ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ପାଞ୍ଚଜଣ ଯୁବକଙ୍କୁ ଜଳଖିଆ କେବିନ୍ ପ୍ରଦାନ କଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

ଗରିବ ଓ ଆବଶ୍ୟକତାରେ ଥିବା ଯୁବକଯୁବତୀଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ରୋଜଗାରକ୍ଷମ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର

ପାଞ୍ଚଜଣ ଯୁବକଙ୍କୁ ଜଳଖିଆ କେବିନ୍ ପ୍ରଦାନ କଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଦେଲେ ପାଞ୍ଚଜଣଙ୍କୁ ଜଳଖିଆ କେବିନ୍


ଭୁବନେଶ୍ୱର, ୨୮/୧୦(ଭାରତ ପ୍ରସାରଣ): ଅଭାବ ଆଉ ଅସହାୟତା ଭିତରେ ଜୀବନ ବିତାଉଥିବା ଗରିବ ପରିବାରର ଯୁବକଯୁବତୀଙ୍କ ପାଇଁ ଆଶାର ନୂଆ କିରଣ। ହାତକୁ କାମ ନାହିଁ, ପରିବାର ଚଳାଇବାକୁ ଚିନ୍ତା। ଜୀବିକା ପାଇଁ ଅନେକେ ନିଜ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଯୁବକଯୁବତୀଙ୍କୁ ନିଜ ଅଞ୍ଚଳରେ ରୋଜଗାରର ସୁଯୋଗ ଯୋଗାଇଦେବା ସହ ଆତ୍ମନିର୍ଭରଶୀଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର।

ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟା ଦୂର କରିବା ଏବଂ ଗରିବ ତଥା ଅସହାୟ ପରିବାରର ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ମନ୍ତ୍ରୀଙ୍କ ପକ୍ଷରୁ ଜଳଖିଆ ଓ ଫାଷ୍ଟଫୁଡ୍ କେବିନ୍ ପ୍ରଦାନ କରାଯାଇଛି। କେବଳ କେବିନ୍ ନୁହେଁ, ବ୍ୟବସାୟ ଆରମ୍ଭ କରିବା ପାଇଁ ଆବଶ୍ୟକ ରୋଷେଇ ସାମଗ୍ରୀ ଓ ବାସନକୁସନ ମଧ୍ୟ ଯୋଗାଇ ଦିଆଯାଇଛି। ଏହାଦ୍ୱାରା ହିତାଧିକାରୀମାନେ ନିଜେ ରୋଜଗାର କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଇ ପାରିବେ ବୋଲି ଆଶା ରଖାଯାଇଛି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଯୁବକଯୁବତୀଙ୍କର ପିତାମାତା ନାହାନ୍ତି କିମ୍ବା ଅତ୍ୟନ୍ତ ଗରିବ ପରିବାରରୁ ଆସିଛନ୍ତି ଏବଂ ଜୀବିକା ନିର୍ବାହ ପାଇଁ ରୋଜଗାରର ଜରୁରୀ ଆବଶ୍ୟକତା ରହିଛି, ସେମାନଙ୍କୁ ଚିହ୍ନଟ କରି ଏହି ସହାୟତା ଦିଆଯାଉଛି। ଏଥିରୁ ସେମାନେ ଅଣ୍ଡା ଅମଲେଟ୍, ତେଲଭାଜି,ଘୁଗୁନି ଓ ବିଭିନ୍ନ ପ୍ରକାରର ଜଳଖିଆ ବିକ୍ରି କରି ନିଜର ଜୀବିକା ନିଜେ ନିର୍ବାହ କରିପାରିବେ।

ମୟୂରଭଞ୍ଜ ଜିଲ୍ଲାରେ ଆଜି ପ୍ରଥମ ପର୍ଯ୍ୟାୟରେ ମୋଟ ୫ ଜଣ ହିତାଧିକାରୀଙ୍କୁ ଏହି ଜଳଖିଆ କେବିନ୍ ପ୍ରଦାନ କରାଯାଇଛି। ମୋରଡ଼ା ବିଧାନସଭା କ୍ଷେତ୍ରରୁ ୨ ଜଣ, ବାରିପଦା ବିଧାନସଭା କ୍ଷେତ୍ରରୁ ୨ ଜଣ ଏବଂ ବେତନଟୀ ବିଧାନସଭା କ୍ଷେତ୍ରରୁ ଜଣେ ହିତାଧିକାରୀ ଏହି ସହାୟତା ପାଇଛନ୍ତି। ଆଗାମୀ ଦିନରେ ଆହୁରି ଅଧିକ କେବିନ୍ ଯୋଗାଇ ଅନ୍ୟ ଆବଶ୍ୟକୀୟ ଯୁବକଯୁବତୀଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିବାକୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ, କେବିନ୍ ପାଇଥିବା ହିତାଧିକାରୀମାନେ ମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ସେମାନେ ରାସ୍ତାକଡ଼ରେ ଉଠାଦୋକାନ କରି ଜୀବିକା ନିର୍ବାହ କରୁଥିଲେ।
ମନ୍ତ୍ରୀ ରାସ୍ତାରେ ଯିବା ସମୟରେ ସେମାନଙ୍କ ଦୋକାନ ପାଖରେ ଅଟକି ସମସ୍ୟା ବୁଝିଥିଲେ ଏବଂ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ସେହି ପ୍ରତିଶ୍ରୁତି ପୂରଣ କରି ସେମାନଙ୍କୁ ଡାକି ଜଳଖିଆ କେବିନ୍ ହସ୍ତାନ୍ତର କରିଛନ୍ତି। ହିତାଧିକାରୀଙ୍କ କହିବା କଥା, ଏହି କେବିନ୍ ସେମାନଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବା ସହ ପରିବାର ଚଳାଇବାରେ ବେଶ୍ ସହାୟକ ହେବ। ଏଥିପାଇଁ ସେମାନେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ, ଗରିବ ଓ ଆବଶ୍ୟକତାରେ ଥିବା ଯୁବକଯୁବତୀଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ରୋଜଗାରକ୍ଷମ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆବଶ୍ୟକତା ଥିବା ଯୁବକମାନଙ୍କୁ ଆଉଟ୍‌ସୋର୍ସିଂ କ୍ଷେତ୍ରରେ ମଧ୍ୟ ସୁଯୋଗ ଦେବାକୁ ଉଦ୍ୟମ କରାଯାଉଛି। ଦାଦନ ଖଟିବାକୁ ବାହାରକୁ ନଯାଇ ନିଜ ଅଞ୍ଚଳରେ ରହି ରୋଜଗାର କରିବା ସହ ଆତ୍ମନିର୍ଭରଶୀଳ ହେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇଛନ୍ତି।
← पिछली खबरଅର୍ଣ୍ଣବ’ର ସ୍ଥିତି ଓ ପରିଚାଳନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀअगली खबर →ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ମା’ଙ୍କ ଆଶୀର୍ବାଦ ନେଲେ ଗୋଲକ ମହାପାତ୍ର