମାଝୀ, ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି  କାନ୍ଦ୍ରା ସୋରେନ୍ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶ୍ରୀ ସୁକେଶୀ ଓରାମ ପ୍ରମୁଖ ଉପସ୍ଥିତ ଥିଲେ। 


        
← पिछली खबरକଂଗ୍ରେସ ଦଳ ରାଜ୍ୟବାସୀଙ୍କ ସହିତ ଅଛି: ଭକ୍ତ